Categories: ରାଜ୍ୟ

ଖୋର୍ଦ୍ଧା ଜିଲ୍ଲାରେ ବ୍ୟାପକ କ୍ରସର ଶିଲ୍ପ ଯୋଗୁଁ ଦିନକୁ ଦିନ ପ୍ରଦୂଷିତ ହେବାରେ ଲାଗିଛି ପରିବେଶ, ଧୂଳି ଧୂଆଁରେ ଅସ୍ତବ୍ୟସ୍ତ ଜୀବନ

ଖୋର୍ଦ୍ଧା(କେନ୍ୟୁଜ୍): ଧୂଳି ଧୂଆଁରେ ଅସ୍ତବ୍ୟସ୍ତ ଜୀବନ । କାୟା ମେଲାଉଛି ପ୍ରଦୂଷଣ । ଯୁଆଡ ଦେଖିଲେ ସିଆଡେ ଛତୁ ଫୁଟିଲା ଭଳି କ୍ରସର । ନା ପ୍ରଶାସନକୁ ଭୟ ନା ପ୍ରଦୂଷଣ ବୋର୍ଡକୁ ଖାତିର। ସରକାରୀ ନିୟମ ଅନୁସାରେ ଜାତୀୟ ରାଜପଥ ଠାରୁ ୨ଶହ ମିଟର ଓ ଜନବସତି ଠାରୁ ୫ଶହ ମିଟର ଦୂରରେ କ୍ରସର ରହିବା କଥା । କିନ୍ତୁ ଖୋର୍ଦ୍ଧା ଜିଲ୍ଲା ଛତ୍ରମାଗଡର ଅଞ୍ଚଳରେ ମାତ୍ର କିଛି ଦୂରତାରେ କ୍ରସର ରହିଛି । ଏଥିରୁ ବାହାରୁଥିବା ପଥର ଗୁଣ୍ଡ ଜମିରେ ପଡି ଚାଷ ନଷ୍ଟ ହୋଇଯାଇଥିବା ସ୍ଥାନୀୟଲୋକେ ଅଭିଯୋଗ କରିଛନ୍ତି ।

ଜଙ୍ଗଲ ଓ ପରିବେଶ ବିଭାଗର ନିୟମକୁ ବେଖାତିର କରି ନିଜ ନିୟମ ମୁତାବକ କ୍ରସର ଚଳାଉଛନ୍ତି । କ୍ରସର ଗୁଣ୍ଡ ଉଡି ନିକଟରେ ଥିବା ଜଳାଶୟ ଗୁଡିକରେ ମଧ୍ୟ ଆସ୍ତରଣ ସୃଷ୍ଟି ହେଉଛି । ଏନେଇ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି । ଜିଲ୍ଲା ପ୍ରଶାସନ, ମନ୍ଦିର ପ୍ରଶାସନ ଓ ପ୍ରଦୂଷଣ ବିଭାଗ ମିଳିତ ଚଢାଉରେ ଅନେକ ଗୁଡିଏ କ୍ରସରକୁ ସିଜ୍‌ କରାଯାଇଛି । ଆଉ ଯେଉଁ ଅନ ଅଥରାଇଜ କ୍ରସର ଅଛି ସେଗୁଡିକୁ ମଧ୍ୟ ଖୁବଶୀଘ୍ର ସିଜ୍‌ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ତୁରନ୍ତ ବେଆଇନ କ୍ରସର ଗୁଡିକ ବନ୍ଦ କରାନଗଲେ ଆଗାମୀ ଦିନରେ ଜାତୀୟ ରାଜପଥ ଅବରୋଧ କରିବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

 

KNews Bureau

Recent Posts

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

35 seconds ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

12 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

25 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

28 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

48 mins ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago