ଗୋଲ୍ଡେନ ଜୁବଲୀ ପାଇଁ ସ୍ଥିର ହୋଇଥିବା ବଜେଟକୁ କରୋନା ମୁକାବିଲାରେ ଖର୍ଚ୍ଚ କରିବେ ଆଦିତ୍ୟ ଚୋପ୍ରା

କରୋନା ମୁକାବିଲାରେ ସାହାଯ୍ୟର ହାତ ବଢ଼ାଇଛି “ୟସରାଜ ଫିଲ୍ସ ସ” । ହିନ୍ଦୀ ଫିଲ୍ମ ସିନେମାରେ ୫୦ ବର୍ଷ ପୂର୍ତ୍ତି କରିବା ଖୁସିରେ ଖର୍ଚ୍ଚ କରିବାକୁ ଥିବା ଏହି ବଜେଟକୁ କୋଭିଡ ପୀଡିତଙ୍କ ପାଇଁ ଖର୍ଚ୍ଚ କରିବାକୁ ସ୍ଥିର କରିଛି । ଉତ୍ସବ ପାଳନ ପାଇଁ ରଖିଥିବା କୋଟି କୋଟି ଟଙ୍କାର ବଜେଟରେ ଏବେ ଆଇସୋଲେସନରେ ଥିବା ରୋଗୀ ମାନଙ୍କ ଖାଦ୍ୟ ପଠାଇବା କାମ ଆରମ୍ଭ କରିଛି ସଂସ୍ଥା । ଯଶରାଜ ଫିଲ୍ମସ ଗତ ବର୍ଷ ୫୦ ବର୍ଷ ପୁରା କରିଛି । ଏନେଇ ବିଶ୍ୱ ସ୍ତରରେ ଏକ ବଡ ଧରଣର ଉତ୍ସବ ପାଳନ କରିବାକୁ କମ୍ପାନୀ ଚ୍ୟାରମ୍ୟାନ ଆଦିତ୍ୟ ଚୋପଡ଼ା ସ୍ଥିର କରିଥିଲେ । ଏହି ଉତ୍ସବକୁ ଯେମିତି ଭବିଷ୍ୟତରେ ବି ଲୋକେ ମନେ ରଖିବେ ସେନେଇ ଏକ ବଡ ଧରଣର ବଜେଟ ବି ପ୍ରସ୍ତୁତ କରିଥିଲେ ଶ୍ରୀ ଚୋପଡ଼ା । କିନ୍ତୁ କୋଭିଡର ଦ୍ଵିତୀୟ ଲହରର ଭୟାବହତା କାରଣରୁ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଦ୍ଵିତୀୟ ଥର ପାଇଁ ବନ୍ଦ କରାଯାଇଛି ।

ତେଣୁ “ୱାଇଆରଏଫ ୫୦ ” ଉତ୍ସବ ପାଳନ ପାଇଁ ସ୍ଥିର କରାଯାଇଥିବା ବଜେଟକୁ କୋଭିଡ ରୋଗୀଙ୍କ ପାଇଁ ଖର୍ଚ୍ଚ କରିବାକୁ ନିଷ୍ପତ୍ତି ନେଇଛନ୍ତି ଆଦିତ୍ୟ ଚୋପ୍ରା । ୱାଇଆରଏଫ ସ୍ଟୁଡ଼ିଓ ପାଇଁ ଖାଦ୍ୟ ପ୍ରସ୍ତୁତ କରୁଥିବା ରୋଷେୟା ମାନେ କୋଭିଡ ରୋଗୀଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରିବା ଦାୟିତ୍ୱ ନେଇଛନ୍ତି । ସୂଚନା ଅନୁଯାୟୀ ୟଶରାଜ ଫାଉଣ୍ଡେସନ ଗୁରଗାଓଁର ହଜାର ହଜାର ଫ୍ରଣ୍ଟଲାଇନ କାର୍ଯ୍ୟକର୍ତ୍ତାଙ୍କୁ ସ୍ଟୁଡ଼ିଓ ପ୍ରସ୍ତୁତ ଖାଦ୍ୟ ବଣ୍ଟାଯିବ ।

କହିରଖିବା ଉଚିତ ହେବକି ଗତ ସପ୍ତାହରେ “ୟଶ ଚୋପ୍ରା ସାଥି ଇନିସିଏଟିଭ” ଲଞ୍ଚ କରିଥିଲେ । ଫିଲ୍ମ ଇଣ୍ଡଷ୍ଟ୍ରି ସହ ଜଡିତ ହଜାର ହଜାର ସଂଖ୍ୟକ କର୍ମକର୍ତ୍ତାଙ୍କୁ ଆର୍ଥିକ ସାହାଯ୍ୟ ଯୋଗାଇବା ହିଁ ଏହାର ମୂଳ ଉଦ୍ଦେଶ୍ୟ ଥିଲା । ଏହି ଯୋଜନା ଅନୁଯାୟୀ ଇଣ୍ଡଷ୍ଟ୍ରି ସହ ଜଡିତ ମହିଳା ଓ ବରିଷ୍ଠ ନାଗରିକଙ୍କ ଆକାଉଣ୍ଟକୁ ୫୦୦୦ ଟଙ୍କା ପଠାଯାଇଥିଲା । ଏହା ସହ ଚାରି ସଦସ୍ୟ ବିଶିଷ୍ଟ ପରିବାରକୁ ମାଗଣା ସଉଦା ଯୋଗାଇ ଦିଆଯାଇଥିଲା । ଖାଲି ସେତିକି ନୁହେଁ ଫିଲ୍ମସ ପକ୍ଷରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପାଖକୁ ଭ୍ୟାକସିନ ଯୋଗାଇ ଦିଆଯିବା ନେଇ ଏକ ଚିଠି ମଧ୍ୟ ଲେଖାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.