ରାଜ୍ୟ

ପଞ୍ଚଭୂତରେ ଲୀନ ହେଲେ ବରିଷ୍ଠ ସାମ୍ବାଦିକ ଅକ୍ଷୟ ପାଢ଼ୀ , କେନ୍ଦୁଝର ହୁଡୁକୋ କୋଲନୀରେ ସରିଲା ଶେଷକୃତ୍ୟ

କେନ୍ଦୁଝର (କେନ୍ୟୁଜ): ପଞ୍ଚଭୂତରେ ଲୀନ ହେଲେ ବରିଷ୍ଠ ସାମ୍ବାଦିକ ଅକ୍ଷୟ ପାଢ଼ୀ । ଆଜି ଶୋକାକୁଳ ପରିବେଶରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି । ଗତକାଲି ରାତିରେ କଳିଙ୍ଗ ଟିଭି କେନ୍ଦୁଝର ଜିଲ୍ଲା ବ୍ୟୁରୋ ହେଡ୍‌ ଅକ୍ଷୟ ପାଢ଼ୀଙ୍କ ପରଲୋକ ଘଟିଥିଲା । ଗତ କିଛି ଦିନ ଧରି ସେ ଅସୁସ୍ଥ ଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୫୧ ବର୍ଷ ବୟସ ହୋଇଥିଲା । ଆଜି ତାଙ୍କ ମରଶରୀର କେନ୍ଦୁଝର ହୁଡକୋ କଲୋନୀ ସ୍ଥିତ ତାଙ୍କ ବାସଭବନରେ ପହଞ୍ଚିବା ପରେ କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶେଷ ଦର୍ଶନ କରିଥିଲେ । ଅକ୍ଷୟ ପାଢ଼ୀଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରିଛନ୍ତି କଳିଙ୍ଗ ଟିଭି ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ । ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ସେହିପରି କଳିଙ୍ଗ ଟିଭି ସିଏମ୍‌ଡି ହିମାଂଶୁ ଖଟୁଆ ଗଭୀର ଶୋକ ପ୍ରକାଶ କରିଛନ୍ତି । ଦୁଃଖ ପ୍ରକାଶ କରିଛନ୍ତି ଚିଫ୍‌ ଏଡିଟର ସୌମ୍ୟଜିତ ପଟ୍ଟନାୟକ ।

କଳିଙ୍ଗ ଟିଭି ପରିସରରେ ଅକ୍ଷୟ ପାଢ଼ୀଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ କଳିଙ୍ଗ ଟିଭି ସିଏମ୍‌ଡି, ଚିଫ ଏଡିଟରଙ୍କ ସମେତ ସବୁ କର୍ମଚାରୀ । ଅମର ଆତ୍ମାର ସଦଗତି ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା । ଛଅ ବର୍ଷ ହେଲା ଅକ୍ଷୟ ପାଢ଼ୀ କଳିଙ୍ଗ ଟିଭିରେ କାର୍ଯ୍ୟରତ ଥିଲେ । ଦୀର୍ଘ ଦିନ ଧରି ସେ ସାମ୍ବାଦିକତା ସହ ସମାଜସେବାରେ ସଂପୃକ୍ତ ଥିଲେ ।

 

 

 

 

 

 

 

Barsha

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

1 hour ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

3 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

4 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

5 hours ago