ନୀଳଗିରିରେ ଝାଡ଼ଖଣ୍ଡ ହାତୀ ପଲଙ୍କ ଉପଦ୍ରବ, ବିଭିନ୍ନ ସ୍ଥାନରେ ମାଟି ଘର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ କରୁଥିବା ଅଭିଯୋଗ

ବାଲେଶ୍ୱର(କେନ୍ୟୁଜ୍) : ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଝାଡ଼ଖଣ୍ଡ ହାତୀ ପଲଙ୍କ ଉପଦ୍ରବ। ତିନି ଦିନ ହେଲାଣି ସ୍ଥାନୀୟ ଅଞ୍ଚଳରେ ଉତ୍ପାତ ଚଳାଇଛନ୍ତି। ହାତୀ ପଲରେ ୩୫ଟି ହାତୀ ଅଛନ୍ତି। ଜାମୁଝାଡ଼ି ପଞ୍ଚାୟତର ଭୋଳା ଗାଡ଼ିଆ, ବେଢ଼ା ସାହି, ପ୍ରାଣବନ୍ଧ, ସାତରାଣ୍ଡ ଆଦି ଅଞ୍ଚଳରେ ଉପଦ୍ରବ ଚଳାଇଛନ୍ତି ହାତୀ। ବିଭିନ୍ନ ସ୍ଥାନରେ ମାଟି ଘର ଭାଙ୍ଗିବା ସହ ବ୍ୟାପକ ଫସଲ ବି ନଷ୍ଟ କରୁଥିବା ଅଭିଯୋଗ ହୋଇଛି। ଖବର ପାଇଁ ବନ ବିଭାଗ ଟିମ୍‌ ହାତୀ ପଲଙ୍କୁ ଘଉଡ଼ାଇବାରେ ଲାଗିଛନ୍ତ। ହାତୀ ଭୟରେ ସ୍ଥାନୀୟ ଲୋକ ଆତଙ୍କିତ ହୋଇ ପଡ଼ିଛନ୍ତି।

Leave A Reply

Your email address will not be published.