Below header

ବିଭିନ୍ନ ସ୍ଥାନରେ ଧୂମଧାମରେ ପାଳନ ହେଉଛି ପହିଲି ରଜ, ଦୋଳି ଖେଳ ସହ ପୋଡ଼ ପିଠା ଓ ପାନ ଖାଇ ଉତ୍ସବ ମନାଉଛନ୍ତି ଝିଅ ବୋହୂ

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱରରେ ଜମୁଛି ପହିଲି ରଜ। ଦୋଳି ଖେଳ ସହ ପୋଡ଼ ପିଠା ଓ ପାନ ଖାଇ ଉତ୍ସବ ମନାଉଛନ୍ତି ଝିଅ ବୋହୂ। ରାଜଧାନୀର ପାନ୍ଥ ନିବାସରେ ମଧ୍ୟ ରଜ ପର୍ବକୁ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି।

pithaସାଙ୍ଗସାଥୀଙ୍କ ସହ ମିଶି ବିଭିନ୍ନ ପ୍ରକାର ପିଠା ସହ ପାନ ଖାଇ ରଜ ପାଳନ କରୁଛନ୍ତି ରାଜଧାନୀବାସିନ୍ଦା। ୪ ଦିନ ଧରି ଏଠାରେ ଚାଲିବ ରଜ ଉତ୍ସବ। ଭୁବନେଶ୍ୱର ସମେତ ରାଜ୍ୟର ଆଉ ୭ଟି ପାନ୍ଥ ନିବାସରେ ରଜ ଉତ୍ସବ ପାଳନ କରାଯାଉଛି ।

କେନ୍ଦୁଝର ଜିଲ୍ଲାରେ ରଜର ମାହୋଲ

ghatagaonକେନ୍ଦୁଝର ଜିଲ୍ଲାରେ ରଜର ମାହୋଲ ଜମିଛି। ଦୋଳି ଖେଳ ସହ ପିଠା ଓ ମିଠା ଖାଇ ରଜର ମଜା ନେଉଛନ୍ତି ସମସ୍ତେ। ପାନ ଖିଆ ବି ଚାଲିଛି। ବିଭିନ୍ନ ପ୍ରକାର ଖେଳ ବି ହେଉଛି।

କଟକ ମହାଙ୍ଗା ଗୋତରା ବଲୁଙ୍କେଶ୍ୱର ନିକଟରେ ଧୂମଧାମରେ ଚାଲିଛି ପହଲି ରଜ

mahangaକଟକ ଜିଲ୍ଲା ମହାଙ୍ଗା ଗୋତରା ବଲୁଙ୍କେଶ୍ୱର ନିକଟରେ ଧୂମଧାମରେ ଚାଲିଛି ପହଲି ରଜ । ପିଠାପଣା ଓ ନାନା ବ୍ୟଞ୍ଜନରେ ମହକିବ ଗାଁ ଦାଣ୍ଡ । ଗାଁ ମୁଣ୍ଡ ଆମ୍ବତୋଟା ଓ ବରଗଛରେ ଲାଗିଛି ରକମ ରକମର ଦୋଳି । ଆଉ ତାସାଙ୍ଗକୁ ପୁଚି ଖେଳର ମଜା । କେବଳ ଏତିକି ନୁହେଁ ନାଚ ଗୀତର ବି ଆୟୋଜନ ଚାଲିଛି ।

ପହିଲି ରଜ ପାଇଁ କଟକ ସହର ଉତ୍ସବ ମୁଖର

ପହିଲି ରଜ ପାଇଁ କଟକ ସହର ଉତ୍ସବ ମୁଖର । କଟକବାସୀ ଏକାଠି ହୋଇ ପିଠା, ପାନ ଖାଇ ଦୋଳିର ମଜା ନେଉଛନ୍ତି । ନାଚ ଗୀତ ସାଙ୍ଗକୁ ବିଭିନ୍ନ ଖେଳ କୁଦ କରି ରଜର ଭରପୁର ମଜା ଉଠାଉଛନ୍ତି ଯୁବପିଢୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.