Categories: ରାଜ୍ୟ

କାୟା ମେଲାଉଛି ପ୍ରଦୂଷଣ, ରାଜ୍ୟରେ ୬ଟି ସହରରେ ସ୍ଥିତି ଉଦବେଗଜନକ

ଭୁବନେଶ୍ୱର(କେନ୍ୟୁଜ୍): ଶିଳ୍ପାୟନ ଦେଖାଉଛି ବିକାଶର ମାନଚିତ୍ର। କିନ୍ତୁ କଳକାରଖାନାରୁ ନିର୍ଗତ ଧୂଆଁ ଯୋଗୁ ବଢୁଛି ପ୍ରଦୂଷଣ। ରାଜ୍ୟର ୬ଟି ସହରରେ ସ୍ଥିତି ଏବେ ସଙ୍ଗିନ। ପ୍ରଦୂଷଣକୁ କିଭଳି ରୋକାଯାଇ ପାରିବ ସେନେଇ ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର। ବିଭିନ୍ନ ବିଭାଗର ସମନ୍ଵୟରେ କାମ ଆଗେଇବ।

ରାଜ୍ୟରେ କାୟା ମେଲାଉଛି ପ୍ରଦୂଷଣ। ୬ଟି ସହରରେ ସ୍ଥିତି ଉଦବେଗଜନକ। ରାଜଧାନୀ ଭୁବନେଶ୍ୱର, ବାଲେଶ୍ୱର, ତାଳଚେର, ଅନୁଗୁଳ, କଟକ ଓ ରାଉରକେଲା ସହରରେ ହୁ ହୁ ହୋଇ ବଢ଼ି ଚାଲିଛି ପ୍ରଦୂଷଣର ମାତ୍ରା। ୧୦ ମାଇକ୍ରନରୁ କମ୍‌ ଧୂଳିକଣା ସଦୃଶ ପଦାର୍ଥ ତାଳଚେରରେ ସର୍ବାଧିକ ୪୫ ପ୍ରତିଶତ, ରାଉରକେଲାରେ ୪୧, ଅନୁଗୁଳରେ ୩୯, ଭୁବନେଶ୍ୱରରେ ୩୬, ବାଲେଶ୍ୱରରେ ୨୮ ଓ କଟକରେ ୨୭ ପ୍ରତିଶତ କମ୍‌ କରାଯିବ। ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର। ଦ୍ରୁତ ଶିଳ୍ପାୟନ, ଗାଡ଼ିମୋଟର ଚଳାଚଳର ଅହେତୁକ ବୃଦ୍ଧି କାରଣରୁ ବଢୁଛି ପ୍ରଦୂଷଣ। ଏଥିରେ ବ୍ରେକ ଲଗାଇବାକୁ ବ୍ୟାପକ ଭାବେ ଜନସଚେନତା କରାଯିବ। ପବ୍ଲିକ ଟ୍ରାନସପୋର୍ଟ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ।

ବିଭିନ୍ନ କାରଣରୁ ବାୟୁ ମଣ୍ଡଳ ପ୍ରଦୂଷିତ ହେଉଛି। ଯାହାକି ଏବେ ମାନବ ସମାନ ପ୍ରତି କ୍ଷତିକାରକ ହେଲାଣି। ଏଭଳି ସ୍ଥିତିରେ ବିଦ୍ୟୁତ ଚାଳିତ ଗାଡ଼ିର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯିବ ଦରକାର। ସେହିପରି ଡିଜେଲ ଗାଡି ପରିବର୍ତ୍ତେ ସିଏନଜି ଚାଳିତ ଗାଡ଼ିମୋଟର ଚଳାଚଳର ଆବଶ୍ୟକତା ବି ରହିଛି। ପୁରୁଣା ଗାଡିକୁ ବ୍ୟବହାର ନକରିବା ଉଚିତ୍‌।

KNews Bureau

Recent Posts

ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କରାଇଥିବା ମୁଖ୍ୟ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ଦେହାନ୍ତ, ଦୁଃଖ ବ୍ୟକ୍ତ କଲେ ସିଏମ୍‌ ଯୋଗୀ

ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କରାଇଥିବା ମୁଖ୍ୟ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ୯୦ ବର୍ଷ ବୟସରେ ଦେହାନ୍ତ ହୋଇଛି…

7 mins ago

ଅଲାରନାଥଙ୍କ ଅଣସର ଦର୍ଶନ କରିବେ ଭକ୍ତ, ଏବେ ଠାରୁ ଛୁଟିଲାଣି ଭକ୍ତଙ୍କ ସୁଅ

ବ୍ରହ୍ମଗିରି(କେନ୍ୟୁଜ): ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଚଳିତ ବର୍ଷ…

21 mins ago

ରାସ୍ତାରେ ଜଳିଗଲା ବାଇକ, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବିଭାଗ

ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ  ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ,  ଆଠମଲ୍ଲିକ  କିଆକଟା…

27 mins ago

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

57 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

1 hour ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

3 hours ago