Below header

ଖୋର୍ଦ୍ଧା ଜିଲ୍ଲାରେ ବ୍ୟାପକ କ୍ରସର ଶିଲ୍ପ ଯୋଗୁଁ ଦିନକୁ ଦିନ ପ୍ରଦୂଷିତ ହେବାରେ ଲାଗିଛି ପରିବେଶ, ଧୂଳି ଧୂଆଁରେ ଅସ୍ତବ୍ୟସ୍ତ ଜୀବନ

ଖୋର୍ଦ୍ଧା(କେନ୍ୟୁଜ୍): ଧୂଳି ଧୂଆଁରେ ଅସ୍ତବ୍ୟସ୍ତ ଜୀବନ । କାୟା ମେଲାଉଛି ପ୍ରଦୂଷଣ । ଯୁଆଡ ଦେଖିଲେ ସିଆଡେ ଛତୁ ଫୁଟିଲା ଭଳି କ୍ରସର । ନା ପ୍ରଶାସନକୁ ଭୟ ନା ପ୍ରଦୂଷଣ ବୋର୍ଡକୁ ଖାତିର। ସରକାରୀ ନିୟମ ଅନୁସାରେ ଜାତୀୟ ରାଜପଥ ଠାରୁ ୨ଶହ ମିଟର ଓ ଜନବସତି ଠାରୁ ୫ଶହ ମିଟର ଦୂରରେ କ୍ରସର ରହିବା କଥା । କିନ୍ତୁ ଖୋର୍ଦ୍ଧା ଜିଲ୍ଲା ଛତ୍ରମାଗଡର ଅଞ୍ଚଳରେ ମାତ୍ର କିଛି ଦୂରତାରେ କ୍ରସର ରହିଛି । ଏଥିରୁ ବାହାରୁଥିବା ପଥର ଗୁଣ୍ଡ ଜମିରେ ପଡି ଚାଷ ନଷ୍ଟ ହୋଇଯାଇଥିବା ସ୍ଥାନୀୟଲୋକେ ଅଭିଯୋଗ କରିଛନ୍ତି ।

khurdaଜଙ୍ଗଲ ଓ ପରିବେଶ ବିଭାଗର ନିୟମକୁ ବେଖାତିର କରି ନିଜ ନିୟମ ମୁତାବକ କ୍ରସର ଚଳାଉଛନ୍ତି । କ୍ରସର ଗୁଣ୍ଡ ଉଡି ନିକଟରେ ଥିବା ଜଳାଶୟ ଗୁଡିକରେ ମଧ୍ୟ ଆସ୍ତରଣ ସୃଷ୍ଟି ହେଉଛି । ଏନେଇ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି । ଜିଲ୍ଲା ପ୍ରଶାସନ, ମନ୍ଦିର ପ୍ରଶାସନ ଓ ପ୍ରଦୂଷଣ ବିଭାଗ ମିଳିତ ଚଢାଉରେ ଅନେକ ଗୁଡିଏ କ୍ରସରକୁ ସିଜ୍‌ କରାଯାଇଛି । ଆଉ ଯେଉଁ ଅନ ଅଥରାଇଜ କ୍ରସର ଅଛି ସେଗୁଡିକୁ ମଧ୍ୟ ଖୁବଶୀଘ୍ର ସିଜ୍‌ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ତୁରନ୍ତ ବେଆଇନ କ୍ରସର ଗୁଡିକ ବନ୍ଦ କରାନଗଲେ ଆଗାମୀ ଦିନରେ ଜାତୀୟ ରାଜପଥ ଅବରୋଧ କରିବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.