ମା’ ହୋଇପାରୁନି ଶଙ୍ଖୁଆ ଧଳା କୁମ୍ଭୀର ‘ଗୋରୀ’, ଚିନ୍ତାରେ ପରିବେଶବିତ୍‌

କେନ୍ଦ୍ରାପଡ଼ା(କେନ୍ୟୁଜ୍) : ମା’ ହୋଇପାରୁନି ଭିତରକନିକାର ଶଙ୍ଖୁଆ ଧଳା କୁମ୍ଭୀର ଗୋରୀ । ଯୌବନ ପ୍ରାପ୍ତି ପରେ ଗୋରୀ ମା’ ହେବା ପାଇଁ ବନବିଭାଗ ପକ୍ଷରୁ ଅନେକ ଚେଷ୍ଟା କରାଯାଇଛି । ହେଲେ ବିଫଳ ହୋଇଛି । ଗୋରୀ ପୁରୁଷ କୁମ୍ଭୀରଙ୍କୁ ପ୍ରତ୍ୟାଖାନ କରିଛି । ଅନେକ ଥର ଗୋରୀ ଅଣ୍ଡା ଦେଇଛି, ହେଲେ କୌଣସି ପୁରୁଷ କୁମ୍ଭିର ସହ ମିଳନ ହୋଇନଥିବାରୁ ଅଣ୍ଡାଗୁଡିକରୁ ଶାବକ ଜନ୍ମ ନେଇନାହାନ୍ତି । ତେଣୁ ପରିବେଶବିତ୍‌ ଚିନ୍ତାରେ ପଡିଛନ୍ତି ।

crocodileସାରା ବିଶ୍ୱରେ ଦୃଷ୍ଟି ଆକର୍ଷଣ କରିଛି ଏହି ଶଙ୍ଖୁଆ ଧଳା କୁମ୍ଭୀର ଗୋରୀ । ତାକୁ ମାତୃତ୍ୱ ପାଇଁ ବନବିଭାଗର ଆନ୍ତରିକତା ଉପରେ ପ୍ରଶ୍ନ ଉଠାଇଛନ୍ତି ପରିବେଶବିତ। ବନବିଭାଗ ଗୋରୀର ଯତ୍ନ ନେଲେ ସେ ମା’ ହୋଇପାରିବ ବୋଲି ପରିବେଶବିତମାନେ କହିଛନ୍ତି । ଅନ୍ୟପଟେ ଗୋରୀକୁ ମା’କରିବା ପାଇଁ ଏବେ ପୁରୁଷ କୁମ୍ଭୀର ନାହାନ୍ତି ବୋଲି କହିଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ । ଗୋରୀ ମା’ ହେବାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ କେବେ ଏହାର ଅବସାନ ଘଟୁଛି ତାହା ଦେଖିବାକୁ ବାକି ରହିଲା

Leave A Reply

Your email address will not be published.