Below header

ଟାଟା କମ୍ପାନୀରେ ଚାକିରି ଦେବା ନାଁରେ ଠକେଇ ମାମଲା: ଆକାଶ ପାଠକଙ୍କ BMW ଗାଡ଼ି ଉଠାଇନେଲା ED

ଭୁବନେଶ୍ୱର (କେନ୍ୟୁଜ): ଟାଟା କମ୍ପାନୀରେ ଚାକିରି ଦେବା ନାଁରେ ଠକେଇ ମାମଲାରେ ଇଡିର କାର୍ଯ୍ୟାନୁଷ୍ଠାନ । ରାଜ୍ୟ ବାହାରୁ ଆକାଶ ପାଠକଙ୍କ BMW ଗାଡ଼ି ଉଠାଇନେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ୨୦୨୦ ମସିହା ଅକ୍ଟୋବର ୫ରେ ଏହି କାରକୁ କିଣାଯାଇଥିଲା । ଗଞ୍ଜାମ ଆରଟିଓରେ ଗାଡିର ରେଜିଷ୍ଟ୍ରେସନ ରହିଛି ।

ଏହି ମାମଲାରେ ପୂର୍ବରୁ ଇଡି ଆକାଶଙ୍କୁ ଜେରା କରିସାରିଛି । ଏହି ଗାଡିକୁ BWM ସୋ ରୁମରୁ କିଣିଥିଲେ ଆକାଶ । ସୋ ରୁମ ମାଲିକ ଚର୍ଚ୍ଚିତ ମିଶ୍ରଙ୍କୁ ପଚରାଉଚରା କରାଯାଇଥିଲା । ଗାଡିର ମୂଲ୍ୟ ୭୦ ଲକ୍ଷରୁ ଅଧିକ ହେବ । କଳାଟଙ୍କାର ଦାମୀ ଗାଡି କିଣାଯାଇଥିବା ଅଭିଯୋଗ ହୋଇଛି । ଆକାଶଙ୍କ ଗିରଫ ପରେ ଗାଡିର ପତ୍ତା ମିଳୁନଥିଲା । ଏବେ ରାଜ୍ୟ ବାହାରୁ BMW ଗାଡ଼ି ଉଠାଇନେଇଛି ଇଡି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.