ଦୀର୍ଘ ୧୦୦ ବର୍ଷ ପରେ ପବଲା ଗ୍ରାମରେ ପ୍ରଥମ ମାଟ୍ରିକ ପାସ୍ କରିଛନ୍ତି ସିଦ୍ଧାନ୍ତ : ଏବେ ଗାଁ ପିଲାଙ୍କୁ ବାଣ୍ଟୁଛନ୍ତି ଶିକ୍ଷା
ଅନୁଗୁଳ(କେ ନ୍ୟୁଜ) : ପୂରଣ ହୋଇଛି ସିଦ୍ଧାନ୍ତଙ୍କ ସ୍ୱପ୍ନ । ଦୀର୍ଘ ୧୦୦ ବର୍ଷ ପରେ ପବଲା ଗ୍ରାମରେ ପ୍ରଥମ କରି ମାଟ୍ରିକ ପାସ କରିଛନ୍ତି ସିଦ୍ଧାନ୍ତ ପ୍ରଧାନ। ଅନୁଗୁଳ ଜିଲ୍ଲାର ପବଲା ଗାଁ ଶିକ୍ଷା କ୍ଷେତ୍ରରେ ବହୁ ପଛରେ ଥିବା ଯୋଗୁଁ ସିଦ୍ଧାନ୍ତ ଏବେ ଗାଁର ଛୋଟ ଛୋଟ ପିଲାଙ୍କୁ ଶିକ୍ଷିତ କରାଇବାକୁ ସ୍ୱପ୍ନ ଦେଖୁଛନ୍ତି। ସିଦ୍ଧାନ୍ତ ସ୍ୱପ୍ନ ପୂରଣ କରିବା ପାଇଁ ସ୍ୱେଚ୍ଛାସେବୀ ସଂଗଠନ ହାତ ବଢାଇବା ସହିତ ତାଙ୍କ ଉଚ୍ଚ ଶିକ୍ଷା ପାଇଁ ସହାୟତାର ହାତ ବଢାଇଛନ୍ତି। ଏତେ ବର୍ଷ ନିଜେ ପାଠ ପଢି ମାଟ୍ରିକ ପାସ୍ କରିବା ପରେ ସିଦ୍ଧାନ୍ତ ନିଜ ଗାଁର ପିଲାମାନଙ୍କୁ ପାଠ ପଢାଇବାର ସ୍ୱପ୍ନ ଦେଖିଛନ୍ତି। ନିଜ ଗାଁରେ ସ୍କୁଲ କିମ୍ବା ଅଙ୍ଗନବାଡି କେନ୍ଦ୍ରଟିଏ ନଥିବା ଯୋଗୁଁ ସିଦ୍ଧାନ୍ତ ଯେଉଁ ପଥ ଦେଇ ଅତିକ୍ରମ କରିଛନ୍ତି ଗାଁର ଆଉ କୌଣସି ପିଲା ପାଠ ପଢିବା ପାଇଁ ହଇରାଣ ନ ହେଉ। ସିଦ୍ଧାନ୍ତ ଏଥିପାଇଁ ଏହି ପଦକ୍ଷେପ ନେଇଛନ୍ତି।
ଏହି ଗାଁରେ ଏପର୍ଯ୍ୟନ୍ତ ଅଙ୍ଗନବାଡି କେନ୍ଦ୍ରଟିଏ ମଧ୍ୟ ନାହିଁ। ଏହି ଗାଁ ଠାରୁ ଚାରି କିଲୋମିଟର ଦୂର ପାହାଡିଆ ଅଞ୍ଚଳରେ ଅଙ୍ଗନବାଡି କେନ୍ଦ୍ର ଥିଲେ ମଧ୍ୟ ପିଲାମାନଙ୍କ ଅଭିଭାବକ ପିଲାଙ୍କୁ ଏତେ ଦୂର ଛାଡୁନାହାନ୍ତି। କିନ୍ତୁ ଏବେ ବଦଳିଯାଇଛି ଗାଁର ପରିବେଶ। ପ୍ରତିଦିନ ସିଦ୍ଧାନ୍ତ ଛୋଟ ପିଲାମାନଙ୍କୁ ଶିକ୍ଷା ଦେଇଛନ୍ତି। ପ୍ରତିଦିନ ସକାଳୁଛୋଟ ପିଲାମାନେ ବହି ଧରି ସ୍ୱଇଚ୍ଛାରେ ଗାଁ ମଣ୍ଡପ ପାଖକୁ ଯାଇ ପାଠ ପଢୁଛନ୍ତି। ଛୋଟ ମନରେ ଅନେକ ଆଶା ଧରି ସେମାନଙ୍କ ପାଠ ପଢାରେ ମନ ଲଗାଉଛନ୍ତି।
ସିଦ୍ଧାନ୍ତଙ୍କ ଏହି ସ୍ୱପ୍ନକୁ ପୂରଣ କରିବା ପାଇଁ ‘ସାଥି ପରିବାର’ ପକ୍ଷରୁ ମାସିକ ୧୦୦ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ସାଥି ପରିବାର ସମସ୍ୟମାନେ କହିଛନ୍ତି। ସିଦ୍ଧାନ୍ତ ଏହି କାର୍ଯ୍ୟ ଯୋଗୁଁ ଗାଁର ଲୋକଙ୍କ ପ୍ରଶଂସା ସାଉଁଟିଛନ୍ତି ସିଦ୍ଧାନ୍ତ।