Below header

ସଚିନ୍‌ ତେନ୍ଦୁଲକରଙ୍କ ବନ୍ଧୁ ବିଜୟ ଶିର୍କେଙ୍କର କରୋନାରେ ପରଲୋକ, ୮୦ ଦଶକରେ ଏକାଠି ଖେଳୁଥିଲେ କ୍ରିକେଟ୍‌

ନିଜ ପ୍ରିୟ ବନ୍ଧୁଙ୍କୁ ହରାଇଲେ ଭାରତୀୟ କ୍ରିକେଟ୍‌ ଟିମ୍‌ର ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର। ସଚିନ୍‌ଙ୍କର ଅନ୍ତରଙ୍ଗ ବନ୍ଧୁ ବିଜୟ ଶିର୍କେ ଦୀର୍ଘ ଦିନ ଧରି କରୋନାରେ ପୀଡ଼ିତ ହେବା ପରେ ଶନିବାର ଆଖି ବୁଜିଛନ୍ତି। ଥାନେ ସ୍ଥିତ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ବିଜୟ। ବିଜୟ ଜଣେ ସ୍ପିଡ୍‌ ବୋଲର ଥିଲେ। ସେ ସଚିନ୍‌ ତେନ୍ଦୁଲକର ଓ ବିନୋଦ କାମ୍ବଲିଙ୍କ ସହ ୮୦ ଦଶକରେ କ୍ରିକେଟ୍‌ ଖେଳୁଥିଲେ।

ବିଜୟ ଶିର୍କେଙ୍କ ନିଧନରେ ସଚିନ୍‌ ତେନ୍ଦୁଲକର ଟ୍ଵିଟ୍‌ କରି ଶୋକବ୍ୟକ୍ତ କରିଛନ୍ତି। ତେନ୍ଦୁଲକର ଲେଖିଛନ୍ତି, ବିଜୟ ଶିର୍କେଙ୍କ ଆତ୍ମାକୁ ଶାନ୍ତି ମିଳୁ। ତାଙ୍କୁ ମୁଁ ୧୫ ବର୍ଷ ବୟସରୁ ଜାଣିଥିଲି। ତାଙ୍କ ସହ ବିତାଇଥିବା ସବୁ ସମୟ ବହୁତ ଖାସ୍‌। ସେ ସବୁ ସ୍ମୃତି ସବୁବେଳେ ମୋ’ ସହ ରହିବ। ତାଙ୍କ ପରିବାର ଓ ପ୍ରିୟଜନଙ୍କୁ ମୋର ହାର୍ଦ୍ଦିକ ସମ୍ବେଦନା।

ତେବେ କେବଳ ସଚିନ୍‌ ନୁହେଁ, ବିନୋଦ କାମ୍ବଲି ମଧ୍ୟ ବିଜୟ ଶିର୍କେଙ୍କ ସହ ଫଟୋ ସେୟାର କରି ଶୋକବ୍ୟକ୍ତ କରିଛନ୍ତି।


ପ୍ରକାଶ ଯେ ବିଜୟଙ୍କୁ ମିଶାଇ କରୋନାରେ ସଚିନ ନିଜ ଦ୍ୱିତୀୟ ବନ୍ଧୁଙ୍କୁ ହରାଇଛନ୍ତି। ଅକ୍ଟୋବରରେ ସଚିନ୍‌ଙ୍କ ବନ୍ଧୁ ଅବି କଦମଙ୍କ ନିଧନ ହୋଇଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.