ରାଜ୍ୟ

ୟାକୁ ହିଁ କହନ୍ତି ମାନବିକତା: ପାହାଡ ଉପରୁ ଆହତ ମହିଳାଙ୍କୁ ବୋହି ବୋହି ଆଣିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ଖୋର୍ଦ୍ଧା/ବେଗୁନିଆ : ସହାୟତା କରିବା ପାଇଁ ଅର୍ଥର ଆବଶ୍ୟକତା ନଥାଏ । ଆବଶ୍ୟକ ଥାଏ ତ ଗୋଟେ ଉଦାର ହୃଦୟର। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଳକ କଳାଙ୍ଗ ପଞ୍ଚାୟତ ନାଉପଦା ଗ୍ରାମରେ। ଯେଉଁଠି ଦେବଦୂତ ସାଜିଥିଲେ ଆମ୍ବୁଲାନ୍ସ କର୍ମଚାରୀ।

ସୂଚନାନୁଯାୟୀ, ଉକ୍ତ ଗ୍ରାମର ୩୫ ବର୍ଷୀୟା ମହିଳା ବାସନ୍ତୀ ବରାଡଙ୍କୁ ପାରିବାରିକ ଗଣ୍ଡଗୋଳ ଯୋଗୁ କିଛି ଲୋକ ମାଡମାରି ଜଲ୍ଳାପଡା ପାହାଡ ଉପରେ ପକାଇଦେଇଥିଲେ। ପରିବାରରେ କୌଣସି ପୁରୁଷ ଲୋକ ନଥିବାରର ସୁଯୋଗ ନେଇ ତାଙ୍କ ପଡୋଶୀ ଏପରି କରିଥିବା ଜଣାପଡିଥିଲା । ଏନେଇ ଖବର ପାଇବାପରେ ଭୁବନେଶ୍ବରରେ ରହୁଥିବା ପୁଅ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ଏବଂ ତାଙ୍କ ଆହତ ମାଙ୍କୁ ଉଦ୍ଧାର କରି ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ଗୁହାରୀ କରିଥିଲେ । ଏନେଇ ଖବର ପାଇବାପରେ ଅପରାହ୍ନ ଘଟଣାସ୍ଥଳରେ  ଆମ୍ବୁଲାନ୍ସଚାଳକ ସନାସି ମଲ୍ଲିକ , ଫାର୍ମାସିଷ୍ଟ କମଳଲୋଚନ ନାୟକ ଓ ହେଲପର ଅନ୍ତର୍ଜାମୀ ବେହେରା ପହଁଚିଥିଲେ।

ତେବେ ବଣ ଜଙ୍ଗଲ ଘେରା ସେହି ପାହାଡ ଅଞ୍ଚଳକୁ କୌଣସି ପକ୍କା ରାସ୍ତା ନ ଥିବାରୁ ପ୍ରାୟ ଦୁଇ କିଲୋମିଟର ଦୂରରେ ଆମ୍ବଲାନ୍ସ ଅଟକି ଯାଇଥିଲା। ତେଣୁ ଡ୍ରାଇଭର  ଓ ହେଲପର ଘଟଣାସ୍ଥଳକୁ ଷ୍ଟ୍ରେଚର ନେଇ ଚାଲି ଚାଲି ଯାଇଥିଲେ। କର୍ମଚାରୀମାନେ ଆହତ ମହିଳାଙ୍କୁ ଷ୍ଟ୍ରେଚର ସାହାର୍ଯ୍ୟରେ କିଛି ପରିବାର ଲୋକଙ୍କ ସହିତ ମିଶିକି ଦୁଇ କିମି ଦୂରରେ ଅଟକି ଯାଇଥିବା ଆମ୍ବୁଲାନ୍ସ ନିକଟକୁ ବୋହି ଆଣିଥିଲେ। ଏହା ପରେ ରୋଗୀଙ୍କୁ ବୋଲଗଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଚିକିତ୍ସା ପାଇଁ ନେଇଥିଲେ ପରେ ମହିଳାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପୁନର୍ବାର ଖୋର୍ଦ୍ଧା ଜିଲ୍ଲା ହସ୍ପିଟାଲ ରେ ଭର୍ତି କରାଯାଇଥିଲା।

ତେବେ ମହିଳା ରୋଗୀଙ୍କ ପାଇଁ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଦେବଦୂତ ସାଜି ତାଙ୍କର ଜୀବନ ରକ୍ଷା କରିଥିଲେ। ଏହି ପରିସ୍ଥିତିରେ ଆମ୍ବୁଲାନ୍ସ କର୍ମଚାରୀଙ୍କ ଏହି ମାନବିକତାକୁ ସବୁ ମହଲରେ ଉଚ୍ଚ ପ୍ରଶଂସା କରାଯାଉଛି।

 

Sonalisa

Recent Posts

ପୂର୍ବ ଶତ୍ରୁତାରୁ ଆକ୍ରମଣ ଘଟଣା: ଝିଅ ମୃତ, ହସ୍ପିଟାଲ ବେଡ଼ରେ ସଂଗ୍ରାମ କରୁଛି ମା

ସମ୍ବଲପୁର (କେନ୍ୟୁଜ): ସମ୍ବଲପୁର ଗୋପାଲମାଲ ଅଞ୍ଚଳରେ ମା ଝିଅଙ୍କୁ ଆକ୍ରମଣ ଘଟଣା । ଆଖି ବୁଜିଲେ ଝିଅ, ମୃତ୍ୟୁ ସହ…

20 mins ago

ଦିଲ୍ଲୀରେ ପାଣି ସପ୍ଲାଏକୁ ନେଇ ଏନଡିଏମସିର ଆଡଭାଇଜରୀ, ଭିଆଇପି ଅଞ୍ଚଳରେ ଦିନକୁ ଥରେ ଆସିବ ପାଣି

ଭୀଷଣ ଗରମ ସାଙ୍ଗକୁ ପାଣି ପାଇଁ ଦିଲ୍ଲୀବାସୀ ଝଟପଟ । ଦିଲ୍ଲୀର ଅନେକ ସ୍ଥାନରେ ଜଳାଭାବ ଦେଖାଦେଇଛି । ପାଣି…

34 mins ago

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଟ୍ରକ ଧକ୍କାରେ ୬ ଗାଡି ଚୁରମାର୍‌, ଅନେକ ମୃତ

ଚଣ୍ଡୀଗଡ-ମନାଲୀ ରାଜମାର୍ଗରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହିମାଚଳ ଏବଂ ପଞ୍ଜାବ ସୀମାର କିରତପୁର ପାଖରେ ନିର୍ମାଣ ହୋଇଥିବା ଟୋଲ…

57 mins ago

ଭଞ୍ଜନଗରରେ ବାଘ ଆତଙ୍କ: ସିସିଟିଭିରେ କଏଦ ହେଲା ବୁଲୁଥିବାର ଦୃଶ୍ୟ

ଭଞ୍ଜନଗର (କେନ୍ୟୁଜ): ପୁଣି ବୁଲିଲା ବାଘ । ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ବାଘ ଆତଙ୍କ । ସହର ନିକଟରେ ଥିବା…

58 mins ago

ଦାର୍ଜିଲିଂ ଟ୍ରେନ ଟ୍ରାଜେଡି : ଦୁର୍ଘଟଣା ପରେ ସିଆଲଦା ଷ୍ଟେସନରେ ପହଞ୍ଚିଲା କାଞ୍ଚନଜଙ୍ଗା ଏକ୍ସପ୍ରେସ, ବସ୍‌ ମାଧ୍ୟମରେ ଘରକୁ ଗଲେ ଯାତ୍ରୀ

ପଶ୍ଚିମବଙ୍ଗ ଦାର୍ଜିଲିଂରେ ମାଲବାହୀ ଟ୍ରେନ୍ ଧକ୍କାରେ ଦୁର୍ଘଟଣାର ଶିକାର ହୋଇଥିବା କାଞ୍ଚନଜଙ୍ଗା ଏକ୍ସପ୍ରେସ ସିଆଲଦା ଷ୍ଟେସନରେ ପହଞ୍ଚିଛି । ଦୁର୍ଘଟଣାର…

2 hours ago

୫ବର୍ଷ ହେଲା ଅବଧି ସରିଲାଣି, ଅଧାରେ ଅଟକିଛି ବ୍ରହ୍ମବରଦା-କାକୁଡିକୁଦକୁ ସଂଯୋଗ କରୁଥିବା ସେତୁ ନିର୍ମାଣ କାର୍ଯ୍ୟ

ଯାଜପୁର(କେନ୍ୟୁଜ): ଗମନାଗମନ ସୁବିଧା ପାଇଁ ସରକାର ବିଜୁ ସେତୁ ଯୋଜନା ଆରମ୍ଭ କରିଥିଲେ । ଗ୍ରାମାଂଚଳର ଲୋକେ ଯେପରି ଏହି…

2 hours ago