ବ୍ରହ୍ମଗିରି (କେନ୍ୟୁଜ): ଚିଲିକା ମଝିରେ ଫସିଥିବା ଯାତ୍ରୀବାହୀ ଡଙ୍ଗାରୁ ଉଦ୍ଧାର ହେଲେ ସମସ୍ତ ଯାତ୍ରୀ। ସାତପଡ଼ା ଚିଲିକାରେ ଆଜି ଦିନ ପ୍ରାୟ ୧ଟା ବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଫସି ଯାଇଥିଲା ଡଙ୍ଗା। ତେବେ ଅଳ୍ପକେ ବର୍ତ୍ତିଗଲେ ୬୦ ଯାତ୍ରୀ । ଡଙ୍ଗାରେ ୬୦ ଯାତ୍ରୀ ଓ ୩୦ରୁ ଉର୍ଦ୍ଧ୍ବ ବାଇକ୍ ଥିଲା। ଡଙ୍ଗାଟି ଜହ୍ନିକୁଦା ଘାଟ ନିକଟରୁ ସାତପଡ଼ା ଅଭିମୁଖେ କିଛି ବାଟ ଯିବା ପରେ ମେସିନ ଖରାପ ହେଇ ଯାଇଛି । ଯାହା ଫଳରେ ଯାତ୍ରୀମାନେ ଚିଲିକା ମଝିରେ ପ୍ରାୟ ୧ଘଣ୍ଟା ଅଟକି ରହିଥିଲେ ।
ଯାତ୍ରୀ ମାନଙ୍କ ଚିତ୍କାର ଶୁଣି ଚିଲିକାରେ ମାଛ ଧରୁଥିବା ମତ୍ସଜୀବୀ ଘଟଣା ସ୍ଥଳରେ ପହଞ୍ଚି ନିଜ ଡଙ୍ଗାରେ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ବାରମ୍ବାର ସାତପଡ଼ା ଚିଲିକାରେ ଏଭଳି ଘଟଣା ଘଟୁଛି। ମାତ୍ରାଧିକ ଯାତ୍ରୀ ଓ ବାଇକ୍ ଚିଲିକା ପାର ହେଉଥିଲେ ମଧ୍ୟ ଘାଟ ପାଖରେ ପ୍ରଶାସନ କୌଣସି ସୁରକ୍ଷିତ ବ୍ୟବସ୍ଥା କରୁନଥିବା ଅଭିଯୋଗ ହେଉଛି। ଘାଟ ଡଙ୍ଗାରେ ଯାତ୍ରୀ ମାନଙ୍କ ପାଇଁ ଲାଇଫ ଜାକେଟ ର କୌଣସି ବ୍ୟବସ୍ଥା ମଧ୍ୟନାହିଁ ।
ପତ୍ନୀ ହୋଇ ରହିଲେ ମାସକୁ ୫ ହଜାର ଟଙ୍କା ଦେବି । ଶଶୁରଙ୍କ ଏଭଳି କଥାରେ ଥାନାରେ ପହଞ୍ଚିଛି ବୋହୂ…
ରାଜସ୍ଥାନ ଜୟପୁରସ୍ଥିତ ଏସଏମଏସ ସରକାରୀ ଡାକ୍ତରଖାନାର ଡାକ୍ତରମାନେ ଲେପ୍ରୋସ୍କୋପି ସାହାଯ୍ୟରେ ଜଣେ ଯୁବକଙ୍କର ଅପରେସନ୍ କରିଛନ୍ତି ଏବଂ ଯୁବକଙ୍କ ପେଟରୁ…
ମୋହନା(କେନ୍ୟୁଜ) : ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଥିବାବେଳେ ଗଜପତି ଜିଲ୍ଲାରେ ମଧ୍ୟ ଅସହ୍ୟ ଗରମ ଅନୁଭୂତ ହେଉଛି…
ଭୁବନେଶ୍ୱର (କେନ୍ୟୁଜ): ବିଜେପି ଉପରେ ପୁଣି ବର୍ଷିଲେ କାର୍ତ୍ତିକ ପାଣ୍ଡିଆନ୍ । କେନ୍ଦ୍ରରେ ଦଶ ବର୍ଷ କ୍ଷମତାରେ ରହିବା ସତ୍ତ୍ବେ…
ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏହା ଅନୁଯାୟୀ ବ୍ୟାଙ୍କରେ ବିଭିନ୍ନ ପଦବୀ…
କଟକ (କେନ୍ୟୁଜ): କଟକ scb ବଡ଼ ମେଡିକାଲରେ ଭର୍ତ୍ତି ହେଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ସ୍ୱାସ୍ଥ୍ୟ ଅବସ୍ଥା ଖରାପ…