Below header

ବାଙ୍କୀ ଏନ୍‌ଏସିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟଦେଶ ବଣ୍ଟନରେ ବ୍ୟାପକ ଜାଲିଆତିକୁ ନେଇ ଉତ୍ତେଜନା

ବାଙ୍କୀ : କଟକ ବାଙ୍କୀ ଏନ୍‌ଏସିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟଦେଶ ବଣ୍ଟନରେ ବ୍ୟାପକ ଜାଲିଆତି । ଅଭିଯୋଗ ପାଇ ବାଙ୍କୀର ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ ପ୍ରଥମେ ବାଙ୍କୀ ଉପଜିଲ୍ଲପାଳଙ୍କୁ ସାକ୍ଷାତ କରି ଦାବିପତ୍ର ଦେଇଥିଲେ । ପରେ ଅପରାହ୍ନରେ ବାଙ୍କୀ ଏନ୍‌ଏସିର ନିର୍ବାହୀଅଧିକାରୀଙ୍କୁ ସାକ୍ଷାତ କରିବାକୁ କାର୍ଯ୍ୟାଳୟରେ ପହଞ୍ଚିଥିଲେ ।

ଘଣ୍ଟେ କାଳ ଅପେକ୍ଷା କରିଥିଲେ ମଧ୍ୟ କେହି ନଆସିବାରୁ ଉପଜିଲ୍ଲାପାଙ୍କୁ ଜଣାଇବା ସହ ବାଙ୍କୀ ଥାନାକୁ ଖବର ଦେଇଥିଲେ । କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା । ଜିଲ୍ଲାପାଳ ଓ ନଗର ଉନ୍ନୟନ ବିଭାଗ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦେବାଶିଷ ପଟନାୟକ ଦାବି କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.