Categories: ରାଜ୍ୟ

ଦୀର୍ଘ ୧୦୦ ବର୍ଷ ପରେ ପବଲା ଗ୍ରାମରେ ପ୍ରଥମ ମାଟ୍ରିକ ପାସ୍‌ କରିଛନ୍ତି ସିଦ୍ଧାନ୍ତ : ଏବେ ଗାଁ ପିଲାଙ୍କୁ ବାଣ୍ଟୁଛନ୍ତି ଶିକ୍ଷା

ଅନୁଗୁଳ(କେ ନ୍ୟୁଜ) : ପୂରଣ ହୋଇଛି ସିଦ୍ଧାନ୍ତଙ୍କ ସ୍ୱପ୍ନ । ଦୀର୍ଘ ୧୦୦ ବର୍ଷ ପରେ ପବଲା ଗ୍ରାମରେ ପ୍ରଥମ କରି ମାଟ୍ରିକ ପାସ କରିଛନ୍ତି ସିଦ୍ଧାନ୍ତ ପ୍ରଧାନ। ଅନୁଗୁଳ ଜିଲ୍ଲାର ପବଲା ଗାଁ ଶିକ୍ଷା କ୍ଷେତ୍ରରେ ବହୁ ପଛରେ ଥିବା ଯୋଗୁଁ ସିଦ୍ଧାନ୍ତ ଏବେ ଗାଁର ଛୋଟ ଛୋଟ ପିଲାଙ୍କୁ ଶିକ୍ଷିତ କରାଇବାକୁ ସ୍ୱପ୍ନ ଦେଖୁଛନ୍ତି। ସିଦ୍ଧାନ୍ତ ସ୍ୱପ୍ନ ପୂରଣ କରିବା ପାଇଁ ସ୍ୱେଚ୍ଛାସେବୀ ସଂଗଠନ ହାତ ବଢାଇବା ସହିତ ତାଙ୍କ ଉଚ୍ଚ ଶିକ୍ଷା ପାଇଁ ସହାୟତାର ହାତ ବଢାଇଛନ୍ତି। ଏତେ ବର୍ଷ ନିଜେ ପାଠ ପଢି ମାଟ୍ରିକ ପାସ୍‌ କରିବା ପରେ ସିଦ୍ଧାନ୍ତ ନିଜ ଗାଁର ପିଲାମାନଙ୍କୁ ପାଠ ପଢାଇବାର ସ୍ୱପ୍ନ ଦେଖିଛନ୍ତି। ନିଜ ଗାଁରେ ସ୍କୁଲ କିମ୍ବା ଅଙ୍ଗନବାଡି କେନ୍ଦ୍ରଟିଏ ନଥିବା ଯୋଗୁଁ ସିଦ୍ଧାନ୍ତ ଯେଉଁ ପଥ ଦେଇ ଅତିକ୍ରମ କରିଛନ୍ତି ଗାଁର ଆଉ କୌଣସି ପିଲା ପାଠ ପଢିବା ପାଇଁ ହଇରାଣ ନ ହେଉ। ସିଦ୍ଧାନ୍ତ ଏଥିପାଇଁ ଏହି ପଦକ୍ଷେପ ନେଇଛନ୍ତି।

ଏହି ଗାଁରେ ଏପର୍ଯ୍ୟନ୍ତ ଅଙ୍ଗନବାଡି କେନ୍ଦ୍ରଟିଏ ମଧ୍ୟ ନାହିଁ। ଏହି ଗାଁ ଠାରୁ ଚାରି କିଲୋମିଟର ଦୂର ପାହାଡିଆ ଅଞ୍ଚଳରେ ଅଙ୍ଗନବାଡି କେନ୍ଦ୍ର ଥିଲେ ମଧ୍ୟ ପିଲାମାନଙ୍କ ଅଭିଭାବକ ପିଲାଙ୍କୁ ଏତେ ଦୂର ଛାଡୁନାହାନ୍ତି। କିନ୍ତୁ ଏବେ ବଦଳିଯାଇଛି ଗାଁର ପରିବେଶ। ପ୍ରତିଦିନ ସିଦ୍ଧାନ୍ତ ଛୋଟ ପିଲାମାନଙ୍କୁ ଶିକ୍ଷା ଦେଇଛନ୍ତି। ପ୍ରତିଦିନ ସକାଳୁଛୋଟ ପିଲାମାନେ ବହି ଧରି ସ୍ୱଇଚ୍ଛାରେ ଗାଁ ମଣ୍ଡପ ପାଖକୁ ଯାଇ ପାଠ ପଢୁଛନ୍ତି। ଛୋଟ ମନରେ ଅନେକ ଆଶା ଧରି ସେମାନଙ୍କ ପାଠ ପଢାରେ ମନ ଲଗାଉଛନ୍ତି।

ସିଦ୍ଧାନ୍ତଙ୍କ ଏହି ସ୍ୱପ୍ନକୁ ପୂରଣ କରିବା ପାଇଁ ‘ସାଥି ପରିବାର’ ପକ୍ଷରୁ ମାସିକ ୧୦୦ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ସାଥି ପରିବାର ସମସ୍ୟମାନେ କହିଛନ୍ତି। ସିଦ୍ଧାନ୍ତ ଏହି କାର୍ଯ୍ୟ ଯୋଗୁଁ ଗାଁର ଲୋକଙ୍କ ପ୍ରଶଂସା ସାଉଁଟିଛନ୍ତି ସିଦ୍ଧାନ୍ତ।

Swagatika

Recent Posts

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

16 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

49 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

51 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

57 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

1 hour ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

1 hour ago