ଜଳେଶ୍ୱର (କେନ୍ୟୁଜ) : ବିଭିନ୍ନ ସମୟରେ ଆମ୍ବୁଲାନ୍ସ କର୍ମଚାରୀଙ୍କ ନାଁରେ ଲୋକେ ଅଭିଯାଗ କରୁଥିବାବେଳେ ସମସ୍ତେ ଯେ ସମାନ ତାହା ଆଜି ପ୍ରମାଣିତ କରିଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ। ମହନୀୟତା ଦେଖାଇଛନ୍ତି କିଛି ଆମ୍ବୁଲାନ୍ସ କର୍ମଚାରୀ। ରୋଗୀକୁ ହସପିଟାଲରେ ଛାଡି ଫେରୁଥିବାବେଳେ କଏନ୍ ଭର୍ତ୍ତି ବସ୍ତାକୁ ପାଇ ପୋଲିସର ଜିମା ଦେଇ ଦେଖାଇଛନ୍ତି ମାନବିକତା।
ବାଲେଶ୍ଵରରୁ ରୋଗୀଙ୍କୁ ଛାଡି ଆମ୍ବୁଲାନ୍ସ ନେଇ କମର୍ଦ୍ଦା ଫେରୁଥିବାବେଳେ ୬୦ ନମ୍ବର ଜାତୀୟ ରାଜପଥର ହଳଦୀ ପଦା ନିକଟରେ ରାସ୍ତାରେ ପଡିଥିବା ଦୁଇଟି କଏନ ଭର୍ତ୍ତି ବସ୍ତା ପାଇ ଜଳେଶ୍ଵର ଥାନାରେ ଜିମା ଦେଲେ ଆମ୍ବୁଲାନ୍ସ କର୍ମଚାରୀ। ତେବେ ଆମ୍ବୁଲାନ୍ସ କର୍ମଚାରୀଙ୍କ ଏପରି କାର୍ଯ୍ୟ ପାଇଁ ସବୁ ଆଡୁ ପ୍ରଶଂସାର ସୁଅ ଛୁଟୁଛି।
ଉକ୍ତ ବସ୍ତାରେ ପାଖାପାଖି ୪୦ କିଲୋରୁ ଅଧିକ ୨ ଟଙ୍କିଆ କଏନ ରହିଛି। ତେବେ ଯାହା ଅନୁମାନ କରାଯାଉଛି ଏହି କଏନ ଗୁଡିକ ବସ୍ତାରେ ଭର୍ତ୍ତି ହୋଇ କୌଣସି ବ୍ୟାଙ୍କ ଯାଉଥିଲା। ଯେଉଁଥିରେ ଏହି ବସ୍ତା ଖସିପଡିଥିବା ଅନୁମାନ କରାଯାଉଛି। ତେବେ ଏତେ ସଂଖ୍ୟାର କଏନ ଦେଖି ଲୋଭର ବଶବର୍ତ୍ତୀ ନ ହୋଇ ତୁରନ୍ତ ପୋଲିସକୁ ହସ୍ତାନ୍ତର କଲେ ଆମ୍ବୁଲାନ୍ସ କର୍ମଚାରୀ। ଆମ୍ବୁଲାନ୍ସ କର୍ମଚାରୀ ମାନଙ୍କର ଏଭଳି ସାଧୁତାକୁ ବୁଦ୍ଧିଜୀବି ମହଲରୁ ପ୍ରଶଂଶା କରାଯାଇଛି
ମେଷ: ପାରିବାରିକ ପ୍ରତିଷ୍ଠା ବଢ଼ିବ । ବ୍ୟବସାୟିକ ଯୋଜନା ଫଳପ୍ରଦ ହେବ। ସାମାଜିକ ପ୍ରତିଷ୍ଠା ବଢ଼ିବ । ଜୀବନରେ କିଛି…
ଭୁବନେଶ୍ବର(କେନ୍ୟୁଜ୍): ସାରା ରାଜ୍ୟରେ ହିଟ୍ ୱେଭ ଜାରି ରହିଛି। ଅନେକ ସ୍ଥାନରେ ଅଂଶୁଘାତଜନିତ ମୃତ୍ୟୁ ଅଭିଯୋଗ ଆସୁଛି। ଏହାକୁ ଦୃଷ୍ଟିରେ…
ଭୁବନେଶ୍ବର(କେନ୍ୟୁଜ୍): ବହି କିଣିଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଡର୍ଣ୍ଣ…
ମୟୂରଭଞ୍ଜ (କେନ୍ୟୁଜ୍): ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ବେଲପାଳ ଗାଁରେ ପୋଲିସ ଉପରେ ଆକ୍ରମଣ ଘଟଣାରେ ୩୮ ଜଣ ଗିରଫ…
ଭାବ ଭକ୍ତିରେ ବନ୍ଧା ହେ ମହାବାହୁ …ତୁମ ଚନ୍ଦନ ଯାତ୍ରାରେ ଏଭଳି ଅଘଟଣ ଘଟିବ …ସେ ପୁଣି ତୁମେ ପ୍ରଭୁ…
ଭୁବନେଶ୍ୱର(କେନ୍ୟୁଜ୍): ପୁଣି ଚର୍ଚ୍ଚାକୁ ଆସିଲେ ଅଟୋ ଚାଳକ ଟୁଙ୍ଗୁରୁ ଭୋଳ । ପୂର୍ବରୁ ପରକୀୟା ପ୍ରୀତି ଅଭିଯୋଗରେ ଚର୍ଚ୍ଚାରେ ରହିଥିବା…