Below header

ଗୋଆ: ଅକ୍ସିଜେନ ଅଭାବରୁ ପୁଣି ୧୩ ସଂକ୍ରମିତଙ୍କ ମୃତ୍ୟୁ, ୪ ଦିନରେ ଗଲାଣି ୭୪ ଜୀବନ

ଗୋଆରେ ଅକ୍ସିଜେନ ଅଭାବରୁ କରୋନା ସଂକ୍ରମିତଙ୍କ ମୃତ୍ୟୁରେ ଲାଗୁନି ରୋକ। ଗତକାଲି ରାତିରୁ ଆଜି ସକାଳ ମଧ୍ୟରେ ଅକ୍ସିଜେନ ଅଭାବରୁ ପୁଣି ୧୩ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଏହା ସହ ଗତ ୪ଦିନ ମଧ୍ୟରେ ଗୋଆ ମେଡିକାଲ କଲେଜ ଓ ହସ୍‌ପିଟାରେ ଅକ୍ସିଜେନ ଅଭାବରୁ ମୃତ୍ୟୁସଂଖ୍ୟା ୭୪କୁ ବୃଦ୍ଧି ପାଇଛି।

ରାଜ୍ୟର ସର୍ବବୃହତ କୋଭିଡ ହସ୍‌ପିଟାଲରେ ଏଭଳି ଘଟଣା ରାଜ୍ୟ ସରକାରଙ୍କ ଖାମଖିଆଲ ନୀତି ବୋଲି କୁହାଯାଇଛି। ପୂର୍ବରୁ ଗୋଆରେ ମେଡିକାଲରେ ଅକ୍ସିଜେନ ସଙ୍କଟ ନେଇ ବମ୍ବେ ହାଇକୋର୍ଟଙ୍କ ଗୋଆ ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ ଚେତାଇଥିଲେ। ତେବେ ଅକ୍ସିଜେନର ଅଭାବ ନୁହେଁ, ରିଫିଲିଂ ପାଇଁ ଆବଶ୍ୟକ ସରଞ୍ଜାମ ଅଭାବ ନେଇ ରାଜ୍ୟ ସରକାର ଜବାବ ରଖିଥିଲେ। ହାଇକୋର୍ଟ ଏଥିରେ ଅସନ୍ତୋଷ ପ୍ରକାଶ କରି ଲଜିଷ୍ଟିକକୁ ପ୍ରସଙ୍ଗ କରି ଲୋକଙ୍କୁ ମୃତ୍ୟୁ ମୁଖକୁ ଠେଲି ଦିଆଯାଇପାରିବ ନାହିଁ ବୋଲି କହିଛନ୍ତି। ଗତକାଲି ରାଜ୍ୟ ସରକାରଙ୍କୁ ଚେତାଇବା ସହ ଆଉ ମୃତ୍ୟୁ ଯେଭଳି ନହୁଏ ସେଥିପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଗତ ରାତିରେ ପୁଣି ୧୩ଜଣଙ୍କ ଅକ୍ସିଜେନ ଅଭାବରୁ ଜୀବନ ଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.