ରାଜ୍ୟ

ଅକାଳରେ ଚାଲିଗଲା ପୂଜା: ନା ବାପଘର ର ହେଲା ନା ଶାଶୁଘର ର..

ଭୁବନେଶ୍ୱର (କେନ୍ୟୁଜ): ଝିଅଟିଏ ଜନ୍ମ ନେଇଥିଲା ବାପାଙ୍କ ପାଖରେ ଅତି ଗେଲ୍ଲୀ ହୋଇ ବଡ଼ ହୋଇଥିଲା। ବାପା ମାଆ ଚିନ୍ତା କରିଥିଲେ ଧୁମଧାମରେ ଝିଅକୁ ଶାବାରୀରେ ବସାଇ ଶାଶୁ ଘର ଛାଡ଼ିବେ । କିନ୍ତୁ ଏଠି କିଛି ବିପରୀତ ଘଟିଥିଲା । ଝିଅଟି ଅଳ୍ପ ବୟସର ହୋଇଥିଲା ମାଆ ଛାଡି ଚାଲିଗଲା ଅନ୍ୟ ପୁରୁଷ ସହିତ। ତେଣୁ ମାଆର ମମତା ପାଇବାରୁ ଝିଅଟି ବଞ୍ଚିତ ହେଲା । ଦୁନିଆ କଣ ଜାଣିବା ପୂର୍ବରୁ ମାତ୍ର ୧୬ ବର୍ଷ ବୟସରେ ଭଲ ପାଇବସିଲା ବରମୁଣ୍ଡାରେ ରହୁଥିବା ଗଣେଶ ପାତ୍ର ନାମକ ଜଣେ ଯୁବକକୁ । ଆଉ ଆଗପଛ କିଛି ନଭାବି ଘର ଛାଡି ସବୁଦିନ ପାଇଁ ଚାଲିଆସିଲା ଯୁବକ ସହିତ ରାଜଧାନୀ । ଆଉ ଏବେ ଶୁଣିବାକୁ ମିଳିଛି ଝିଅଟି ଆଉ ଏ ଦୁନିଆରେ ନାହିଁ।

ଗୋଟେ ପଟେ ଝିଅ ଘର ଲୋକେ ହତ୍ୟା ଅଭିଯୋଗ ଆଣୁଥିବାବେଳେ, ଏପଟେ ଶାଶୁ ଘର ଲୋକ ଝିଅଟି ଆତ୍ମହତ୍ୟା କରିଥିବା କଥା କହୁଛନ୍ତି । ତେବେ ଝିଅ ଘର ପକ୍ଷରୁ ଯାହା ଅଭିଯୋଗ ହୋଇଛି କି, ବର୍ଷକ ଭିତରେ ଶାଶୁ ଘରୁ ଝିଅ ଉପରେ ଯୌତୁକ ପାଇଁ ଚାପ ପଡିଥିଲା । ମାଗିଥିବା ଯୌତୁକ ବାପ ଘର ଦେଇପାରିନଥିଲେ । ଯାହାଫଳରେ ଝିଅ ଉପରେ ଅତ୍ୟାଚାର ଆରମ୍ଭ କରିଥିଲେ ଶାଶୁ ଓ ସ୍ୱାମୀ । ତେଣୁ ସେମାନଙ୍କ ଅତ୍ୟାଚାର ସହି ନପାରି ସବୁଦିନ ପାଇଁ ଦୁନିଆ ଛାଡି ଆରପାରିକୁ ଚାଲିଗଲା ଝିଅ । ହଁ ଦର୍ଶକ ବନ୍ଧୁ ଏମିତି ଏକ ସମ୍ବେଦନ ଶୀଳ ଘଟଣା ଦେଖିବାକୁ ମିଳିଛି ଭରତପୂର ଥାନା ଅନ୍ତର୍ଗତ ବରମୁଣ୍ଡା ଏକ ବସ୍ତି ଅଞ୍ଚଳରେ ।

ଯାହା ସୂଚନା ମିଳିଛି ମୃତ ଝିଅଟିର ନା ପୂଜା ବେହେରା । ଘର ଗଞ୍ଜାମ ଜିଲ୍ଲାର ମଥୁରାରେ । ବାପା ସୁରଟରେ କାମ କରନ୍ତି। ତେବେ ଉକ୍ତ ଗାଁରେ ଜଣଙ୍କ ଶୁଦ୍ଧ କ୍ରିୟା ହେଉଥିବା ସମୟରେ ଭେଟ ହୋଇଥିଲେ ପୂଜା ଓ ଗଣେଶର । ଉଭୟଙ୍କ ଭିତରେ ସେଠାରେ ପ୍ରେମ ସମ୍ପର୍କ ଗଢିଉଠିଥିଲା । ପରେ ଗଣେଶ ପୂଜାକୁ ଫୋନଟିଏ କିଣି ଦେଇଥିଲା ସବୁଦିନ କଥା ହେବାପାଇଁ । ତାପରେ ଫୋନରେ ଚାଲିଲା ପ୍ରେମ ।

ମା ଚାଲିଯିବାର ଅଳ୍ପ ଦିନ ପରେ ପୂଜାର ବାପା ଦ୍ୱିତୀୟ ବିବାହ କଲେ । ତେଣୁ ପୂଜା ରହୁଥିଲା ସାବତ ମାଆ ପାଖରେ । ବାପା ମାଆ ଙ୍କ ଗୋଟିଏ ବୋଲି ଝିଅ ଥିଲା ପୂଜା । ଘରର ଅସୁବିଧା ପାଇଁ ବାପା ଆଉ ଜଣଙ୍କୁ ଦ୍ୱିତୀୟ ବିବାହ କଲେ । ସେହି ସାବତ ମାଆର ଅତ୍ୟାଚାରକୁ ପ୍ରେମିକର ଭଲ ପାଇବା ବେଶ ସୁହାଇଲା । ଆଉ କିଛି ଦିନ ଭିତରେ ଘର ଛାଡି ଷୋହଳ ବର୍ଷ ବୟସରେ ପୂଜା ଚାଲି ଆସିଲା ପ୍ରେମିକ ପାଖକୁ ଭୁବନେଶ୍ୱର ବରମୁଣ୍ଡା । ସେଠାରେ ଦୁହେଁ ରହିବାକୁ ଲାଗିଲେ । ଉଭୟ ବିବାହ ମଧ୍ୟ କରିଥିଲେ ବୋଲି ଜଣା ପଡିଛି ।

ଏପଟେ ଯାହା ଶୁଣିବକୁ ମିଳିଛି, ଘଟଣା ଦିନ କୁଆଡେ ପୂଜାକୁ ପାଇଖାନା ଭିତରେ ବେଡିସିଟିରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ହେଲେ ଡାକ୍ତରଖାନା ଆଣିବା ପରେ ପୂଜାକୁ ଡାକ୍ତର ମୃତ ଘୋଷଣା କରିଥିଲେ । ଯେତେବେଳେ ପୋଲିସ ଜାଣିବାକୁ ପାଇଥିଲା କି ନାବାଳିକା ଝିଅଟି ଜୀବନ ହାରିଛି ସେତେବେଳେ ତତ୍ପର ହୋଇ ଉଠିଥିଲା । ପ୍ରେମିକକୁ ତୁରନ୍ତ ଅଟକ ରଖିଥିଲା । ତେବେ ଶବ ବ୍ୟବଚ୍ଛେଦ ପରେ ଶବକୁ ନେବା ପାଇଁ ଟଣା ଓଟରା ଆରମ୍ଭ ହେଲା ବାପାଘର ଓ ଶାଶୁଘର ଭିତରେ । ଶେଷରେ ବାପଘର ଲୋକଙ୍କୁ ଝିଅର ଶବ ହସ୍ତାନ୍ତର କରାଯାଇଥିବା ଜଣାପଡିଛି ।

 

Sonalisa

Recent Posts

ସରିଲା ୪ର୍ଥ ପର୍ଯ୍ୟାୟ ନିର୍ବାଚନ, ରାଜ୍ୟରେ ମତଦାନ ହାର ୭୦.୬୭% ରହିଛି

ଭୁବନେଶ୍ୱର (କେନ୍ୟୁଜ): ଷ୍ଟ୍ରଙ୍ଗ ରୁମରେ ଇଭିଏମ୍ । ରାଜ୍ୟରେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ଇଭିଏମରେ ସିଲ ହୋଇଛି…

8 mins ago

ଉପକୂଳରେ କଲବଲ କରୁଛି ଗରମ ଓ ଗୁଳୁଗୁଳି, ଆଜି ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର (କେନ୍ୟୁଜ): ଜଳୁଛି ପଶ୍ଚିମ ଓଡ଼ିଶା । ଉପକୂଳରେ କଲବଲ କରୁଛି ଗରମ ଓ ଗୁଳୁଗୁଳି ।  ପଶ୍ଚିମ ଓଡ଼ିଶାରେ…

22 mins ago

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

8 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

11 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

11 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

11 hours ago