ଏସବିଆଇ YONO ଆପ୍ ରେ ଦେଉଛି ଏହି ଖାସ୍ ସୁବିଧା, ଏବେ ଲଗଇନ୍ ନକରି ମଧ୍ୟ କରିପାରିବେ ବିଲ୍ ପେମେଣ୍ଟ

ଭାରତୀୟ ଷ୍ଟେଟ ବ୍ଯାଙ୍କ ନିଜର ବ୍ଯାଙ୍କିଂ ଆପ୍ Yono ଗ୍ରାହକଙ୍କ ପାଇଁ ନୂଆ ସୁବିଧା ଆରମ୍ଭ କରିଛି। ଏହା ସାହାଯ୍ଯରେ ଗ୍ରାହକ ବିନା ଲଗ୍ଇନ କରି ବିଲ୍ ପେମେଣ୍ଟ କରିପାରିବେ। ଏହି ଫିଚର ସାହାଯ୍ଯରେ ୟୋନୋ ଆପ୍କୁ ଲଗଇନ ନ କରି ନିଜର ଖାତାକୁ ଯାଇ ବାଲାନ୍ସ ଚେକ୍ କରିପାରିବେ। ଏହାଛଡା ବିଲ୍ ପେମେଣ୍ଟ ମଧ୍ୟ ସହଜରେ କରିପାରିବେ।

କେମିତି କାମ କରିବ ଏହି ଫିଚର:

ଏବେ ବ୍ଯାଙ୍କ ନିଜର ଗ୍ରାହକଙ୍କ ପାଇଁ ପ୍ରି ଲଗ୍ଇନ୍ ଫିଚର ଲାଗୁ କରିଛି। ଏହି ଫିଚର ସାହାଯ୍ଯରେ କେତେକ ଗ୍ରାହକଙ୍କୁ ବାରମ୍ବାର ଲଗ୍ଇନ କରିବାକୁ ଆବଶ୍ଯକତା ପଡିବ ନାହିଁ। କେବଳ ଏକ ୬ ଅଙ୍କର ପିନ୍ ଜେନେରେଟ କରିବାକୁ ହେବ। ଯାହାପରେ ଆପଣ କୌଣସି ବି କାମକୁ ବହୁ ସହଜରେ କରିପାରିବେ। ଏହାର ବ୍ଯବହାର ବାୟୋମେଟ୍ରିକ ଅଥେଣ୍ଟିକେସନ, ଫେସ୍ ଅଥେଣ୍ଟିକେସନ କିମ୍ବା ୟୁଜର ଆଇଡି ଏବଂ ପାସୱାର୍ଡ ଜରିଆରେ କରିପାରିବେ।

sbi yono

ୟୋନୋ ଆପ୍ ସାହାଯ୍ଯରେ ଏସବିଆଇ ନିଜର ଗ୍ରାହକଙ୍କୁ ବ୍ଯାଙ୍କିଂ ଲୋନ ଦେବା ସହିତ ଫିଲ୍ମ ଟିକେଟ ବୁକ୍ କରିପାରିବେ। ସପିଂ କରିପାରିବେ, ଖାଇବା ପିଇବା ବିଲ୍ ସହିତ ଅନ୍ଯ ସବୁ ବିଲ୍ ପେମେଣ୍ଟ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.