Categories: ରାଜ୍ୟ

ଏହି ଦେଶର ରାଷ୍ଟ୍ରଦୂତ ମାନଙ୍କ ସହିତ କିଟ୍‌ ଓ କିସ୍‌ ପରିଦର୍ଶନ କଲେ ଭାରତରେ ବ୍ରିଟିଶ କାଉନ୍‌ସିଲ୍‌ ଇଣ୍ଡିଆର ନିର୍ଦ୍ଦେଶିକା

ଭୁବନେଶ୍ବର: ଭାରତରେ ଅବସ୍ଥାପିତ କୋଷ୍ଟାରିକା ରାଷ୍ଟ୍ରଦୂତ କ୍ଲାଉଡିଓ ଆନ୍‌ସୋରେନା ମଣ୍ଟେରୋ, ପାରାଗୁଏ ରାଷ୍ଟ୍ରଦୂତ ଫ୍ଲେମିଂ ରାଉଲ ଦୁଆର୍ତେ ରାମୋସ, ଇକ୍ୱେଡର୍‌ ରାଷ୍ଟ୍ରଦୂତ ହେକ୍ଟର କ୍ୱେଭା ଜାକମ୍‌ ଏବଂ ଭାରତରେ ବ୍ରିଟିଶ କାଉନ୍‌ସିଲ୍‌ ଇଣ୍ଡିଆର ନିର୍ଦ୍ଦେଶିକା ବାରବରା ଉଇକ୍‌ହାମ ପ୍ରମୁଖ କିସ୍‌ ଓ କିଟ୍‌ ପରିଦର୍ଶନ କରିଛନ୍ତି । ସେମାନେ କିଟ୍‌ର ବିଭିନ୍ନ କ୍ୟାମ୍ପସ ବୁଲି ଦେଖିବା ସହ କିସ୍‌ର ବିଭିନ୍ନ ୟୁନିଟ୍‌ ପରିଦର୍ଶନ କରିଥିଲେ।

ଏହି ଅବସରରେ କିସ୍‌ର ୧୫ ହଜାର ଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇ କ୍ଲାଉଡିଓ କହିଲେ, ମୁଁ ମୋ ଜୀବନରେ ଆଜି ପର୍ଯ୍ୟନ୍ତ କେବେ ବି ଏତେ ସଂଖ୍ୟକ ପିଲାଙ୍କୁ ସମ୍ବୋଧିତ କରିନାହିଁ । ମୁଁ ଗୋଟିଏ ଛୋଟ ଦେଶରୁ ଆସିଥିଲେ ମଧ୍ୟ ଏଠାରେ ଯେଉଁ ମାନବ ଦର୍ଶନକୁ କାର୍ଯ୍ୟକାରୀ କରାଯାଉଛି ତାହା ମତେ ଅଭିଭୂତ କରିଛି । କିସ୍‌ରେ କାର୍ଯ୍ୟକାରୀ କରାଯାଉଥିବା ଦର୍ଶନ ସମଗ୍ର ବିଶ୍ୱରେ କର୍ଯ୍ୟକାରୀ କରାଯିବା ଉଚିତ ବୋଲି ସେ କହିଥିଲେ ।

ଇକ୍ୱେଡର ରାଷ୍ଟ୍ରଦୂତ ହେକ୍ଟର କହିଲେ, କିସ୍‌କୁ ଆସିବା ପରେ ମୁଁ ଅନୁଭବ କରୁଛି, ଜଣେ ସାଧାରଣ ଲୋକ ତାର ନିଷ୍ଠା ଓ କାର୍ଯ୍ୟ ବଳରେ ସମଗ୍ର ବିଶ୍ୱକୁ ପରିବର୍ତ୍ତନ କରିଦେଇପାରେ। ସେଭଳି ଜଣେ ବ୍ୟକ୍ତି ହେଉଛନ୍ତି, କିସ୍‌ ଓ କିଟ୍‌ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ। ସେ ଚାହିଁଲେ, ସମଗ୍ର ବିଶ୍ୱକୁ ପରିବର୍ତ୍ତନ କରିପାରିବେ। ମୋର ଦୃଢ ବିଶ୍ୱାସ ହୋଇଛି ଯେ, କିସ୍‌ ହେଉଛି ସମଗ୍ର ବିଶ୍ୱ ପାଇଁ ଉଦାହରଣ।

ପାରାଗୁଏ ରାଷ୍ଟ୍ରଦୂତ ଫ୍ଲେମିଂ କହିଲେ, କିସ୍‌ ପରିଦର୍ଶନ କରିବା ପରେ ମୁଁ ସମ୍ପୂର୍ଣ୍ଣ ଅଭିଭୂତ ହୋଇପଡ଼ିଛି। ଆଜିର ଦିନ ମୋ ପାଇଁ ମୋ ଜୀବନର ସବୁଠାରୁ ବଡ଼ ଦିନ। ଏହା ମୋ ପାଇଁ ସ୍ମୃତି ହୋଇ ରହିବ। ଏଠାରେ କେବଳ ପିଲାମାନଙ୍କୁ ଶିକ୍ଷା ଦିଆଯାଉନାହିଁ, ଏଠାରେ ସେମାନଙ୍କୁ ଶୃଙ୍ଖଳା, ସଚ୍ଚୋଟତା, ମାନବିକତା, ନିଷ୍ଠା ଭଳି ମୂଲ୍ୟଭିତ୍ତିକ ଶିକ୍ଷା ପ୍ରଦାନ କରାଯାଉଛି। ଆଗାମୀ ଦିନରେ ବିଶ୍ୱର ପରିବର୍ତ୍ତନକାରୀ ଭାବେ ନିଜକୁ ଗଢି ତୋଳିବାକୁ ସେ କିସ୍‌ର ଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।

ପିଲାଙ୍କୁ ଉଦ୍‌ବୋଧନ ଦେଇ ଶ୍ରୀମତୀ ବାରବରା କହିଲେ, ଡାକ୍ଟର ସାମନ୍ତଙ୍କ ଦୂରଦୃଷ୍ଟି ଏବଂ ଏହାର କାର୍ଯ୍ୟକାରିତା ତାଙ୍କର ପ୍ରୟାସ ମୋତେ ପ୍ରଭାବିତ କରିଛି। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ, କିଟ୍‌ ଓ କିସ୍‌ର ସମ୍ପାଦକ ଆର.ଏନ୍‌.ଦାଶ, କିସ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ.ପି.କେ.ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ।

KNews Bureau

Recent Posts

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

11 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

11 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

7 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago

ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…

9 hours ago

କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର

ଭୁବନେଶ୍ୱର : କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଛି।…

10 hours ago