‘ଦବଙ୍ଗ-୩’ରୁ ମୌନୀ ରୟ ଆଉଟ୍‌, ବରୀନା ହୁସେନ୍‌ ଇନ୍

ମୁମ୍ବାଇ: ‘ଦବଙ୍ଗ-୩’ର ସୁଟିଂରେ ବ୍ୟସ୍ତ ଅଛନ୍ତି ବଲିଉଡର ସୁପରଷ୍ଟାର ସଲମାନ୍‌ ଖାନ୍‌। କିଛି ଦିନ ତଳେ ଏହି ଫିଲ୍ମର ଏକ ଆଇଟମ୍‌ ନମ୍ବର ସୁଟ୍‌ ହୋଇଥିଲା। ଏହି ଆଇଟମ୍‌ ନମ୍ବରଟି ହେଉଛି ‘ମୁନ୍ନୀ ବଦନାମ୍‌ ହୁଆ’। ଏହାର ଗାୟକ ହେଲେ କମାଲ୍‌ ଖାନ୍‌ ଓ ସଙ୍ଗୀତକାର ହେଲେ ସାଜିଦ୍‌ ଓ୍ଵାଜିଦ୍। ଏହି ଆଇଟମ୍‌ ନମ୍ବରରେ ମୌନୀ ରୟ ଆଇଟମ୍‌ ଗର୍ଲ ବନିବେ ବୋଲି ଶୁଣିବାକୁ ମିଳୁଥିବାବେଳେ କୌଣସି କାରଣ ବଶତଃ ତାଙ୍କୁ  ‘ଦବଙ୍ଗ୍‌-୩’ରୁ ଆଉଟ୍‌ କରାଯାଇଥିବା ଶୁଣିବାକୁ ମିଳିଛି। ତେବେ ମୌନୀଙ୍କର କିଛି ସ୍ୱଭାବ ଲାଗି ତାଙ୍କୁ ଏହି ଫିଲ୍ମରୁ ଆଉଟ୍ କରାଯାଇଥିବା ନେଇ ଶୁଣିବାକୁ ମିଳୁଥିବାବେଳେ ମୌନୀଙ୍କୁ ଫିଲ୍ମ ‘ବୋଲେ ଚୁଡିୟାଁ’ରୁ ମଧ୍ଯ ଏଇଥି ପାଇଁ ଆଉଟ୍‌ କରାଯାଇଥିଲା।

Warina-Hussainତେବେ ମୌନୀଙ୍କ ସ୍ଥାନରେ ‘ଲଭଯାତ୍ରୀ ’ର ଅଭିନେତ୍ରୀ ବରୀନା ହୁସେନ୍‌ ଙ୍କୁ ନିଆଯାଇଛି। ଏହି ଆଇଟମ୍‌ ନମ୍ବରରେ ବରୀନାଙ୍କ ଜବରଦସ୍ତ ଡ୍ୟାନ୍ସ ଦେଖିବାକୁ ମିଳିବ। ଏହି ଗୀତର କୋରିଓଗ୍ରାଫି ବୈଭବୀ ମର୍ଚ୍ଚାଣ୍ଟ  ଦେଇଥିବାବେଳେ, ଏହି ଗୀତରେ ବରୀନା ଓ୍ଵଷ୍ଟର୍ଣ୍ଣ ଆଉଟଫିଟ୍‌ରେ ନଜର ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.