Below header

ଆଜି ପ୍ରକାଶ ପାଇବ ନିଟ୍ ପରୀକ୍ଷା ଫଳ

କେନ୍ୟୁଜ୍ : ଆଜି ପ୍ରକାଶ ପାଇବ ନିଟ ପରୀକ୍ଷା ଫଳ । ଏମବିବିଏସ ଓ ବିଡିଏସ ପାଠ୍ୟକ୍ରମରେ ନାମ ଲେଖାଇବା ଲାଗି ନ୍ୟାସନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନସ ଟେଷ୍ଟ ବା ନିଟ୍‌ ପରୀକ୍ଷା ଗତ ୨୦ ତାରିଖରେ ଓଡିଶାରେ ଅନୁଷ୍ଠିତ ହୋଇଥିଲା । ଚଳିତବର୍ଷ ଓଡିଶାରୁ ୩୭ ହଜାର ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଛନ୍ତି । ସାରା ଭାରତରେ ପାଖାପାଖି ୧୪ ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଛନ୍ତି । ରେଜଲ୍ଟ ପ୍ରକାଶ ପାଇଲା ପରେ ଛାତ୍ରଛାତ୍ରୀ www.ntaneet.nic.in ମାଧ୍ୟମରେ ନିଜ ନିଜ ରେଜଲ୍ଟ ଦେଖିପାରିବେ । ପରୀକ୍ଷାଫଳ ପ୍ରକାଶ ପାଇବା ପରେ ଜୁନ୍‌ ୧୩ରୁ ଆରମ୍ଭ ହେବ କାଉନସେଲିଂ। ସର୍ବଭାରତୀୟ ସ୍ତରରେ ଏହି ପରୀକ୍ଷା ମେ ୫ ତାରିଖରେ ଅନୁଷ୍ଠିତ ହୋଇଥିବା ବେଳେ ଓଡିଶାରେ ବାତ୍ୟା ଫନି ଯୋଗୁଁ ଏହା ମେ ୨୦ ରେ ଅନୁଷ୍ଠିତ ହୋଇଥିଲା । ଓଡିଶା ପାଇଁ ଏହି ପରୀକ୍ଷା ସ୍ୱତନ୍ତ୍ର ଭାବେ ଅନୁଷ୍ଠିତ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.