ଗଣପର୍ବ ରଜ ଅବସରରେ ରାଜ୍ୟବାସୀଙ୍କୁ ଟ୍ଵିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର(କେନ୍ୟୁଜ୍): ଆଜି ପହିଲି ରଜ। ଉତ୍ସବମୁଖର ପୁରପଲ୍ଲୀ। ସବୁଠି ମଉଜର ଆସର। ଘରେ ଘରେ ପିଠାପଣା, ମିଠା ଓ ନାନାଦି ବ୍ୟଞ୍ଜନ ମହକ। ନୂଆ ପୋଷାକ ସହ ଅଳତା, କୁଙ୍କୁମ, ମେହେନ୍ଦି ଲଗାଇ ସଜେଇ ହୋଇଛନ୍ତି ଝିଅବୋହୂ। ଘରକୁ ଘର ବୁଲିବା ସହ ଦୋଳିର ମଜା ନେଉଛନ୍ତି ସମସ୍ତେ। ଏହି ଗଣପର୍ବ ରଜ ଅବସରରେ ରାଜ୍ୟବାସୀଙ୍କୁ ଟ୍ଵିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟବାସୀଙ୍କ ସୁଖ ଓ ସମୃଦ୍ଧି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ।