କାୟା ମେଲାଉଛି ପ୍ରଦୂଷଣ, ରାଜ୍ୟରେ ୬ଟି ସହରରେ ସ୍ଥିତି ଉଦବେଗଜନକ

ଭୁବନେଶ୍ୱର(କେନ୍ୟୁଜ୍): ଶିଳ୍ପାୟନ ଦେଖାଉଛି ବିକାଶର ମାନଚିତ୍ର। କିନ୍ତୁ କଳକାରଖାନାରୁ ନିର୍ଗତ ଧୂଆଁ ଯୋଗୁ ବଢୁଛି ପ୍ରଦୂଷଣ। ରାଜ୍ୟର ୬ଟି ସହରରେ ସ୍ଥିତି ଏବେ ସଙ୍ଗିନ। ପ୍ରଦୂଷଣକୁ କିଭଳି ରୋକାଯାଇ ପାରିବ ସେନେଇ ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର। ବିଭିନ୍ନ ବିଭାଗର ସମନ୍ଵୟରେ କାମ ଆଗେଇବ।

air pollutionରାଜ୍ୟରେ କାୟା ମେଲାଉଛି ପ୍ରଦୂଷଣ। ୬ଟି ସହରରେ ସ୍ଥିତି ଉଦବେଗଜନକ। ରାଜଧାନୀ ଭୁବନେଶ୍ୱର, ବାଲେଶ୍ୱର, ତାଳଚେର, ଅନୁଗୁଳ, କଟକ ଓ ରାଉରକେଲା ସହରରେ ହୁ ହୁ ହୋଇ ବଢ଼ି ଚାଲିଛି ପ୍ରଦୂଷଣର ମାତ୍ରା। ୧୦ ମାଇକ୍ରନରୁ କମ୍‌ ଧୂଳିକଣା ସଦୃଶ ପଦାର୍ଥ ତାଳଚେରରେ ସର୍ବାଧିକ ୪୫ ପ୍ରତିଶତ, ରାଉରକେଲାରେ ୪୧, ଅନୁଗୁଳରେ ୩୯, ଭୁବନେଶ୍ୱରରେ ୩୬, ବାଲେଶ୍ୱରରେ ୨୮ ଓ କଟକରେ ୨୭ ପ୍ରତିଶତ କମ୍‌ କରାଯିବ। ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର। ଦ୍ରୁତ ଶିଳ୍ପାୟନ, ଗାଡ଼ିମୋଟର ଚଳାଚଳର ଅହେତୁକ ବୃଦ୍ଧି କାରଣରୁ ବଢୁଛି ପ୍ରଦୂଷଣ। ଏଥିରେ ବ୍ରେକ ଲଗାଇବାକୁ ବ୍ୟାପକ ଭାବେ ଜନସଚେନତା କରାଯିବ। ପବ୍ଲିକ ଟ୍ରାନସପୋର୍ଟ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ।

air pollutionବିଭିନ୍ନ କାରଣରୁ ବାୟୁ ମଣ୍ଡଳ ପ୍ରଦୂଷିତ ହେଉଛି। ଯାହାକି ଏବେ ମାନବ ସମାନ ପ୍ରତି କ୍ଷତିକାରକ ହେଲାଣି। ଏଭଳି ସ୍ଥିତିରେ ବିଦ୍ୟୁତ ଚାଳିତ ଗାଡ଼ିର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯିବ ଦରକାର। ସେହିପରି ଡିଜେଲ ଗାଡି ପରିବର୍ତ୍ତେ ସିଏନଜି ଚାଳିତ ଗାଡ଼ିମୋଟର ଚଳାଚଳର ଆବଶ୍ୟକତା ବି ରହିଛି। ପୁରୁଣା ଗାଡିକୁ ବ୍ୟବହାର ନକରିବା ଉଚିତ୍‌।

Leave A Reply

Your email address will not be published.