ରାଜ୍ୟ

ପଞ୍ଚଭୂତରେ ଲୀନ ହେଲେ ଆଲବମ କୁଇନ ଦୀପା ସାହୁ, ଜନ୍ମମାଟି ଢେଙ୍କାନାଳର ବାଲ୍ୟାମ୍ବା ଗାଁରେ ସମ୍ପନ୍ନ ହେଲା ଶେଷକୃତ୍ୟ

ଢେଙ୍କାନାଳ: ପଞ୍ଚଭୂତରେ ଲୀନ ହେଲେ ଆଲବମ କୁଇନ ଦୀପା ସାହୁ । କର୍କଟ ରୋଗ ସହ ଲଢ଼ି ଜୀବନ ଯୁଦ୍ଧରେ ହାରିଗଲେ ଦୀପା । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିବା ପରେ ତାଙ୍କ ମର ଶରୀରକୁ ଜନ୍ମମାଟି ଢେଙ୍କାନାଳର ବାଲ୍ୟାମ୍ବା ଗାଁ ନିଆଯାଇଥିଲା ।

ସେଠାରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି । ପିଲାବେଳୁ ନୃତ୍ୟ ପ୍ରତି ଆକୃଷ୍ଟ ଥିବା ଦୀପା ପରେ ଓଡ଼ିଆ ଆଲବମ ଜଗତରେ ସମସ୍ତଙ୍କ ମନ ଜିତିଥିଲେ । ଶତାଧିକ ଆଲବମ୍‌ ଓ ଫିଲ୍ମରେ ଅଭିନୟ କରିଥିଲେ ଦୀପା ସାହୁ । ତାଙ୍କ ବିୟୋଗରେ ଓଲିଉଡରେ ଶୋକର ଛାୟା । ଭୁବନେଶ୍ୱରରେ ବହୁ ଅଭିନେତା ଓ ଅଭିନେତ୍ରୀ ତାଙ୍କର ଶେଷ ଦର୍ଶନ କରିଥିଲେ ।

ଗୋଟିଏ ସମୟରେ ଓଡିଆ ଆଲବମ ଜଗତରେ ଚହଳ ସୃଷ୍ଟି କରିଥିଲେ ଅଭିନେତ୍ରୀ ଦୀପା ସାହୁ। ତାଙ୍କ ଡ୍ୟାନ୍ସ ଏବଂ ଅଭିନୟର ଜାଦୁରେ ସମସ୍ତଙ୍କୁ ମତୁଆଲା କରୁଥିଲେ ଦୀପା। କିନ୍ତୁ ଗତକାଲି ଅପରାହ୍ନରେ ଲିଭି ଯାଇଥିଲା ଦୀପାଙ୍କ ଜୀବନ ଦୀପ। ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ୧୯୮୫ ମସିହାରେ ଢ଼େଙ୍କାନାଳରେ ଦୀପା ସାହୁ ଜନ୍ମ ହୋଇଥିଲେ। ମାତ୍ର ୩୫ ବର୍ଷ ବୟସରେ ସେ ଆରପାରିକୁ ଚାଲି ଯାଇଛନ୍ତି।

Sonalisa

Recent Posts

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

9 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

10 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

14 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

37 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

44 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

51 mins ago