ଭୋପାଳ ଖଟଲାପୁର ଘାଟରେ ଅଘଟଣ: ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ନଦୀ ମଝିରେ ଓଲଟିଲା ଡଙ୍ଗା, ୧୧ ମୃତ

କେନ୍ୟୁଜ୍: ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ। ନଦୀ ମଝିରେ ଓଲଟିଲା ଡଙ୍ଗା ଚାଲିଗଲା ୧୧ ଜୀବନ। ୫ ଜଣଙ୍କୁ ଉଦ୍ଧାର କରାଯାଇଛି। ଭୋପାଳ ଖଟଲାପୁର ଘାଟରେ ମୂର୍ତ୍ତି ବିସର୍ଜନବେଳେ ଏହି ଦୁର୍ଘଟଣା ଘଟିଥିଲା। ଆଜି ଭୋର ପ୍ରାୟ ୪ଟା ସମୟରେ ଏକ ପୂଜା କମିଟି ଗଣେଶଙ୍କ ମୂର୍ତ୍ତି ନେଇ ଡଙ୍ଗାରେ ବିସର୍ଜନ ପାଇଁ ଯାଇଥିଲେ। କ୍ଷମତାଠାରୁ ଅଧିକ ଲୋକ ଡଙ୍ଗାରେ ବସିଥିବାବେଳେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ୫ଜଣ ପହଁରି କୂଳକୁ ଆସିଥିବାବେଳେ ୧୧ଜଣଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ୪ ଜଣ ଏବେବି ନିଖୋଜ ଅଛନ୍ତି। ଉଦ୍ଧାର କାର୍ଯ୍ୟରେ ଏନ୍‌ଡିଆରଏଫ୍‌, ଏସ୍‌ଡିଆରଏଫ୍‌ ଓ ପୋଲିସ ନିୟୋଜିତ ଅଛନ୍ତି। ଦୁର୍ଘଟଣାରେ ମୃତ ପରିବାରକୁ ୪ଲକ୍ଷ ଟଙ୍କା ଦିଆଯିବ ବୋଲି ରାଜ୍ୟର ଲୋକସମ୍ପର୍କ ମନ୍ତ୍ରୀ ପିସି ଶର୍ମା କହିଛନ୍ତି। ଏଥିସହିତ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯିବ।

Leave A Reply

Your email address will not be published.