ରାଜ୍ୟ

ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରିରେ ସଂଶୋଧନ, ଲାଗୁ ହୋଇଛି ଏପ୍ରିଲ୍ ପହିଲାରୁ

ଭୁବନେଶ୍ବର: ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରିରେ ସଂଶୋଧନ। ଏହି ସଂଶୋଧନ କରିଛନ୍ତି କେନ୍ଦ୍ର ସରକାର। ଚଳିତ ମାସ ୧ରୁ ନୂଆ ମଜୁରି ଲାଗୁ ହୋଇଛି। ଖଣି, ନିର୍ମାଣ, କୃଷି, ଗୁଡ୍‌ ସେଡ୍‌ସରେ ଲୋଡିଂ ଓ ଅନ୍‌ଲୋଡିଂ କାର୍ଯ୍ୟ, ରେଳବାଇର ପାର୍ସଲ ଅଫିସ, ଗୋଦାମ ଏବଂ ଝାଡ଼ୁ ଓ ସଫେଇ ଆଦି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ଲାଗି ପରିବର୍ତନଶୀଳ ମହଙ୍ଗା ଭତ୍ତାରେ ସଂଶୋଧନ କରାଯାଇଛି।

ସର୍ବନିମ୍ନ ମଜୁରି ସମ୍ପର୍କରେ ଶ୍ରମିକ ସଂଘ ଓ କର୍ମଚାରୀମାନଙ୍କୁ ଅବଗତ କରିବା ଲାଗି ନିରୀକ୍ଷଣ ଅଧିକାରୀମାନଙ୍କୁ ଉପ ଶ୍ରମ କମିସନର , ଭୁବନେଶ୍ବର ଶକୁନ୍ତଳା ପଟ୍ଟନାୟକ ପରାମର୍ଶ ଦେଇଛନ୍ତି।

କୃଷି କ୍ଷେତ୍ରରେ କଟକ, ଭୁବନେଶ୍ବର ଓ ରାଉରକେଲାରେ କାର୍ଯ୍ୟ କରୁଥିବା ଅଣକୁଶଳୀ ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରି ୩୮୫ ଟଙ୍କା, ଅଳ୍ପ କୁଶଳୀ- ଅଣ କୁଶଳୀ ସୁପରଭାଇଜରିଙ୍କ ୪୨୫ ଟଙ୍କା, କୁଶଳୀ-କିରାଣୀଙ୍କ ୪୬୧ ଟଙ୍କା ଓ ଅତି କୁଶଳୀଙ୍କ ସର୍ବନିମ୍ନ ମଜୁରୀ ୫୧୬ ଟଙ୍କା ହୋଇଛି। ସେହିପରି, ଭୁବନେଶ୍ବର, କଟକ ଓ ରାଉରକେଲା ବାହାରେ କୃଷି ‌କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅଣକୁଶଳୀ ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରୀ ୩୮୨ ଟଙ୍କା, ଅଳ୍ପ କୁଶଳୀ-ଅଣ କୁଶଳୀ ସୁପରଭାଇଜରିଙ୍କ ୩୮୯ ଟଙ୍କା, କୁଶଳୀ-କିରାଣୀଙ୍କ ୪୨୪ ଟଙ୍କା ଓ ଅତି କୁଶଳୀଙ୍କ ସର୍ବନିମ୍ନ ମଜୁରି ୪୬୧ ଟଙ୍କା ହୋଇଛି।

ପଥର ଭାଙ୍ଗିବା ଓ କ୍ରସିଂ କାର୍ଯ୍ୟରେ ନିୟୋଜିତ ଥିବା ବିଭିନ୍ନ ପ୍ରକାର ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରି ମଧ୍ୟ ନିର୍ଧାରଣ କରାଯାଇଛି। କୋମଳ ମାଟି ଖୋଳିବା ଓ ବାହାର କରିବା ପାଇଁ କାମ କରୁଥିବା ଶ୍ରମିକଙ୍କ ସର୍ବନିମ୍ନ ମଜୁରି ୪୪୭ ଟଙ୍କା, କୋମଳ ମାଟି ସହିତ ପଥର କାମ କରୁଥିବା ଶ୍ରମିକଙ୍କ ମଜୁରି ୬୭୨ ଟଙ୍କା, ପଥର ସହ କାମ କରୁଥିବା ଶ୍ରମିକଙ୍କ ମଜୁରି ୮୯୦ ଟଙ୍କା ହୋଇଛି।

ପଥର ବାହାର କରିବା ଏବଂ ଗଦା କରିବା କ୍ଷେତ୍ରରେ କାମ କରୁଥିବା ଶ୍ରମିକଙ୍କ ସର୍ବନିମ୍ନ ମଜୁରି ୩୫୯ ଟଙ୍କା ହୋଇଛି। ପଥର ଭାଙ୍ଗିବା ଓ ପଥର କ୍ରସିଂ କରିବା କାର୍ଯ୍ୟରେ ନିୟୋଜିତ ଶ୍ରମିକଙ୍କ ସର୍ବନିମ୍ନ ମଜୁରି ମଧ୍ୟ ଧାର୍ଯ୍ୟ କରାଯାଇଛି। ୧ ଇଞ୍ଚରୁ ୧.୫ ଇଞ୍ଚ୍‌ ପଥର ପାଇଁ କାମ କରୁଥିବା ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରି ୨୭୩୬ ଟଙ୍କା‌; ୧.୫-୩ ଇଞ୍ଚର ପଥର ପାଇଁ ୨୩୪୦ ଟଙ୍କା, ୩-୫ ଇଞ୍ଚର ପଥର ପାଇଁ ୧୩୭୪ ଟଙ୍କା ଓ ୫ ଇଞ୍ଚରୁ ବଡ଼ ପଥର ପାଇଁ ସର୍ବନିମ୍ନ ମଜୁରି ୧୧୨୯ ଟଙ୍କା ଧାର୍ଯ୍ୟ କରାଯାଇଛି।

ସେହିପରି ଗୁଡ୍‌ସ ସେଡ୍‌, ରେଳବାଇର ପାର୍ସଲ ଅଫିସ, ଗୋଦାମ ଏବଂ ଡକ୍‌ ଓ ବନ୍ଦର ଆଦିରେ ଭୁବନେଶ୍ବର, କଟକ ଓ ରାଉରକେଲାରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରି ୫୫୩ ଟଙ୍କା ହୋଇଥିବା ବେଳେ ଏହି ସହରଗୁଡ଼ିକ ବାହାରେ କାମ କରୁଥିବା ଶ୍ରମିକମାନଙ୍କ ମଜୁରି ୪୪୩ ଟଙ୍କା ହୋଇଛି। ଝାଡ଼ୁ ଓ ସଫେଇ ଆଦି କ୍ଷେତ୍ରରେ ଭୁବନେଶ୍ବର, କଟକ ଓ ରାଉରକେଲାରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ମଜୁରି ୫୫୩ ଟଙ୍କା ଓ ବାହାରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ମଜୁରି ୪୪୩ ଟଙ୍କା ହୋଇଛି।

ନିରୀକ୍ଷଣ ଓ ୱାର୍ଡ ଆଦିରେ ଭୁବନେଶ୍ବର, କଟକ ଓ ରାଉରକେଲାରେ ଅସ୍ତ୍ର ବିନା କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରି ୭୩୪ ଟଙ୍କା ହୋଇଥିବା ବେଳେ ଅସ୍ତ୍ର ଧରି କାର୍ଯ୍ୟ କରୁଥିବା ଶ୍ରମିକଙ୍କ ମଜୁରି ୮୦୬ ଟଙ୍କା ହୋଇଛି। ଏହି ସହରଗୁଡ଼ିକ ବାହାରେ ବିନା ଅସ୍ତ୍ରରେ କାମ କରୁଥିବା ଶ୍ରମିକଙ୍କ ମଜୁରି ୬୨୫ ଟଙ୍କା ଓ ଅସ୍ତ୍ର ସହ କାମ କରୁଥିବା ଶ୍ରମିକଙ୍କ ମଜୁରି ୭୩୪ ଟଙ୍କା ହୋଇଛି।

 

Sonalisa

Recent Posts

ରାଜ୍ୟରୁ ହଟିଲା 5T ଓ ମୋ ସରକାର, ବିଭିନ୍ନ ସରକାରୀ କାର୍ଯ୍ୟାଳୟ ପରିସରରୁ ବୋର୍ଡ ହଟାଇବାବୁ ନିର୍ଦ୍ଦେଶ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରୁ ହଟିଲା 5T ଓ ମୋ ସରକାର । ବିଭିନ୍ନ ସରକାରୀ କାର୍ଯ୍ୟାଳୟ ପରିସରରୁ ବୋର୍ଡ ହଟାଇବାବୁ…

20 mins ago

ପୋକ୍ସୋ ମାମଲା: ବିଏସ୍ ୟେଦିୟୁରପ୍ପାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ଵାନା ଜାରି

କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରପ୍ପାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ଵାନା ଜାରି କରାଯାଇଛି । ବେଙ୍ଗାଲୁରୁର ଏକ…

30 mins ago

ଘର ଉଜାଡିଦେଲା ମଦୁଆ ସ୍ୱାମୀ, ସ୍ତ୍ରୀକୁ ମାରି କିଛି ନଜାଣିବାର ନାଟକ କଲା ନରହନ୍ତା

ଯେଉଁ ହାତରେ ଦିନେ ସ୍ତ୍ରୀ ମଥାରେ ଦେଇଥିଲା ସିନ୍ଦୁର । ଆଜି ସେହି ହାତ ମାରିଦେଲା ସ୍ତ୍ରୀକୁ । ମାରି…

1 hour ago

ପୋଖରୀରେ ବୁଡି ନାବାଳିକାର ମୃତ୍ୟୁ

ଅନୁଗୋଳ : ଅନୁଗୋଳ ଜିଲ୍ଲା ନିଶା ଥାନା ଅନ୍ତର୍ଗତ ବଡ କେରଜାଙ୍ଗ ଗ୍ରାମରେ ଘଟିଛି ଅଘଟଣ । ପୋଖରୀରେ ବୁଡି…

1 hour ago

ବିବାହ ବନ୍ଧନରେ ବାନ୍ଧି ହେବେ ସୋନାକ୍ଷୀ, ସାମ୍ନାକୁ ଆସିଲା ମ୍ୟାରେଜ୍‌ କାର୍ଡ

ବଲିଉଡ୍‌ ଇଣ୍ଡଷ୍ଟ୍ରୀରେ ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଚର୍ଚ୍ଚା ଚାଲିଛି । ତେବେ ଏପରି…

1 hour ago

ଦୁଇ ବର୍ଷ ତଳୁ ପାସ୍‌ଆଉଟ୍‌, ସାଙ୍ଗଙ୍କ ସହ ରାତିରେ ପାର୍ଟି…କାନପୁର ମେଡିକାଲ କଲେଜ ବିଲ୍ଡିଂରୁ ଖସି ଡାକ୍ତରାଣୀଙ୍କ ମୃତ୍ୟୁ

ଉତ୍ତରପ୍ରଦେଶର କାନପୁର ମେଡିକାଲ କଲେଜ (ଜିଏସ୍‌ଭିଏମ୍‌ ମେଡିକାଲ କଲେଜ) ବିଲ୍ଡିଂରୁ ଖସି ଜଣେ ଏମ୍‌ବିବିଏସ୍‌ ଡାକ୍ତରାଣୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି…

2 hours ago