ରାଜ୍ୟ

ଚାରି ଦିନିଆ ରିମାଣ୍ଡ ସରିବା ପରେ ପୁଣି ଜେଲ୍‌ ଗଲେ ଆକାଶ ପାଠକ, ଆଜି ହାଇକୋର୍ଟରେ ବାପା ଅଭୟକାନ୍ତଙ୍କ ହେବ ଜାମିନ ଆବେଦନର ଶୁଣାଣି

ଭୁବନେଶ୍ବର: ଚାରି ଦିନର ମାରାଥନ୍‌ ଜେରାରେ ସବୁ ସତ ମାନିଛନ୍ତି ଜୁନିଅର ପାଠକ । କମିଶନରେଟ ପୋଲିସକୁ ମିଳିିଛି କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ଯେଉଁ ଉଦ୍ଦେଶ୍ୟରେ ତାଙ୍କୁ ରିମାଣ୍ଡରେ ନେଇଥିଲା ପୋଲିସ, ସେଦିଗର ଠୋସ୍‌ ତଥ୍ୟ ପ୍ରମାଣ ହସ୍ତଗତ ହୋଇଛି ।

ସୂଚନା ମିଳିଛି, ଇନ୍‌ପୁଟ୍‌ ଟ୍ୟାକ୍ସ କ୍ରେଡିଟ୍‌ ଠକେଇ ଯୋଜନା କରିଥିଲେ । ସେ ନଥିଲେ ଟାଟା ମୋଟର୍ସର ଏମ୍‌ଡି । ଟଙ୍କା ଟ୍ରାଞ୍ଜାକ୍ସନ ନେଇ ସତ ମାନିଛନ୍ତି ଆକାଶ । ହୋଟେଲ୍‌ ଓ ଫ୍ଲାଇଟ୍‌ ବୁକିଂ ନେଇ ମଧ୍ୟ ତଥ୍ୟ ଦେଇଛି । ଆକାଶ ୬୫ ଲକ୍ଷ ଟଙ୍କା ଠକେଇ ହୋଇଥିବା ନେଇ ସ୍କାଏ କିଙ୍ଗ ଟ୍ରାଭେଲ ସଂସ୍ଥା ଭୁବନେଶ୍ୱର ଖାରବେଳ ନଗର ଥାନାରେ ଅଭିଯୋଗ କରିଥିଲା । ଏନେଇ ଅଧିକ ତଥ୍ୟ ହାସଲ ପାଇଁ ଆକାଶଙ୍କୁ ରିମାଣ୍ଡରେ ନେଇଥିଲା କମିଶନରେଟ ପୋଲିସ ।

ଆଜି ହାଇକୋର୍ଟରେ ହେବ ଆଇଏଫଏସ ଅଭୟକାନ୍ତ ପାଠକଙ୍କ ଜାମିନ ଆବେଦନର ଶୁଣାଣି । ଭିଜିଲାନ୍ସ ମାମଲାରେ ଅଭୟ କାନ୍ତ ଏହି ଜାମିନ ଆବେଦନ କରିଛନ୍ତି । ନଭେମ୍ବର ୨୫ ତାରିଖରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଅଭୟକାନ୍ତଙ୍କ ବାସଭବନରେ କରିଥିଲା ଚଢ଼ାଉ । ଗତ କିଛି ବର୍ଷର ଭିଜିଲାନ୍ସ ବିଭାଗର ଏହା ଥିଲା ସର୍ବବୃହତ ରେଡ । ଭିଜିଲାନ୍ସର ୧୫୦ ଅଧିକାରୀ ଓ କର୍ମଚାରୀ ଏହି ଚଢ଼ାଉରେ ସାମିଲ ହୋଇଥିଲେ । ଚାରୋଟି ରାଜ୍ୟରେ ଚଢ଼ାଉ କରି ଭିଜିଲାନ୍ସ ଅଭୟ କାନ୍ତ ଠୁଳ କରିଥିବା ଆୟ ବହୂର୍ଭୂତ ସମ୍ପତ୍ତିର ଖୁଲାସା କରିଥିଲା ।

ନିଜ ରୋଜଗାର ଠାରୁ ୪୩୫ ପ୍ରତିଶତର ଅଧିକ ଆୟ କରିଥିବା ଭିଜିଲାନ୍ସ ପ୍ରମାଣ ପାଇବା ପରେ ନଭେମ୍ବର ୨୭ ତାରିଖରେ ଭିଜିଲାନ୍ସ ସେଲରେ ମାମଲା ରୁଜୁ କରି ଅଭୟ କାନ୍ତଙ୍କୁ ଗିରଫ କରାଯାଇଥିଲା । ତାଙ୍କ ପୁଅ ଆକାଶ ପାଠକଙ୍କୁ ମଧ୍ୟ ଭିଜିଲାନ୍ସ ପୁନେରୁ ଗିରଫ କରିଥିଲା । ଭିଜିଲାନ୍ସ ପକ୍ଷରୁ ୨୦ ଜଣିଆ ଏସଆଇଟି ଗଠନ କରାଯାଇ ଉଭୟ ବାପ ପୁଅଙ୍କୁ ରିମାଣ୍ଡରେ ଆଣି ଅନେକ ତଥ୍ୟ ଉଗାରି ଥିଲା ଭିଜିଲାନ୍ସ ଏସଆଇଟି । ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ଅଭୟକାନ୍ତ ପାଠକଙ୍କ ଜାମିନ ଆବେଦନକୁ ଖାରଜ କରିବା ପରେ ସେ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ତାଙ୍କ ଜାମିନ ଆବେଦନର ହାଇକୋର୍ଟରେ ଆଜି ପ୍ରଥମ ଶୁଣାଣି ।

Sonalisa

Recent Posts

ଆଜି ସାରା ବିଶ୍ୱ ପାଳିଲା ‘ଆର୍ଟ ଅଫ୍ ଗିଭିଂ’ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ଜୁନ୍ ୧୭ ତାରିଖରେ ଭାରତ ସମେତ ବିଶ୍ୱର ୨୦୦ଟି ଦେଶର ୨୫ହଜାର ସ୍ଥାନରେ ୧୧ଶ ଅନ୍ତର୍ଜାତୀୟ ‘ଆର୍ଟ ଅଫ୍…

6 mins ago

ମହାନତା ଦେଖାଇଲେ ମୁଖ୍ୟମନ୍ତ୍ରୀ, ପୀଡିତଙ୍କୁ ୩୦ ହଜାର ଟଙ୍କା ସହ ଯୋଗାଇଲେ ଚିକିତ୍ସା

ଚାନ୍ଦବାଲି (କେନ୍ୟୁଜ): ଏ ଶରୀର କ୍ଷଣସ୍ଥାୟୀ । ସତରେ ଏ ଶରୀର କିଛି ନୁହେଁ ଆଜି ଭଲ ଅଛି ତ…

15 mins ago

ଏଲନ୍‌ ମସ୍କଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, ଭାରତରେ ବ୍ୟାନ୍‌ କଲେ ୨ ଲକ୍ଷରୁ ଅଧିକ X ଆକାଉଣ୍ଟ, ହେଉଥିଲା ଘୃଣ୍ୟ କାର୍ଯ୍ୟ

ଏଲନ୍ ମସ୍କଙ୍କ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘X’ ଭାରତରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । X କର୍ପ ଏପ୍ରିଲ…

20 mins ago

ସ୍କୁଲ ଛୁଟି ନିଷ୍ପତ୍ତି ବଦଳିଲା, ସ୍ଥାନୀୟ ପାଣିପାଗ ଦେଖି ନିଷ୍ପତ୍ତି ନେବେ ଜିଲ୍ଲାପାଳ

ଭୁବନେଶ୍ୱର(କେନ୍ୟୁଜ୍‌): ସ୍କୁଲ ଛୁଟି ନିଷ୍ପତ୍ତି ନେବେ ଜିଲ୍ଲାପାଳ । ସ୍ଥାନୀୟ ପାଣିପାଗ ସୂଚନା ଭିତ୍ତିରେ ଜିଲ୍ଲାପାଳମାନେ ନିଷ୍ପତ୍ତି ନେବାକୁ ମୁଖ୍ୟମନ୍ତ୍ରୀଙ୍କ…

45 mins ago

ବିବାହ ପୂର୍ବରୁ ଶାଶୁଘର ଲୋକଙ୍କ ସହ ନଜର ଆସିଲେ ସୋନାକ୍ଷୀ, ଭାଇରାଲ ହେଉଛି ଫଟୋ

ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ରକୁଲ ପ୍ରୀତ ସିଂ, କ୍ରିତି ଖରବନ୍ଦା…

51 mins ago

ଦାର୍ଜିଲିଂ ଟ୍ରେନ ଟ୍ରାଜେଡି : ୧୫ରେ ପହଞ୍ଚିଥିଲା ମୃତକଙ୍କ ସଂଖ୍ୟା, ୧୯ଟି ଟ୍ରେନ ବାତିଲ, ମାନବୀୟ ତ୍ରୁଟିରୁ ଦୁର୍ଘଟଣା

ପଶ୍ଚିମବଙ୍ଗ ଦାର୍ଜିଲିଂରେ ହୋଇଥିବା ରେଳ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଥିବା…

52 mins ago