Below header

ଚାରି ଦିନିଆ ରିମାଣ୍ଡ ସରିବା ପରେ ପୁଣି ଜେଲ୍‌ ଗଲେ ଆକାଶ ପାଠକ, ଆଜି ହାଇକୋର୍ଟରେ ବାପା ଅଭୟକାନ୍ତଙ୍କ ହେବ ଜାମିନ ଆବେଦନର ଶୁଣାଣି

ଭୁବନେଶ୍ବର: ଚାରି ଦିନର ମାରାଥନ୍‌ ଜେରାରେ ସବୁ ସତ ମାନିଛନ୍ତି ଜୁନିଅର ପାଠକ । କମିଶନରେଟ ପୋଲିସକୁ ମିଳିିଛି କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ଯେଉଁ ଉଦ୍ଦେଶ୍ୟରେ ତାଙ୍କୁ ରିମାଣ୍ଡରେ ନେଇଥିଲା ପୋଲିସ, ସେଦିଗର ଠୋସ୍‌ ତଥ୍ୟ ପ୍ରମାଣ ହସ୍ତଗତ ହୋଇଛି ।

ସୂଚନା ମିଳିଛି, ଇନ୍‌ପୁଟ୍‌ ଟ୍ୟାକ୍ସ କ୍ରେଡିଟ୍‌ ଠକେଇ ଯୋଜନା କରିଥିଲେ । ସେ ନଥିଲେ ଟାଟା ମୋଟର୍ସର ଏମ୍‌ଡି । ଟଙ୍କା ଟ୍ରାଞ୍ଜାକ୍ସନ ନେଇ ସତ ମାନିଛନ୍ତି ଆକାଶ । ହୋଟେଲ୍‌ ଓ ଫ୍ଲାଇଟ୍‌ ବୁକିଂ ନେଇ ମଧ୍ୟ ତଥ୍ୟ ଦେଇଛି । ଆକାଶ ୬୫ ଲକ୍ଷ ଟଙ୍କା ଠକେଇ ହୋଇଥିବା ନେଇ ସ୍କାଏ କିଙ୍ଗ ଟ୍ରାଭେଲ ସଂସ୍ଥା ଭୁବନେଶ୍ୱର ଖାରବେଳ ନଗର ଥାନାରେ ଅଭିଯୋଗ କରିଥିଲା । ଏନେଇ ଅଧିକ ତଥ୍ୟ ହାସଲ ପାଇଁ ଆକାଶଙ୍କୁ ରିମାଣ୍ଡରେ ନେଇଥିଲା କମିଶନରେଟ ପୋଲିସ ।

akash pathak 1ଆଜି ହାଇକୋର୍ଟରେ ହେବ ଆଇଏଫଏସ ଅଭୟକାନ୍ତ ପାଠକଙ୍କ ଜାମିନ ଆବେଦନର ଶୁଣାଣି । ଭିଜିଲାନ୍ସ ମାମଲାରେ ଅଭୟ କାନ୍ତ ଏହି ଜାମିନ ଆବେଦନ କରିଛନ୍ତି । ନଭେମ୍ବର ୨୫ ତାରିଖରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଅଭୟକାନ୍ତଙ୍କ ବାସଭବନରେ କରିଥିଲା ଚଢ଼ାଉ । ଗତ କିଛି ବର୍ଷର ଭିଜିଲାନ୍ସ ବିଭାଗର ଏହା ଥିଲା ସର୍ବବୃହତ ରେଡ । ଭିଜିଲାନ୍ସର ୧୫୦ ଅଧିକାରୀ ଓ କର୍ମଚାରୀ ଏହି ଚଢ଼ାଉରେ ସାମିଲ ହୋଇଥିଲେ । ଚାରୋଟି ରାଜ୍ୟରେ ଚଢ଼ାଉ କରି ଭିଜିଲାନ୍ସ ଅଭୟ କାନ୍ତ ଠୁଳ କରିଥିବା ଆୟ ବହୂର୍ଭୂତ ସମ୍ପତ୍ତିର ଖୁଲାସା କରିଥିଲା ।

ନିଜ ରୋଜଗାର ଠାରୁ ୪୩୫ ପ୍ରତିଶତର ଅଧିକ ଆୟ କରିଥିବା ଭିଜିଲାନ୍ସ ପ୍ରମାଣ ପାଇବା ପରେ ନଭେମ୍ବର ୨୭ ତାରିଖରେ ଭିଜିଲାନ୍ସ ସେଲରେ ମାମଲା ରୁଜୁ କରି ଅଭୟ କାନ୍ତଙ୍କୁ ଗିରଫ କରାଯାଇଥିଲା । ତାଙ୍କ ପୁଅ ଆକାଶ ପାଠକଙ୍କୁ ମଧ୍ୟ ଭିଜିଲାନ୍ସ ପୁନେରୁ ଗିରଫ କରିଥିଲା । ଭିଜିଲାନ୍ସ ପକ୍ଷରୁ ୨୦ ଜଣିଆ ଏସଆଇଟି ଗଠନ କରାଯାଇ ଉଭୟ ବାପ ପୁଅଙ୍କୁ ରିମାଣ୍ଡରେ ଆଣି ଅନେକ ତଥ୍ୟ ଉଗାରି ଥିଲା ଭିଜିଲାନ୍ସ ଏସଆଇଟି । ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ଅଭୟକାନ୍ତ ପାଠକଙ୍କ ଜାମିନ ଆବେଦନକୁ ଖାରଜ କରିବା ପରେ ସେ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ତାଙ୍କ ଜାମିନ ଆବେଦନର ହାଇକୋର୍ଟରେ ଆଜି ପ୍ରଥମ ଶୁଣାଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.