ରାଜ୍ୟ

ତୁଟୁନି CMC ବିବାଦ: ବିଭିନ୍ନ ପ୍ରସଙ୍ଗକୁ ନେଇ ହଙ୍ଗାମା ପରେ ରାତିସାରା ଧାରଣାରେ ବସିଲେ କଂଗ୍ରେସ ଓ ବିଜେପି କର୍ପୋରେଟର

କଟକ (କେନ୍ୟୁଜ): କଟକରେ ରାତିସାରା ଧାରଣାରେ ବସିଲେ କଂଗ୍ରେସ ଓ ବିଜେପି କର୍ପୋରେଟର । କଟକ ମହାନଗର ନିଗମ ଅଫିସ୍‌ ଆଗରେ ଧାରଣାରେ ବସିଛନ୍ତି କଂଗ୍ରେସ ଓ ବିଜେପି କର୍ପୋରେଟର। ସିଏମସି କାଉନସିଲ ବୈଠକରେ ବିଭିନ୍ନ ପ୍ରସଙ୍ଗକୁ ନେଇ ହଙ୍ଗାମା ପରେ ଧାରଣାରେ ବସିଛନ୍ତି କର୍ପୋରେଟର । ସେମାନଙ୍କ ନିକଟରେ ମେୟର ସୁବାସ ସିଂ ଓ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ପହଞ୍ଚି ବୁଝାସୁଝା କରିଥିଲେ। ସିଏମସି କମିଶନର ନିଖିଳ ପବନ କଲ୍ୟାଣ ଆସିନଥିବାରୁ ଧାରଣାରୁ ଉଠିବାକୁ ମନା କରିଥିଲେ ବିରୋଧୀ କର୍ପୋରେଟର ।

ଗତକାଲି ସିଏମସି ବୈଠକ ଆରମ୍ଭରୁ ବିଭିନ୍ନ ପ୍ରସଙ୍ଗକୁ ନେଇ ହଙ୍ଗାମା ହୋଇଥିଲା । ବିଭିନ୍ନ ପ୍ରକଳ୍ପ ଉଦଘାଟନ ବେଳେ ବାରବାଟୀ-କଟକ ନିର୍ବାଚନ ମଣ୍ଡଳୀର ନିର୍ବାଚିତ କଂଗ୍ରେସ ବିଧାୟକଙ୍କୁ ନ ଡାକିବା ତଥା ଫଳକରେ ନାଁ ଉଲ୍ଲେଖ ନ କରିବା ଅଭିଯୋଗ ଆଣି ଗର୍ଜିଥିଲେ ବିରୋଧୀ କଂଗ୍ରେସ କର୍ପୋରେଟର। ଏହାକୁ ସମର୍ଥନ କରିଥିଲେ ବିଜେପି ପ୍ରତିନିଧି। ବୈଠକ ବର୍ଜନ କରି ପ୍ରଥମେ ଗୃହ ଭିତରେ ଓ ପରେ ଗୃହ ବାହାରେ ଧାରଣାରେ ବସିଥିଲେ ଉଭୟ କଂଗ୍ରେସ ଓ ବିଜେପି କର୍ପୋରେଟର। ଏହା ସହ ଜଣେ ନିର୍ଦ୍ଦିଷ୍ଟ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଅସନ୍ତୋଷ ଜାହିର କରିଥିଲେ ବିରୋଧୀ।

Barsha

Recent Posts

ଫ୍ୟାନକୁ ଡେଟ୍ କରିବାକୁ ଚାହୁଁଛନ୍ତି କାର୍ତ୍ତିକ ଆର୍ଯ୍ୟନ୍! ଫିମେଲ୍ ଫ୍ୟାନ୍ସଙ୍କର ଲାଗିଲା ଲଟେରୀ

କାର୍ତ୍ତିକ ଆର୍ଯ୍ୟନ୍ ତାଙ୍କ ଆଗାମୀ ଫିଲ୍ମ 'ଚନ୍ଦୁ ଚାମ୍ପିଅନ୍'କୁ ନେଇ ଆଜିକାଲି ଖୁବ ଚର୍ଚ୍ଚାରେ ଅଛନ୍ତି । ନିକଟରେ ଫିଲ୍ମରୁ…

13 mins ago

ସ୍ୱପ୍ନାଦେଶ ପରେ ମା’ଙ୍କ ନାମକରଣ ହୋଇଥିଲା ସୁବର୍ଣ୍ଣରେଖା, ଏବେ ଚାଲିଛି ଠାକୁରାଣୀଙ୍କ ଯାତ୍ରା

ଗଞ୍ଜାମ(କେନ୍ୟୁଜ)- ମା’ଙ୍କ ଯାତ୍ରା ପାଇଁ ଘଣ୍ଟ ଘଣ୍ଟା ହୁଳହୁଳିରେ କମ୍ପି ଉଠୁଛି ଗଗନ ପବନ । ହଜାର ହଜାର ଭକ୍ତଙ୍କ…

25 mins ago

କଂସା ବାସନର ଉପକାରିତା କହିଲେ ନସରେ: ଠାକୁରଙ୍କ ପାଇଁ ଭୋଗ ବାଢ଼ିବା ହେଉ କି ଜ୍ୱାଇଁ ଚର୍ଚ୍ଚା ସବୁଠି ଦରକାର

ବିନିକା(କେନ୍ୟୁଜ): ଠାକୁରଙ୍କ ପାଇଁ ଭୋଗ ବାଢ଼ିବାକୁ ହେଉ କି ଜ୍ୱାଇଁ ଚର୍ଚ୍ଚା ଅବା ଘରକୁ ଅତିଥି ଆସିଲେ ପାଦ ଧୋଇବା…

34 mins ago

ଆହୁରି ୫ ଦିନ କଲବଲ କରିବ ପ୍ରଚଣ୍ଡ ଗରମ ଓ ଗୁଳୁଗୁଳି, ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର (କେନ୍ୟୁଜ): ଜଳୁଛି ପଶ୍ଚିମ ଓଡ଼ିଶା ।  ତିନି ଦିନ ଯାଏ କଲବଲ କରିବ ତାତି ।  ଗ୍ରୀଷ୍ମପ୍ରବାହ ନେଇ…

47 mins ago

ଲାଇଭ ମ୍ୟାଚରେ ରୋହିତଙ୍କୁ ଭେଟିବାକୁ ପହଞ୍ଚିଲେ ଫ୍ୟାନ୍‌, ଧରିଲା ଆମେରିକା ପୋଲିସ: ରୋହିତଙ୍କ ରିଆକ୍ସନ ଭାଇରଲ

ଟି୨୦ ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଓ୍ଵାର୍ମଅପ୍‌ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚରେ…

50 mins ago

ସ୍କୁଟିରେ ଯାଉଥିବା ବେଳେ ଅଘଟଣ, ନଡ଼ିଆ ଗଛ ପଡି ୨ ମୃତ, ଜଣେ ଗୁରୁତର

କୋଣାର୍କ (କେନ୍ୟୁଜ): ନଡ଼ିଆ ଗଛ ପଡି ଗଲା ଜୀବନ । ୨ ମୃତ, ଜଣେ ଗୁରୁତର ।  ଗୋପ ସରଡ଼ା…

1 hour ago