ରାଜ୍ୟ

ଟାଟା କମ୍ପାନୀରେ ଚାକିରି ଦେବା ନାଁରେ ଠକେଇ ମାମଲା: ଆକାଶ ପାଠକଙ୍କ BMW ଗାଡ଼ି ଉଠାଇନେଲା ED

ଭୁବନେଶ୍ୱର (କେନ୍ୟୁଜ): ଟାଟା କମ୍ପାନୀରେ ଚାକିରି ଦେବା ନାଁରେ ଠକେଇ ମାମଲାରେ ଇଡିର କାର୍ଯ୍ୟାନୁଷ୍ଠାନ । ରାଜ୍ୟ ବାହାରୁ ଆକାଶ ପାଠକଙ୍କ BMW ଗାଡ଼ି ଉଠାଇନେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ୨୦୨୦ ମସିହା ଅକ୍ଟୋବର ୫ରେ ଏହି କାରକୁ କିଣାଯାଇଥିଲା । ଗଞ୍ଜାମ ଆରଟିଓରେ ଗାଡିର ରେଜିଷ୍ଟ୍ରେସନ ରହିଛି ।

ଏହି ମାମଲାରେ ପୂର୍ବରୁ ଇଡି ଆକାଶଙ୍କୁ ଜେରା କରିସାରିଛି । ଏହି ଗାଡିକୁ BWM ସୋ ରୁମରୁ କିଣିଥିଲେ ଆକାଶ । ସୋ ରୁମ ମାଲିକ ଚର୍ଚ୍ଚିତ ମିଶ୍ରଙ୍କୁ ପଚରାଉଚରା କରାଯାଇଥିଲା । ଗାଡିର ମୂଲ୍ୟ ୭୦ ଲକ୍ଷରୁ ଅଧିକ ହେବ । କଳାଟଙ୍କାର ଦାମୀ ଗାଡି କିଣାଯାଇଥିବା ଅଭିଯୋଗ ହୋଇଛି । ଆକାଶଙ୍କ ଗିରଫ ପରେ ଗାଡିର ପତ୍ତା ମିଳୁନଥିଲା । ଏବେ ରାଜ୍ୟ ବାହାରୁ BMW ଗାଡ଼ି ଉଠାଇନେଇଛି ଇଡି ।

Barsha

Recent Posts

ପୁରୀରେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ, ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ କଲେ ଦର୍ଶନ

ଭୁବନେଶ୍ୱର (କେନ୍ୟୁଜ): ପୁରୀରେ ମହାପ୍ରଭୁଙ୍କୁ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ, ଅଶ୍ବିନୀ ବୈଷ୍ଣବ ଓ ପୁରୀ ସାଂସଦ ସମ୍ବିତ…

9 mins ago

ଟି୨୦ ବିଶ୍ୱକପ ୨୦୨୪: ଆଜି ଭାରତ-ଆମେରିକା ମୁହାଁମୁହିଁ, ବିରାଟଙ୍କ ଓ୍ଵିକେଟ ନେଇ ଫ୍ୟାନ୍ସଙ୍କୁ ଝଟକା ଦେବାକୁ ଚାହୁଁଛନ୍ତି ଅଲ୍ଲୀ

ଟି-୨୦ ବିଶ୍ୱକପରେ ଆଜି ମୁହାଁମୁହିଁ ଭାରତ-ଆମେରିକା । ଦୁଇଟି ଯାକ ଟିମ୍‌ ଗ୍ରୁପ ଏରେ ଦୁଇଟି ଦୁଇଟି ମ୍ୟାଚ ଜିତିଛନ୍ତି…

25 mins ago

ଏଯାଏ ମୌସୁମୀ ବର୍ଷା ଆରମ୍ଭ ହୋଇନାହିଁ, ପ୍ରକୋପ ଦେଖାଇଲାଣି ଡେଙ୍ଗୁ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଏଯାଏ ମୌସୁମୀ ବର୍ଷା ଆରମ୍ଭ ହୋଇନାହିଁ, ହେଲେ ଏବେ ଠୁ କାୟା ମେଲାଇଲାଣି ଡେଙ୍ଗୁ, ଗତବର୍ଷ ଏହି…

26 mins ago

ରିଲିଜ ହେଲା ଫିଲ୍ମ ‘କଲ୍କି 2898 AD’ ର ଟ୍ରେଲର, ଭିଡିଓ ଦେଖି ଫ୍ୟାନ୍ସ ମନେ ପକାଇଲେ ‘ମହାଭାରତ’

ପ୍ରଭାସ ଏବଂ ଦୀପିକା ପାଦୁକୋନଙ୍କ ସାଇନ୍ସ ଫିକ୍ସନ ଫିଲ୍ମ ‘କଲ୍କି 2898 AD’ ର ଟ୍ରେଲର ରିଲିଜ ହୋଇଛି ।…

27 mins ago

SCB ଟ୍ରମା କେୟାରରେ ଅଗ୍ନିକାଣ୍ଡ, ଯୁଦ୍ଧକାଳୀନ ଭିତିରେ ଚାଲିଛି ନିଆଁ ଲିଭା କାର୍ଯ୍ୟ

କଟକ (କେନ୍ୟୁଜ): SCB ଟ୍ରମା କେୟାରରେ ଅଗ୍ନିକାଣ୍ଡ । କଟକ SCB ଟ୍ରମା କେୟାର ICUର AC ଆଉଟଡୋରରେ ଲାଗିଛି…

37 mins ago

ଭୂମିକମ୍ପରେ ଥରିଲା ଦକ୍ଷିଣ କୋରିଆ, ରିକ୍ଟର ସ୍କେଲରେ ତୀବ୍ରତା ୪.୮

ଦକ୍ଷିଣ କୋରିଆରେ ଭୟଙ୍କର ଭୂମିକମ୍ପ । ଦକ୍ଷିଣ-ପଶ୍ଚିମ କାଉଣ୍ଟି ବୁଆନର ନିକଟବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଏହି ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି…

1 hour ago