ତୁଟୁନି CMC ବିବାଦ: ବିଭିନ୍ନ ପ୍ରସଙ୍ଗକୁ ନେଇ ହଙ୍ଗାମା ପରେ ରାତିସାରା ଧାରଣାରେ ବସିଲେ କଂଗ୍ରେସ ଓ ବିଜେପି କର୍ପୋରେଟର
ସିଏମସି କାଉନସିଲ ବୈଠକରେ ବିଭିନ୍ନ ପ୍ରସଙ୍ଗକୁ ନେଇ ହଙ୍ଗାମା ପରେ ଧାରଣାରେ ବସିଛନ୍ତି କର୍ପୋରେଟର। ସିଏମସି କମିଶନର ନିଖିଳ ପବନ କଲ୍ୟାଣ ଆସିନଥିବାରୁ ଧାରଣାରୁ ଉଠିବାକୁ ମନା କରିଥିଲେ ବିରୋଧୀ।
କଟକ (କେନ୍ୟୁଜ): କଟକରେ ରାତିସାରା ଧାରଣାରେ ବସିଲେ କଂଗ୍ରେସ ଓ ବିଜେପି କର୍ପୋରେଟର । କଟକ ମହାନଗର ନିଗମ ଅଫିସ୍ ଆଗରେ ଧାରଣାରେ ବସିଛନ୍ତି କଂଗ୍ରେସ ଓ ବିଜେପି କର୍ପୋରେଟର। ସିଏମସି କାଉନସିଲ ବୈଠକରେ ବିଭିନ୍ନ ପ୍ରସଙ୍ଗକୁ ନେଇ ହଙ୍ଗାମା ପରେ ଧାରଣାରେ ବସିଛନ୍ତି କର୍ପୋରେଟର । ସେମାନଙ୍କ ନିକଟରେ ମେୟର ସୁବାସ ସିଂ ଓ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ପହଞ୍ଚି ବୁଝାସୁଝା କରିଥିଲେ। ସିଏମସି କମିଶନର ନିଖିଳ ପବନ କଲ୍ୟାଣ ଆସିନଥିବାରୁ ଧାରଣାରୁ ଉଠିବାକୁ ମନା କରିଥିଲେ ବିରୋଧୀ କର୍ପୋରେଟର ।
ଗତକାଲି ସିଏମସି ବୈଠକ ଆରମ୍ଭରୁ ବିଭିନ୍ନ ପ୍ରସଙ୍ଗକୁ ନେଇ ହଙ୍ଗାମା ହୋଇଥିଲା । ବିଭିନ୍ନ ପ୍ରକଳ୍ପ ଉଦଘାଟନ ବେଳେ ବାରବାଟୀ-କଟକ ନିର୍ବାଚନ ମଣ୍ଡଳୀର ନିର୍ବାଚିତ କଂଗ୍ରେସ ବିଧାୟକଙ୍କୁ ନ ଡାକିବା ତଥା ଫଳକରେ ନାଁ ଉଲ୍ଲେଖ ନ କରିବା ଅଭିଯୋଗ ଆଣି ଗର୍ଜିଥିଲେ ବିରୋଧୀ କଂଗ୍ରେସ କର୍ପୋରେଟର। ଏହାକୁ ସମର୍ଥନ କରିଥିଲେ ବିଜେପି ପ୍ରତିନିଧି। ବୈଠକ ବର୍ଜନ କରି ପ୍ରଥମେ ଗୃହ ଭିତରେ ଓ ପରେ ଗୃହ ବାହାରେ ଧାରଣାରେ ବସିଥିଲେ ଉଭୟ କଂଗ୍ରେସ ଓ ବିଜେପି କର୍ପୋରେଟର। ଏହା ସହ ଜଣେ ନିର୍ଦ୍ଦିଷ୍ଟ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଅସନ୍ତୋଷ ଜାହିର କରିଥିଲେ ବିରୋଧୀ।