ରାଜ୍ୟରେ ମେଡିକାଲ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆର୍ଥିକ ଅନଗ୍ରସର ବର୍ଗଙ୍କୁ ମିଳିବ ୧୦ ପ୍ରତିଶତ ସଂରକ୍ଷଣ, ଚଳିତ ଶିକ୍ଷାବର୍ଷରୁ ହୋଇପାରେ ଲାଗୁ

ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ରାଜ୍ୟରେ ଆର୍ଥିକ ଅନଗ୍ରସର ବର୍ଗଙ୍କୁ ମିଳିବ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା। ଚଳିତ ଶିକ୍ଷାବର୍ଷରୁ ଏହା ଲାଗୁ ହେବ। ନୀତିଗତ ଅନୁମୋଦନ ଦେଇଛନ୍ତି ରାଜ୍ୟ ସରକାର। ତେବେ ଆର୍ଥିକ ଅନଗ୍ରସର ବର୍ଗଙ୍କୁ ସଂରକ୍ଷଣ ଉପରେ କ’ଣ ରହିବ ନୀୟମାବଳୀ ତାସମ୍ପର୍କରେ ଖୁବ ଶୀଘ୍ର ନିଷ୍ପତ୍ତି ନିଆଯିବ। ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ପ୍ରମୋଦ ମେହେର୍ଦ୍ଦା। ୧୦ ପ୍ରତିଶତ ସଂରକ୍ଷଣକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟରେ ମେଡିକାଲ କଲେଜ ଓ ହସ୍ପିଟାଲରେ ସିଟ୍‌ ସଂଖ୍ୟା ବୃଦ୍ଧି ପାଇଁ ବି ନିଷ୍ପତ୍ତି ହୋଇଛି।

medical clgରାଜ୍ୟରେ ଏମବିସିଏସ୍‌ ସିଟ୍‌ ସଂଖ୍ୟାରେ ୧୫୦ ଓ ପିଜି ପାଠ୍ୟକ୍ରମରେ ୧୪୮ଟି ଲେଖାଏଁ ସିଟ୍‌ ବୃଦ୍ଧି କରାଯିବ। ତେବେ କେତେ ସିଟ୍‌ ବୃଦ୍ଧି କରାଯିବ ସେନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ମେଡିକାଲ୍‌ କାଇନସିଲ୍‌ ଅଫ୍‌ ଇଣ୍ଡିଆ ବା ଏମସିଆଇ। ମିଳିଥିବା ସୂଚନା ଅନୁସାରେ, ବୁର୍ଲା ବୀରସୁରେନ୍ଦ୍ର ସାଏ ମେଡିକାଲ କଲେଜ ଓ ହସ୍ପିଟାଲରେ ୫୦ ଏମବିବିଏସ୍‌ ସିଟ୍‌ ବୃଦ୍ଧି ହୋଇପାରେ। ବର୍ତ୍ତମାନ ଭୀମସାରରେ ୧୫୦ ଏମବିବିଏସ୍‌ ସିଟ୍‌ ରହିଛି। ସେହିପରି କୋରାପୁଟ, ବାରିପଦା, ବାଲେଶ୍ୱର ଓ ବଲାଙ୍ଗିର ମେଡିକାଲ କଲେଜ ଓ ହସ୍ପିଟାଲରେ ୨୫ଟି ଲେଖାଏଁ ଏମବିବିଏସ୍‌ ସିଟ୍‌ ବୃଦ୍ଧି କରିବା ନେଇ ନିଷ୍ପତ୍ତି ହୋଇଛି।

medicalଏବେ କଟକ ଏସ୍‌ସିବି ଓ ବ୍ରହ୍ମପୁର ଏମ୍‌କେସିଜିରେ ୨୫୦ ଲେଖାଏଁ ସିଟ୍‌ ରହିଛି। ତେବେ ଏହି ଦୁଇଟି ମେଡିକାଲ କଲେଜରେ ପିଜି ପାଠ୍ୟକ୍ରମରେ ୧୪୮ଟି ସିଟ୍‌ ବୃଦ୍ଧି ନେଇ ନିଷ୍ପତ୍ତି ନେଇଛନ୍ତି ସରକାର। ଏବେ ଏମସିଆଇ ଅନୁମୋଦନକୁ ଅପେକ୍ଷା ରହିଛି। ଅନୁମୋଦନ ମିଳିଲେ ରାଜ୍ୟରେ ମେଡିକାଲ କଲେଜ୍‌ ଓ ହସ୍ପିଟାଲରେ ଏମବିବିଏସ୍‌ ସିଟ୍‌ ସଂଖ୍ୟା ୧୦୫୦ରୁ ୧୨ଶହ ଓ ପିଜି ସିଟ୍‌ ସଂଖ୍ୟା ୪୬୮ରୁ ବୃଦ୍ଧି ପାଇ ୬୧୬ରେ ପହଞ୍ଚିବ।

 

Leave A Reply

Your email address will not be published.