କଟକ: ବର୍ଷା-ଅନୁଭବଙ୍କ କଳିଝଗଡ଼ା ଭିଡିଓ ଭାଇରାଲ ଘଟଣା ପରେ ଏବେ ପୁଣି ଥାନାରେ ଏତଲା ଦେଲେ ବର୍ଷା ପ୍ରିୟଦର୍ଶିନୀ। ପୁରିଘାଟ ଥାନାରେ ଏତଲା ଦେଲେ ବର୍ଷା। ତାଙ୍କ ଭାବମୂର୍ତିକୁ ଖରାପ କରିବା ପାଇଁ ଭିଡିଓ ଭାଇରାଲ କରାଯାଇଥିବା ଏତଲାରେ ଉଲ୍ଲେଖ ରହିଛି।
ତେବେ ୩ ଦିନ ତଳେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା ଅନୁଭବଙ୍କ ଏକ ଭିଡିଓ। ଫେସବୁକ୍ରେ ୬ ମିନିଟର ଭିଡିଓ ଜାରି କରିଥିଲେ ଅନୁଭବ । ବର୍ଷାଙ୍କୁ ଟାର୍ଗେଟ୍ କରି କହିଥିଲେ ମୋ ସମର୍ଥକଙ୍କୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କଲେ ଚୁପ୍ ରହିବିନି ।
ତେବେ ଅନ୍ଯପଟେ ବର୍ଷା ଘର ବାହାରକୁ ନିଜ କାମରେ କେଉଁଆଡେ ଯାଇଥିବା ସମୟରେ, ତାଙ୍କ ରୁମ ବାହାରୁ ଶାଶୁ ଘର ଲୋକେ ତାଲା ପକାଇ ଦେଇଥିବା ଶୁଣିବାକୁ ମିଳୁଛି ।
ତେବେ ଖବର ଥଉକି, ଗତକାଲି କୋର୍ଟରେ ହାଜର ହେଇଥିଲେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି। କଟକ ଏସଡିଜେଏମ କୋର୍ଟରେ ହାଜର ହୋଇ ନିଜ ପକ୍ଷ ରଖିଥିଲେ ଅନୁଭବ। ଏହାରି ଭିତରେ ଅନୁଭବ କହିଥିଲେ, ଦେଶର ଆଇନ ବ୍ୟବସ୍ଥାକୁ ସମ୍ମାନ ଜଣାଇ ସେ କୋର୍ଟକୁ ଆସିଥିଲେ। ଏହାସହ କହିଥିଲେ ଯିଏ ଦୋଷୀ ତାକୁ ଦଣ୍ଡ ମିଳୁ, ଯିଏ ଠିକରେ ଅଛି ତାକୁ ନ୍ୟାୟ ମିଳୁ। ଏଥିପାଇଁ ମାନ୍ୟବର କୋର୍ଟଙ୍କ ଉପରେ ତାଙ୍କର ପୂରା ଭରସା ଥିବା ପ୍ରତିକ୍ରୀୟା ଦେଇଥିଲେ।
ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…
ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…
ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…
ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…
ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…
ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…