ଏହି ଆପ୍‌ ଦ୍ୱାରା ୫୦୦ ଟଙ୍କା ଶସ୍ତାରେ ପାଇବେ ଗ୍ୟାସ୍‌ ସିଲିଣ୍ଡର, ଜଲଦି ଉଠାନ୍ତୁ ଏହି ଅଫରର ଫାଇଦା

ଯଦି ଆପଣ ପେଟିଏମ ବ୍ୟବହାର କରୁଛନ୍ତି ତାହେଲେ ଏହି ଖବର ଆପଣଙ୍କ ପାଇଁ। ଏହି କରୋନା କାଳରେ ଡିସେମ୍ବର ମାସରେ ଗ୍ୟାସ୍‌ ସିଲିଣ୍ଡର ୫୦ ଟଙ୍କା ମହଙ୍ଗା ହୋଇଛି। ସେହିପରି ପେଟିଏମ ୟୁଜରଙ୍କ ପାଇଁ ଗ୍ୟାସ୍‌ ସିଲିଣ୍ଡର ବୁକିଂକୁ ନେଇ ବହୁତ ବଡ ଖୁସି ଖବର ମିଳିଛି। ପେଟିଏମ ୟୁଜର ଗ୍ୟାସ୍‌ ସିଲିଣ୍ଡରକୁ ୫୦୦ ଟଙ୍କା ଶସ୍ତାରେ କିଣିପାରିବେ। ଏଥିପାଇଁ ଆପଣଙ୍କୁ ନିଜ ପେଟିଏମ ଆକାଉଣ୍ଟକୁ ବ୍ୟବହାର କରିବାକୁ ହେବ। ଖାସ୍‌ କଥା ହେଉଛି ଏହି ଅଫର କେବଳ ଡିସେମ୍ବର ମାସ ପାଇଁ। ଯଦି ଆପଣ ଏହି ମାସରେ ଥରେ ଏହି ଅଫର ପିରିୟଡ ଭିତରେ ଆପଣ ଏହାର ବ୍ୟବହାର କରିନେଲେ ତାହେଲେ ପୁର୍ନବାର ଏହାକୁ ବ୍ୟବହାର କରିପାରିବେନାହିଁ। ତେବେ ଆସନ୍ତୁ ଜାଣିବା ଯେ ପେଟିଏମ ଗ୍ୟାସ୍‌ ସିଲିଣ୍ଡର ଉପରେ କେଉଁଭଳି ଅଫର ଦେଇଛି ଆଉ ଆପଣ ଏହାର ବ୍ୟବହାର କେମିତି କରିପାରିବେ।

୫୦୦ ଟଙ୍କା ପର୍ଯ୍ୟନ୍ତ ଶସ୍ତା ମିଳିପାରିବ ଗ୍ୟାସ ସିଲିଣ୍ଡର

-ପେଟିଏମ ତରଫରୁ ଏଲପିଜି ସିଲିଣ୍ଡର ବୁକ୍‌ କରି ଆପଣ ୫୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍‌ ପାଇପାରିବେ।

– ଏହି ଅଫର  ଫାଇଦା ୩୧ ଡିସେମ୍ବରରେ ଇଣ୍ଡେନ, ଭାରତ ଗ୍ୟାସ ଏବଂ ଏଚପି ଗ୍ୟାସ ଗ୍ରାହକ ଉଠାଇପାରିବେ। କ୍ୟାସବ୍ୟାକର ଏହି ଟଙ୍କା ପ୍ରଥମ ଥର ପେଟିଏମରୁ ଏଲପିଜି ସିଲିଣ୍ଡର ବୁକିଂ କରୁଥିବା ୟୁଜର୍ସଙ୍କୁ ମିଳିବ।

– ଯଦି ଆପଣ ପୂର୍ବରୁ ପେଟିଏମରୁ ସିଲିଣ୍ଡର ବୁକ୍‌ କରିସାରିଛନ୍ତି, ତାହେଲେ ଆପଣଙ୍କୁ ଏହି କ୍ୟାସବ୍ୟାକର ଅଫର ମିଳିବନାହିଁ।

ଏପରି କରିପାରିବେ ବୁକିଂ

  • ପେଟିଏମ ଓପନ କରିବା ପରେ ରିଚାର୍ଜ ଆଣ୍ଡ ପେ ବିଲ୍ସ ଉପରେ କ୍ଲିକ କରନ୍ତୁ।
  • ପରେ ବୁକ୍‌ ଏ ସିଲିଣ୍ଡର ଅପସନ୍‌ ଉପରେ କ୍ଲିକ କରନ୍ତୁ।
  • ବୁକ୍‌ ସିଲିଣ୍ଡର ଉପରେ କ୍ଲିକ କରିବା ପରେ ଆପଣଙ୍କୁ ଗ୍ୟାସ୍‌ ପ୍ରୋଭାଇଡର ଇଣ୍ଡେନ, ଭାରତ କିମ୍ବା ଏଚପିକୁ ଚୟନ କରନ୍ତୁ।
  • ଗ୍ୟାସ୍‌ ପ୍ରୋଭାଇଡରକୁ ଚୟନ କରିବା ପରେ ଗ୍ୟାସ ଏଜେନ୍ସୀରେ ଦିଆଯାଇଥିବା ମୋବାଇଲ୍‌ ନମ୍ବର କିମ୍ବା ଏଲପିଜି ଆଇଡି ଦିଅନ୍ତୁ।
  • ଆପଣଙ୍କ ସାମ୍ନାରେ ଏଲପିଜି ଆଇଡି, କଞ୍ଜ୍ୟୁମରଙ୍କ ନାମ ଆସିଯିବ ଏବଂ ଆମାଉଣ୍ଟ ନଜର ଆସିବ।
  • ପେଟିଏମ ଗ୍ୟାସ୍‌ ବୁକିଙ୍ଗ୍‌ ପ୍ରୋମୋକୋଡକୁ ପ୍ରୋମୋକୋଡରେ ଦିଅନ୍ତୁ।
  • ଏହି ପ୍ରୋମୋକୋଡରେ ୫୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍‌ ଦିଆଯାଉଛି।
  • ଏହି ଅଫରର ଲାଭ ସେତେବେଳେ ଉଠାଇପାରିବେ ଯେତେବେଳେ ଅର୍ଡରର ନ୍ୟୁନତମ ରାଶି ୫୦୦ ଟଙ୍କା ପର୍ଯ୍ୟନ୍ତ ହୋଇଥିବ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.