ରାଜ୍ୟ

ଅନୁଗୁଳ କିଆକଟାରେ ନାବାଳକକୁ ବଳି ଅଭିଯୋଗ ଘଟଣା: ୩ ଜଣଙ୍କୁ ଅଟକ ରଖି ପଚରାଉଚରା

ଅନୁଗୁଳ(କେନ୍ୟୁଜ୍): ଅନୁଗୁଳ କିଆକଟାରେ ନାବାଳକକୁ ବଳି ଅଭିଯୋଗର ତନାଘନା ତଦନ୍ତ । ମହିଳା ପୂଜକ ଓ ତାଙ୍କ ତିନି ପୁଅକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଆଠମଲ୍ଲିକ ଥାନାରେ କିଛି ଗ୍ରାମବାସୀଙ୍କୁ ପୋଲିସ ପଚରାଉଚରା ଚଳାଇଛି । ହେଲେ ହତ୍ୟା ନେଇ କୌଣସି ସୁରାକ୍‌ ପାଇନି ପୋଲିସ । ସାଇଣ୍ଟିଫିକ୍‌ ଟିମ୍‌ ଓ ପୋଲିସର ସ୍ୱତନ୍ତ୍ର ଟିମ୍‌ ବିଭିନ୍ନ ଦିଗରୁ ଖୋଳତାଡ କରୁଛି । ପୋଷ୍ଟମର୍ଟମ ପାଇଁ କଟକ ଏସସିବିକୁ ଅଣାଯିବା ପରେ ଗତକାଲି ରାତିରେ ମୃତ ସଞ୍ଜିତର ଶବ ସତ୍କାର କରାଯାଇଛି ।

ଏପଟେ ଅନେକ ପ୍ରଶ୍ନ ଭିତରେ ଛନ୍ଦି ହୋଇଛି ସଞ୍ଜିତ ବିଶ୍ୱାଳଙ୍କ ହତ୍ୟା ସସ୍‌ପେନ୍ସ । ଆଠମଲ୍ଲିକ ବାରେଣୀ ଜଙ୍ଗଲରୁ ଉଦ୍ଧାର ମୃତଦେହର ନଥିଲା ହାତ କି ଗୋଡ଼ । କୁଆଡ଼େ ଗଲା ହାତ ଗୋଡ଼ ? ହାତଗୋଡ଼ କାଟି କିଏ ଗଛରେ ଝୁଲାଇଲା ? କିଏ ଓ କାହିଁକି ସଞ୍ଜିତଙ୍କୁ ହତ୍ୟା କଲା ? ନରବଳି ନା ଆଉ କେଉଁ କାରଣ ପାଇଁ ଏ ବୀଭତ୍ସ ହତ୍ୟା ? ଯଦି ବଳି ଦିଆଗଲା କାହିଁକି ହାତଗୋ଼ଡ କାଟାଗଲା ? ଯଦି ବଳି ନୁହେଁ ନୃଶଂସ ହତ୍ୟା କଲା କିଏ ? ତାନ୍ତ୍ରିକର ସଂପୃକ୍ତି ରହିଛି କି ? ମଙ୍ଗଳା ମନ୍ଦିର କୋଠିର ମହିଳା ପୂଜକ ଓ ତାଙ୍କ ୩ ପୁଅଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରାଯାଉଛି । ଗତ ୨୩ ତାରିଖରେ ସଞ୍ଜିତକୁ ସାଙ୍ଗରେ ନେଇ ଟୁସର ଗାଁର ମା ମଙ୍ଗଳା ମନ୍ଦିରକୁ ଅଧିଆ ପଡ଼ିବାକୁ ଆସିଥିଲେ ମାଆ ବାସନ୍ତୀ ବିଶ୍ୱାଳ ।

ପୁଅର ଅସୁସ୍ଥତା ପାଇଁ ସେ ପୂର୍ବରୁ ମଧ୍ୟ ଆସିଥିଲେ । ଏ ବାବଦରେ ଅନେକ ଟଙ୍କା ମଧ୍ୟ ଖର୍ଚ୍ଚ କରିଛନ୍ତି । ତେବେ ସେଦିନ ଅଧିଆ ପଡ଼ିଥିବା ବେଳେ ରାତି ହୋଇଯିବାରୁ ତାଙ୍କୁ ସେଠାରେ ରହିବାକୁ ପଡ଼ିଥିଲା । ତେବେ ତାଙ୍କ ପାଖଷର ଶୋଇଥିବା ପୁଅ ସକାଳକୁ ନଥିଲା । ପୁଅ ମନ୍ଦିରରେ ନମିଳିବାରୁ କିଆକଟା ଥାନାରେ ନିଖୋଜ ନେଇ ଅଭିଯୋଗ କରିଥିଲେ ପରିବାର ଲୋକେ । ୫ ଦିନ ପରେ ଗତ ୨୮ତାରିଖରେ ମିଳିଥିଲା ମୃତଦେହ । ମୃତଦେହଟି ଯେଭଳି ଭାବେ ଗଛରେ ଝୁଲିଥିଲା ତାକୁ ଦେଖିଲେ ଏହା ଜଣକର କାମ ନୁହେଁ ବୋଲି ସ୍ପଷ୍ଟ ହେଉଛି । ତେଣୁ ସଞ୍ଜିତ ହତ୍ୟା ପଛରେ କଣ ରହିଛି ରହସ୍ୟ ତାହାର ପର୍ଦ୍ଦାଫାସ କରିବା ପାଇଁ ପ୍ରୟାସ କରୁଛି ପୋଲିସ୍‌ । ଘଟଣା ଜଣାପଡ଼ଇବା ପରେ ପୋଲିସ୍‌ ନିଷ୍କ୍ରିୟତା ଅଭିଯୋଗ କରି ଗ୍ରାମବାସୀ ପୋଲିସ୍‌ ଗାଡ଼ି ପୋଡ଼ି ଦେଇଥିଲେ । ରାସ୍ତାରୋକ ଓ ପୋଲିସ ଗାଡି ପୋଡି ଘଟଣାରେ ୬ଟି ଗାଁର ୩୬୬ ଜଣଙ୍କ ନାଁରେ ମାମଲା ରୁଜୁୁ ହୋଇଛି।

Sasmita

Recent Posts

ହୁ ହୁ ହୋଇ ବଢୁଛି ପରିବା ଦର : ଆଳୁ କିଲୋ ୩୫ , ପିଆଜ କିଲୋ ୪୫ରୁ ୫୦

ଭୁବନେଶ୍ୱର (କେନ୍ୟୁଜ): ମହଙ୍ଗା ମାଡ଼ରେ ଖାଉଟି ବେହାଲ ।  ହୁ ହୁ ହୋଇ ବଢୁଛି ଆଳୁ- ପିଆଜ ସାଙ୍ଗକୁ ପରିବା…

9 mins ago

ଜୁନ ଅଧା ସରିଲାଣି ମୌସୁମୀର ଦେଖା ମିଳୁନି, ଗରମ ଓ ଗୁଳୁଗୁଳିରେ ସିଝୁଛନ୍ତି ରାଜ୍ୟବାସୀ

ଭୁବନେଶ୍ୱର (କେନ୍ୟୁଜ): ପ୍ରାକ୍ ମୌସୁମୀ ବର୍ଷା ବଦଳରେ ବହୁଛି ଝାଞ୍ଜି ପବନ ।  ଜୁନ ମାସ ଅଧା ସରିଲାଣି, ତଥାପି…

33 mins ago

ଚାଷୀଙ୍କ ପାଇଁ ଖୁସି ଖବର: ଆଜି ମିଳିବ ପିଏମ କିଷାନ ସମ୍ମାନ ନିଧିର ୧୭ତମ କିସ୍ତି

ଆଜି ଚାଷୀଙ୍କୁ ମିଳିବ ପିଏମ କିଷାନ ଟଙ୍କା । ପିଏମ କିଷାନ ସମ୍ମାନ ନିଧି ଯୋଜନାରେ କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ…

38 mins ago

ଆଜି ପୁଣି କମିଲା ପେଟ୍ରୋଲ ଦର, ବାଇକ ଆରୋହୀଙ୍କୁ ଆଶ୍ବସ୍ତି

ପେଟ୍ରୋଲ ହେଉଛି ଏକ ଦୈନଦିନ ଖର୍ଚ୍ଚ । ଯେଉଁଠି ପାଇଁ ଆମେ ସବୁବେଳେ ଦର ଉପରେ ନଜର ରଖିଥାଉ ।…

47 mins ago

ବଡ଼ ଆଶ୍ବସ୍ତି: ଭାରତୀୟ ବଜାରରେ କମିଲା ସୁନା ଦର

ଆଜି ସୁନା କିଣିବାକୁ ଚାହୁଁଛନ୍ତି କି ? ତେବେ ଆପଣଙ୍କ ପାଇଁ ଖୁସି ଖବର ଆସିଛି। ଆଜି ସୁନା କିଣିବାକୁ…

1 hour ago

ଚଳଚଞ୍ଚଳ ଶ୍ରୀମନ୍ଦିର: ଆଜି ଦେବୀ ରୁକ୍ମିଣୀଙ୍କୁ ବିବାହ କରିବେ ମହାପ୍ରଭୁ

ପୁରୀ (କେନ୍ୟୁଜ); ଆଜି ଶ୍ରୀମନ୍ଦିରରେ ଜଗନ୍ନାଥଙ୍କ ବିବାହ ଉତ୍ସବ । ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ…

1 hour ago