ହାତରେ ଲାଠି, ମୁହଁରେ ମାସ୍କ : ଅମାନିଆଙ୍କୁ ସଚେତନତାର ପାଠ ପଢ଼ାଉଛନ୍ତି ଅଙ୍ଗନଓ୍ଵାଡି ଓ ଆଶା କର୍ମୀ

ଭଦ୍ରକ: ହାତରେ ଲାଠି । ମୁହଁରେ ସଚେତନତାର ବାର୍ତ୍ତା । ମାସ୍କ ପିନ୍ଧନ୍ତୁ ଆଉ କରୋନାଠୁ ଦୂରରେ ରୁହନ୍ତୁ । ଏପରି ଭାବେ କିଛି ଅମାନିଆଙ୍କୁ ସଚେତନତାର ପାଠ ପଢ଼ାଉଛନ୍ତି ଅଙ୍ଗନଓ୍ଵାଡି କର୍ମୀ ଓ ଆଶା କର୍ମୀ । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ କାଁପଡା ପଞ୍ଚାୟତରେ ଦେଖିବାକୁ ମିିଳିଛି ଏଭଳି ଦୃଶ୍ୟ । ସରକାରଙ୍କ କରୋନା କଟକଣା ସତ୍ୱେ କିଛି ଅମାନିଆ ଏହାକୁ ମାନୁନଥିବା ଅଭିଯୋଗ ହୋଇଛି ।

କାଁପଡା ପଞ୍ଚାୟତର ଅଙ୍ଗନଓ୍ଵାଡି ଓ ଆଶାକର୍ମୀ ବଜାର ଉପରେ ସାମାଜିକ ଦୂରତା ସହ ମାସ୍କ ପିନ୍ଧିବା ଉପରେ ଲାକଙ୍କୁ ସଚେତନତା କରୁଥିବା ଦେଖିବାକୁ ମିଳିଛି । ଆଗକୁ ପ୍ରତ୍ୟେକ ଦିନ ଏପରି କରାଯିବ ବୋଲି ଅଙ୍ଗନଓ୍ଵାଡି ଓ ଆଶା କର୍ମୀମାନେ କହିଛନ୍ତି । ସେପଟେ ଏଭଳି କାର୍ଯ୍ୟକୁ ସ୍ଥାନୀୟ ଅ଼ଚଳରେ ପ୍ରଶଂସା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.