ରାଜ୍ୟ

ଏଠି ରକ୍ଷକ ସାଜିଛି ଭକ୍ଷକ ! ବ୍ୟାଙ୍କ ଖାତାରୁ ଗ୍ରାହକଙ୍କ ଜମାରାଶି ଗାଏବ

ସାଧାରଣ ଲୋକଟିଏ ତାର କଷ୍ଟଅର୍ଜିତ ଅର୍ଥକୁ ସୁରକ୍ଷିତ ରଖିବାପାଇଁ ବ୍ୟାଙ୍କକୁ ବିଶ୍ୱାସ କରିଥାଏ । କିନ୍ତୁ ସେହି ବ୍ଯାକରୁ ଯଦି ତାର ଜମାରାଶି ଗାୟବ ହୋଇଯାଏ ତାହାହେଲେ ସେ ବିଶ୍ୱାସ କରିବ କାହାକୁ ?  ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଆସ୍ତରଙ୍ଗର ଓଡିଶା ଗ୍ରାମ୍ଯବ୍ୟାଙ୍କ ଶାଖାରେ । ଘଟଣା ଅନୁଯାଇ ଅସ୍ତରଙ୍ଗ ଅଞ୍ଚଳର ଚୈତନ ମହାନ୍ତି ଅସ୍ତରଙ୍ଗ ବଜାରରେ ଏକ ଫଟୋ ସ୍ଟୁଡ଼ିଓ କରି ନିଜର ଗୁଜୁରାଣ ମେଣ୍ଟାନ୍ତି । ଏହି ବେବସାୟରୁ କିଛି କିଛି ଅର୍ଥ ସଞ୍ଚୟକରି ଚୈତନ୍ୟ ୨୦୧୪
ମସିହା ମେ ମାସ ୮ ତାରିଖରେ ସତୁରୀ ହଜାର ଟଙ୍କା ଲେଖାଏ ଜମା କରି ତିନୋଟି ଫିକ୍ସଡିପୋଜିଟ ଓଡିଶା ଗ୍ରାମ୍ୟବ୍ୟାଙ୍କର ଅସ୍ତରଙ୍ଗ ଶାଖାରେ ଖୋଲିଥିଲେ । ସେହି ଫିକ୍ସଡିପୋଜିଟର ଅବଧି ୦୮.୦୫.୨୦୨୨ରେ ପୂରଣ ହୋଇ ତାଙ୍କୁ ମୋଟ ଚାରିଲକ୍ଷ ଅଠେଇଶି ହଜାର ଚାରିଟଙ୍କାର ଅର୍ଥରାଶି ମିଳିଥାନ୍ତା । ଗତ ୧୦ ତାରିଖରେ ଚୈତନ୍ୟ ମହାନ୍ତି ଫିକ୍ସଡିପୋଜିଟ କରିଥିବା ବଣ୍ଡକୁ ନେଇ ବ୍ୟାଙ୍କ ଆସିଥିଲେ ଟଙ୍କା ଉଠାଇବା ପାଇଁ ତାଙ୍କର ବଣ୍ଡ ନେଇ ବ୍ୟାଙ୍କରେ ଚେକ କଲାବେଳକୁ ଚୈତନ୍ଯଙ୍କ ଆକାଉଣ୍ଟ ରେ ଗୋଟେ ବି ଟଙ୍କା ନଥିଲା ।

ତିନୋଟି ଯାକ ଆକାଉଣ୍ଟ ଶୂନ ହୋଇଯାଇଥିଲା । ବ୍ୟାଙ୍କ ମ୍ୟାନେଜରଙ୍କ ଠାରୁ ଏକଥା ଶୁଣିବା ପରେ ଚୈତନ୍ୟଙ୍କର ହୋଶ ଉଡିଯାଇଥିଲା । ଜୀବନ ଜାକର କଷ୍ଠଅର୍ଜିତ ଧନ ବ୍ୟାଙ୍କରୁ ଗାୟବ ହୋଇଯାଇଥିବା କଥା ଜାଣିବା ପରେ ଏବେ କେମିତି ଟଙ୍କା ଫେରିପାଇବେ ସେହି ଚିନ୍ତାରେ ଅଛନ୍ତି ଚୈତନ୍ୟ । ବ୍ୟାଙ୍କ ଖାତାରୁ ଟଙ୍କା ଗାୟବ ହେବାଜାଣିବା ପରେ ଚୈତନ୍ୟ ଅସ୍ତରଙ୍ଗ ଥାନାରେ ଏକ ଏତଲା ଦେଇଛନ୍ତି । ସେପଟେ ବ୍ୟାଙ୍କମାନେଜର ଦିଲୀପ କୁମାର ଦାସ କହିଛନ୍ତି ଯେ ୨୦୧୮ ମସିହାରେ ଏଠାରେ ରହିଥିବା ମାନେଜରଙ୍କ ପାସୱାର୍ଡ ବ୍ୟବହାର କରି ଏହିବାଙ୍କରେ କାର୍ଯ୍ଯରତ କେହିଜଣେ କର୍ମଚାରୀ ଟଙ୍କାକୁ ଉଠାଇନେଇଛି । ଚୈତନ ମହାନ୍ତିଙ୍କ ଟଙ୍କା ତାଙ୍କୁ ନିଶ୍ଚୟ ମିଳିବ ଏବଂ ଏହା ଉପରେ ତଦନ୍ତ କରାଯାଇ ଏଥିରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ।

 

 

 

KNews Bureau

Recent Posts

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

19 mins ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

26 mins ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

40 mins ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

52 mins ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

1 hour ago

ଡାକ୍ତରଖାନାରେ ଶିଶୁକୁ ଚୋରି କରି ନେବା ବେଳେ ଧରିଲେ ଡାକ୍ତରଖାନାର ସୁରକ୍ଷାକର୍ମୀ

ସୁବର୍ଣ୍ଣପୁର(କେନ୍ୟୁଜ୍‌) : ପୁଣି ସାମ୍ନାକୁ ଆସିଲା ପିଲାଚୋରି ଅଭିଯୋଗ । ପୂର୍ବରୁ ଏପରି ଘଟଣା ଅନେକ ଥର ଆମ ସାମ୍ନାକୁ…

2 hours ago