କଟକ (କେନ୍ୟୁଜ): ଅଲ୍ କାଏଦା ଆତଙ୍କବାଦୀ କାର୍ଯ୍ୟକଳାପରେ ଗିରଫ ମହମ୍ମଦ ଅବଦୁର ରେହମାନ ଦୋଷୀ ସାବ୍ୟସ୍ତ ହୋଇଥିବାବେଳେ ଆଜି ହେବ ଦଣ୍ଡ ବିଧାନ। ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଆଜି ଦଣ୍ଡ ଘୋଷଣା କରିବେ। ପଟିଆଲା ହାଉସ କୋର୍ଟରେ ମାମଲାର ଶୁଣାଣି ଚାଲିଥିବା ବେଳେ ରେହମାନକୁ ଆତଙ୍କବାଦୀ ଲିଙ୍କରେ ଦୋଷୀ ସାବ୍ୟସ୍ତ କରିଛନ୍ତି ଅଦାଲତ। ତାସହ ଆଉ ୩ ଜଣ ଆତଙ୍କୀ ଦୋଷୀ ସାବ୍ୟସ୍ତ କରିଛନ୍ତି ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ।
ରେହମାନ ସହ ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତ ହେଲେ ମହମ୍ମଦ ଆସିଫ୍, ଜାଫର ମାସୁଦ ଓ ଅବଦୁଲ ସାମି । ଏମାନଙ୍କ ବିରୋଧରେ ଅନ୍ଲଫୁଲ୍ ଆକ୍ଟିଭିଟିଜ୍ ପ୍ରିଭେନସନ୍ ଆକ୍ଟର ଧାରା ୧୮, ୧୮-ବିରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଯେଉଁ ଦଫାରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ କରାଯାଇଛି ସେଥିରେ ଆଜୀବନ କାରାଦଣ୍ଡାଦେଶ ହେବାର ସମ୍ଭାବନା ରହିଛି ।
୨୦୧୫ ମସିହା ଡିସେମ୍ବର ୧୬ ତାରିଖରେ ଜଗତପୁର ପଶ୍ଚିମକଛ ଗାଁରୁ କମିଶନରେଟ ପୋଲିସ ସହାୟତାରେ ଗିରଫ କରିଥିଲା ଦିଲ୍ଲୀ ପୋଲିସ । ତଦନ୍ତ ବେଳେ ଅବଦୁର ରେହମାନର ଅନ୍ତର୍ଜାତୀୟ ଆତଙ୍କବାଦ ଲିଙ୍କ ନେଇ ସୁରାକ ମିଳିଥିଲା । ଦିଲ୍ଲୀ ପୋଲିସ ଚାର୍ଜସିଟରେ ଦର୍ଶାଇଥିଲା ଅବଦୁର ରେହମାନ ପାକିସ୍ତାନ ଯାଇଥିଲା । ସେଠାରେ ୨୬/୧୧ ମୁମ୍ବାଇ ଆକ୍ରମଣର ମୋଷ୍ଟ ଓ୍ଵାଣ୍ଟେଡ୍ ଜାକି-ଉର-ରେହମାନ ଓ ସାଜିଦକୁ ଭେଟିଥିଲା ରେହମାନ । ଏମିତିକି ସେଠାରେ ଥିବା ଅଲକାଏଦା ଆତଙ୍କବାଦୀ ସଙ୍ଗଠନ ମିଶି ଟ୍ରେନିଂ ନେଇଥିବା ଜଣାପଡିଥିଲା । ବେଆଇନ ମଦ୍ରାସା ଚଳାଇବା, ଅସ୍ତ୍ରଶସ୍ତ୍ର ତାଲିମ ଦେବା ଓ ଉତ୍ତେଜନା ପ୍ରବଣ ଭାଷଣ ଦେବା ଆଦିର ପ୍ରମାଣ NIA ହାତରେ ଲାଗିଥିଲା । ରେହମାନକୁ ରିମାଣ୍ଡରେ ନେଇ ମାମଲାର ଟିକିନିଖି ତଦନ୍ତ କରିଥିଲା ଦିଲ୍ଲୀ ପୋଲିସ । ଏଥିସହ ଏନଆଇଏ ଏବଂ ଓଡ଼ିଶା କ୍ରାଇମବ୍ରାଞ୍ଚ ମଧ୍ୟ ତଦନ୍ତ କରିଥିଲା ।
କନ୍ଧମାଳ (କେନ୍ୟୁଜ୍): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…
ବାଲେଶ୍ବର (କେନ୍ୟୁଜ୍): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…
କଟକ(କେନ୍ୟୁଜ୍): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…
ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…
ଭୁବନେଶ୍ୱର(କେନ୍ୟୁଜ୍): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…
ବାଲେଶ୍ବର(କେନ୍ୟୁଜ୍): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…