Below header

ପଞ୍ଚଭୂତରେ ଲୀନ ହେଲେ ଆଲବମ କୁଇନ ଦୀପା ସାହୁ, ଜନ୍ମମାଟି ଢେଙ୍କାନାଳର ବାଲ୍ୟାମ୍ବା ଗାଁରେ ସମ୍ପନ୍ନ ହେଲା ଶେଷକୃତ୍ୟ

ଢେଙ୍କାନାଳ: ପଞ୍ଚଭୂତରେ ଲୀନ ହେଲେ ଆଲବମ କୁଇନ ଦୀପା ସାହୁ । କର୍କଟ ରୋଗ ସହ ଲଢ଼ି ଜୀବନ ଯୁଦ୍ଧରେ ହାରିଗଲେ ଦୀପା । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିବା ପରେ ତାଙ୍କ ମର ଶରୀରକୁ ଜନ୍ମମାଟି ଢେଙ୍କାନାଳର ବାଲ୍ୟାମ୍ବା ଗାଁ ନିଆଯାଇଥିଲା ।

ସେଠାରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି । ପିଲାବେଳୁ ନୃତ୍ୟ ପ୍ରତି ଆକୃଷ୍ଟ ଥିବା ଦୀପା ପରେ ଓଡ଼ିଆ ଆଲବମ ଜଗତରେ ସମସ୍ତଙ୍କ ମନ ଜିତିଥିଲେ । ଶତାଧିକ ଆଲବମ୍‌ ଓ ଫିଲ୍ମରେ ଅଭିନୟ କରିଥିଲେ ଦୀପା ସାହୁ । ତାଙ୍କ ବିୟୋଗରେ ଓଲିଉଡରେ ଶୋକର ଛାୟା । ଭୁବନେଶ୍ୱରରେ ବହୁ ଅଭିନେତା ଓ ଅଭିନେତ୍ରୀ ତାଙ୍କର ଶେଷ ଦର୍ଶନ କରିଥିଲେ ।

deepaଗୋଟିଏ ସମୟରେ ଓଡିଆ ଆଲବମ ଜଗତରେ ଚହଳ ସୃଷ୍ଟି କରିଥିଲେ ଅଭିନେତ୍ରୀ ଦୀପା ସାହୁ। ତାଙ୍କ ଡ୍ୟାନ୍ସ ଏବଂ ଅଭିନୟର ଜାଦୁରେ ସମସ୍ତଙ୍କୁ ମତୁଆଲା କରୁଥିଲେ ଦୀପା। କିନ୍ତୁ ଗତକାଲି ଅପରାହ୍ନରେ ଲିଭି ଯାଇଥିଲା ଦୀପାଙ୍କ ଜୀବନ ଦୀପ। ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ୧୯୮୫ ମସିହାରେ ଢ଼େଙ୍କାନାଳରେ ଦୀପା ସାହୁ ଜନ୍ମ ହୋଇଥିଲେ। ମାତ୍ର ୩୫ ବର୍ଷ ବୟସରେ ସେ ଆରପାରିକୁ ଚାଲି ଯାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.