ଟଙ୍କା ଭର୍ତ୍ତି ବସ୍ତା ଫେରାଇଲେ ଆମ୍ବୁଲାନ୍ସ କର୍ମଚାରୀ

ଜଳେଶ୍ୱର (କେନ୍ୟୁଜ) : ବିଭିନ୍ନ ସମୟରେ ଆମ୍ବୁଲାନ୍ସ କର୍ମଚାରୀଙ୍କ ନାଁରେ ଲୋକେ ଅଭିଯାଗ କରୁଥିବାବେଳେ ସମସ୍ତେ ଯେ ସମାନ ତାହା ଆଜି ପ୍ରମାଣିତ କରିଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ। ମହନୀୟତା ଦେଖାଇଛନ୍ତି କିଛି ଆମ୍ବୁଲାନ୍ସ କର୍ମଚାରୀ। ରୋଗୀକୁ ହସପିଟାଲରେ ଛାଡି ଫେରୁଥିବାବେଳେ କଏନ୍‌ ଭର୍ତ୍ତି ବସ୍ତାକୁ ପାଇ ପୋଲିସର ଜିମା ଦେଇ ଦେଖାଇଛନ୍ତି ମାନବିକତା।

ବାଲେଶ୍ଵରରୁ ରୋଗୀଙ୍କୁ ଛାଡି ଆମ୍ବୁଲାନ୍ସ ନେଇ କମର୍ଦ୍ଦା ଫେରୁଥିବାବେଳେ ୬୦ ନମ୍ବର ଜାତୀୟ ରାଜପଥର ହଳଦୀ ପଦା ନିକଟରେ ରାସ୍ତାରେ ପଡିଥିବା ଦୁଇଟି କଏନ ଭର୍ତ୍ତି ବସ୍ତା ପାଇ ଜଳେଶ୍ଵର ଥାନାରେ ଜିମା ଦେଲେ ଆମ୍ବୁଲାନ୍ସ କର୍ମଚାରୀ। ତେବେ ଆମ୍ବୁଲାନ୍ସ କର୍ମଚାରୀଙ୍କ ଏପରି କାର୍ଯ୍ୟ ପାଇଁ ସବୁ ଆଡୁ ପ୍ରଶଂସାର ସୁଅ ଛୁଟୁଛି।

ଉକ୍ତ ବସ୍ତାରେ ପାଖାପାଖି ୪୦ କିଲୋରୁ ଅଧିକ ୨ ଟଙ୍କିଆ କଏନ ରହିଛି। ତେବେ ଯାହା ଅନୁମାନ କରାଯାଉଛି ଏହି କଏନ ଗୁଡିକ ବସ୍ତାରେ ଭର୍ତ୍ତି ହୋଇ କୌଣସି ବ୍ୟାଙ୍କ ଯାଉଥିଲା। ଯେଉଁଥିରେ ଏହି ବସ୍ତା ଖସିପଡିଥିବା ଅନୁମାନ କରାଯାଉଛି। ତେବେ ଏତେ ସଂଖ୍ୟାର କଏନ ଦେଖି ଲୋଭର ବଶବର୍ତ୍ତୀ ନ ହୋଇ ତୁରନ୍ତ ପୋଲିସକୁ ହସ୍ତାନ୍ତର କଲେ ଆମ୍ବୁଲାନ୍ସ କର୍ମଚାରୀ। ଆମ୍ବୁଲାନ୍ସ କର୍ମଚାରୀ ମାନଙ୍କର ଏଭଳି ସାଧୁତାକୁ ବୁଦ୍ଧିଜୀବି ମହଲରୁ ପ୍ରଶଂଶା କରାଯାଇଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.