ଅର୍ଚ୍ଚନା ନାଗ୍‌ ସମ୍ପତ୍ତି ବାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ, ଇଡିରେ ହାଜର ହେଲେ ୨ ଚାର୍ଟାର୍ଡ଼ ଆକାଉଣ୍ଟାଣ୍ଟ

ଭୁବନେଶ୍ୱର (କେନ୍ୟୁଜ): ଅର୍ଚ୍ଚନା ନାଗ ମାମଲାରେ ଖୋଳତାଡ଼ କରୁଛି । ଆଜି ଇଡିରେ ହାଜର ହେଲେ ଅର୍ଚ୍ଚନା ନାଗ ଓ ଖଗେଶ୍ୱରଙ୍କ ଚାର୍ଟାର୍ଡ଼ ଆକାଉଣ୍ଟାଣ୍ଟ । EDରେ ହାଜର ହେବାକୁ ଦୁଇ ଜଣଙ୍କୁ ସମନ ହୋଇଥିଲା । ୨ ଜଣ ଚାର୍ଟାର୍ଡ଼ ଆକାଉଣ୍ଟାଣ୍ଟଙ୍କୁ ପଚରାଉଚରା କରିବ ED । କେଉଁଠି ଅର୍ଚ୍ଚନା ନାଗଙ୍କ ସମ୍ପତ୍ତି ରହିଛି ? କେତେ ଟଙ୍କାର ସମ୍ପତି ରହିଛି ? କେଉଁଠି ଜମି ଓ ଘର ରହିଛି ? ସେ ନେଇ କରିବ ଖୋଳତାଡ଼ ।

ସେହିପରି ଖଗେଶ୍ୱରଙ୍କ ପତ୍ନୀ ଇଡିରେ ହାଜର ହୋଇଛନ୍ତି । ଖଗେଶ୍ୱର ପାତ୍ରର ସମ୍ପତ୍ତି କେତେ ? କେଉଁଠି ରହିଛି ଖଗେଶ୍ୱର ସମ୍ପତ୍ତି ? କେତେ ଟଙ୍କାର କାରବାର ହୋଇଛି ? ସେନେଇ ଖଗେଶ୍ୱରଙ୍କ ପତ୍ନୀଙ୍କଠାରୁ ଅଧିକ ତଥ୍ୟ ଓଗାରିବ । ସୁପ୍ରିମ ଅଟୋମୋବାଇଲ ପାର୍ଟନର ଅଛନ୍ତି ଖଗେଶ୍ୱରଙ୍କ ପତ୍ନୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.