ରାଜ୍ୟ

ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇ ବଙ୍ଗୋପସାଗରରେ ଆଗକୁ ବଢୁଛି ଅମ୍ଫାନ, ଘଣ୍ଟାକୁ ୩ କିଲୋମିଟର ବେଗରେ ବଢୁଛି ଆଗକୁ

କେନ୍ୟୁଜ୍ (ବ୍ୟୁରୋ): ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇ ବଙ୍ଗୋପସାଗରରେ ଆଗକୁ ବଢୁଛି ଅମ୍ଫାନ । ଘଣ୍ଟାପ୍ରତି ବର୍ତ୍ତମାନ ୩ କିଲୋମିଟର ବେଗରେ ଗତି କରୁଛି । ଆସନ୍ତା ୨୦ ତାରିଖ ସନ୍ଧ୍ୟାରେ ପଶ୍ଚିମବଙ୍ଗ-ବାଂଲାଦେଶ ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିପାରେ ବାତ୍ୟା । ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ଦୀଘା ଓ ହାତିଆ ଦୀପ ମଧ୍ୟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ଥିବା କହିଛି ଭାରତୀୟ ପାଣିପାଗ ବିଭାଗ । ୨୦ ତାରିଖ ଅପରାହ୍‌ଣରୁ ସଂଧ୍ୟା ମଧ୍ୟରେ ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମ ଭାବରେ ଅମ୍ପାନ ସ୍ଥଳଭାଗ ଛୁଇଁବ ।

ଗତ ୬ ଘଣ୍ଟା ହେବ ବାତ୍ୟା ୩ କିଲୋମିଟର ବେଗରେ ଆଗକୁ ବଢୁଛି । ବର୍ତ୍ତମାନ ପାରାଦୀପଠାରୁ ୯୮୦ କିଲୋମିଟର ଦକ୍ଷିଣ ଓ ଦୀଘାଠାରୁ ୧୧୩୦ କିମି ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ରହିଛି ବାତ୍ୟା । ଆସନ୍ତା ୧୨ ଘଣ୍ଟା ଭିତରେ ଏହା ଅଧିକ ଘନୀଭୂତ ହୋଇ ଭେରି ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମର ରୂପ ନେବ ।

ଆସନ୍ତା ୨୪ ଘଣ୍ଟାରେ ଅମ୍ଫାନ ଉତ୍ତର ଦିଗକୁ ଗତି କରିବା ସହ ଦିଗ ପରିବର୍ତ୍ତନ କରି ଉତ୍ତର-ଉତ୍ତରପୂର୍ବ ଦିଗରେ ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ମୁହାଁ ହେବ । ପଶ୍ଚିମବଙ୍ଗର ଦୀଘା ଓ ବାଂଲାଦେଶର ହାତିଆ ଦୀପ ମଧ୍ୟରେ ସ୍ଥଳ ଭାଗ ଛୁଇଁବ । ଏତିକିବେଳେ ପବନର ବେଗ ୧୫୫ରୁ ୧୬୮ କିଲୋମିଟର ରହିପାରେ ।

KNews Bureau

Recent Posts

୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ୨୦, ରାଜସ୍ୱ କମିସନଙ୍କ କାର୍ଯ୍ୟାଳୟ ଦେଲା ସୂଚନା

ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…

34 mins ago

ବର୍ଷେ ପରେ ବି ତାଜା ଅଛି ସେହି ଭୟଙ୍କର ଦୁର୍ଘଟଣାର ସ୍ମୃତି, ମନେ ପକାଉଛନ୍ତି ଗାଁ ଲୋକେ ଓ ସ୍ୱେଚ୍ଛାସେବୀ

ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍‌ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…

1 hour ago

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

2 hours ago

କାମ ସାରି ଗଛ ମୂଳେ ବିଶ୍ରାମ ନେଉଥିଲେ, ହଠାତ୍‌ ମାରିଲା ବିଜୁଳି ଚାଲିଗଲା ୨ ଯୁବକଙ୍କ ଜୀବନ

ଗଞ୍ଜାମ : ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗିରହିଛି । ଅସହ୍ୟ ଗରମ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ପୁରା ଓଡ଼ିଶାବାସୀ ।…

2 hours ago

ପୁରୀ ବାଣ ବିସ୍ଫୋରଣ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି

ପୁରୀ : ପୁରୀ ବାଣ ବିସ୍ଫୋରଣ ଘଟଣାରେ ବଢିଲା ମୃତ୍ୟୁ ସଂଖ୍ୟା । ଆଉ ୨ଜଣଙ୍କ ମୃତ୍ୟୁ ପରେ ମୃତ୍ୟୁ…

2 hours ago

ତିହାର ଜେଲରେ ପହଞ୍ଚିଲେ କେଜ୍ରିଓ୍ଵାଲ, ଯିବା ପୂର୍ବରୁ କହିଲେ… ଆପଣ ଖୁସିରେ ରହିଲେ ମୁଁ ଖୁସିରେ ରହିବି

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲ ତିହାର ଜେଲରେ ସରେଣ୍ଡର କରିଛନ୍ତି । ସୁପ୍ରିମ କୋର୍ଟ ତାଙ୍କୁ…

3 hours ago