Below header

ପୁଣି ପୁରିଘାଟ ଥାନାରେ ବର୍ଷାଙ୍କ ଏତଲା: ତାଙ୍କ ଭାବମୂର୍ତିକୁ ଖରାପ କରିବା ପାଇଁ ଭିଡିଓ ଭାଇରାଲ୍ କରାଯାଇଥିବା ନେଇ କଲେ ଅଭିଯୋଗ

କଟକ: ବର୍ଷା-ଅନୁଭବଙ୍କ କଳିଝଗଡ଼ା ଭିଡିଓ ଭାଇରାଲ ଘଟଣା ପରେ ଏବେ ପୁଣି ଥାନାରେ ଏତଲା ଦେଲେ ବର୍ଷା ପ୍ରିୟଦର୍ଶିନୀ। ପୁରିଘାଟ ଥାନାରେ ଏତଲା ଦେଲେ ବର୍ଷା। ତାଙ୍କ ଭାବମୂର୍ତିକୁ ଖରାପ କରିବା ପାଇଁ ଭିଡିଓ ଭାଇରାଲ କରାଯାଇଥିବା ଏତଲାରେ ଉଲ୍ଲେଖ ରହିଛି।

ତେବେ ୩ ଦିନ ତଳେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା ଅନୁଭବଙ୍କ ଏକ ଭିଡିଓ। ଫେସବୁକ୍‌ରେ ୬ ମିନିଟର ଭିଡିଓ ଜାରି କରିଥିଲେ ଅନୁଭବ । ବର୍ଷାଙ୍କୁ ଟାର୍ଗେଟ୍‌ କରି କହିଥିଲେ ମୋ ସମର୍ଥକଙ୍କୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କଲେ ଚୁପ୍‌ ରହିବିନି ।

ତେବେ ଅନ୍ଯପଟେ ବର୍ଷା ଘର ବାହାରକୁ ନିଜ କାମରେ କେଉଁଆଡେ ଯାଇଥିବା ସମୟରେ, ତାଙ୍କ ରୁମ ବାହାରୁ ଶାଶୁ ଘର ଲୋକେ ତାଲା ପକାଇ ଦେଇଥିବା ଶୁଣିବାକୁ ମିଳୁଛି ।

ତେବେ ଖବର ଥଉକି, ଗତକାଲି କୋର୍ଟରେ ହାଜର ହେଇଥିଲେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି। କଟକ ଏସଡିଜେଏମ କୋର୍ଟରେ ହାଜର ହୋଇ ନିଜ ପକ୍ଷ ରଖିଥିଲେ ଅନୁଭବ।  ଏହାରି ଭିତରେ ଅନୁଭବ କହିଥିଲେ, ଦେଶର ଆଇନ ବ୍ୟବସ୍ଥାକୁ ସମ୍ମାନ ଜଣାଇ ସେ କୋର୍ଟକୁ ଆସିଥିଲେ। ଏହାସହ କହିଥିଲେ ଯିଏ ଦୋଷୀ ତାକୁ ଦଣ୍ଡ ମିଳୁ, ଯିଏ ଠିକରେ ଅଛି ତାକୁ ନ୍ୟାୟ ମିଳୁ। ଏଥିପାଇଁ ମାନ୍ୟବର କୋର୍ଟଙ୍କ ଉପରେ ତାଙ୍କର ପୂରା ଭରସା ଥିବା ପ୍ରତିକ୍ରୀୟା ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.