କେନ୍ୟୁଜ୍(ବ୍ୟୁରୋ): ଆସାମରେ ବନ୍ୟା ବିଭୀଷିକା। ପାଣି ଘେରରେ ଫସିଥିବା ଲୋକଙ୍କୁ ଉଦ୍ଧାର କରୁଛି ବାୟୁସେନା। ମାଟି ଅତଡା ଖସିବା ଯୋଗୁଁ ଅନେକ ସ୍ଥାନରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଦିତୋକ୍ଚେରାରେ ଗତକାଲିଠାରୁ ଅଟକି ରହିଥିଲା ସିଲଚର-ଗୁଆହାଟୀ ଏକ୍ସପ୍ରେସ । ଟ୍ରେନରେ ପ୍ରାୟ ୧୩ଶହ ଯାତ୍ରୀ ଥିଲେ। ୧୨ ଶହ ଯାତ୍ରୀ ଏକ ଭଙ୍ଗାପୋଲ ଦେଇ ସୁରକ୍ଷିତ ସ୍ଥାନକୁ ଯିବାରେ ସଫଳ ହୋଇଥିଲେ। କିନ୍ତୁ ପ୍ରାୟ ୧୦୦ ଜଣ ବୟସ୍କ ଓ ବରିଷ୍ଠ ନାଗରିକ ବ୍ରିଜ ପାର କରି ନପାରି ଫସି ରହିଥିଲେ।
ସେମାନଙ୍କୁ ଆଜି ସକାଳେ ବାୟୁସେନା ହେଲିକପ୍ଟର ଉଦ୍ଧାର କରିଛି। ଆସାମରେ ପ୍ରଳୟଙ୍କାରୀ ବନ୍ୟାରେ ୬ଟି ଜିଲ୍ଲାର ୨୫ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଦିମା ହସାଓ ଜିଲ୍ଲାରେ ବନ୍ୟା ରଚିଛି ତାଣ୍ଡବ। ହାଫଲୋଙ୍ଗ ଅଞ୍ଚଳରେ ମାଟି ଅତଡା ଧସିବାରୁ ୩ଜଣଙ୍କ ମୃତ୍ୟୁ ହୋଇଛି। ରେଳ ଚଳାଚଳ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଆସାମରେ ହଜାର ହଜାର ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ରାସ୍ତାଘାଟ, ବ୍ରିଜ ବନ୍ୟା ପାଣିରେ ଧୋଇ ହୋଇଯାଇଛି। ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ସେନା, ପାରା ମିଲିଟାରୀ ଫୋର୍ସ , ଏସ୍ଡିଆରଏଫ୍ ଓ ଅଗ୍ନିଶମ କର୍ମଚାରୀ।
ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କରାଇଥିବା ମୁଖ୍ୟ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ୯୦ ବର୍ଷ ବୟସରେ ଦେହାନ୍ତ ହୋଇଛି…
ବ୍ରହ୍ମଗିରି(କେନ୍ୟୁଜ): ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଚଳିତ ବର୍ଷ…
ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ, ଆଠମଲ୍ଲିକ କିଆକଟା…
ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…
ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ଚାଲିଛି…
ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍ ଟର୍ଫ…