ରାଜ୍ୟ

ଶ୍ରୀରାମଚନ୍ଦ୍ର ଭବନରେ ବାବାଜୀ ରବିନାରାୟଣ ଦାସଙ୍କ ତୈଳଚିତ୍ର ଉନ୍ମୋଚିତ

କେନ୍ୟୁଜ୍(ବ୍ୟୁରୋ): କଟକ ଶ୍ରୀରାମଚନ୍ଦ୍ର ଭବନ ପରିସରରେ ସାରସ୍ୱତ ସାଧକ ବାବାଜୀ ରବିନାରାୟଣ ଦାସଙ୍କ ତୈଳଚିତ୍ର ଉନ୍ମୋଚିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅନ୍ତର୍ଜାତୀୟ ଖ୍ୟାତିସମ୍ପର୍ଣ୍ଣ କ୍ରିୟାଯୋଗୀ ପରମହଂସ ପ୍ରଜ୍ଞାନାନନ୍ଦ ମହାରାଜ, ବାବାଜୀ ରବିନାରାୟଣ ଦାସଙ୍କ ସ୍ମୃତି ଚାରଣ କରିଥିଲେ । ଯୋଗଜନ୍ମା ସାଧକ ରବିନାରାୟଣଙ୍କ ଉଭୟ ବାଣୀ ଓ ରଚନାରେ ଆଧ୍ୟାତ୍ମିକ ତେଜ ଭରିରହିଥିଲା ବୋଲି କହିଥିଲେ ପରମହଂସ ପ୍ରଜ୍ଞାନାନନ୍ଦଜୀ ମହାରାଜ ।

ସେହିପରି ସମ୍ମାନିତ ଅତିଥି ପ୍ରେମାନନ୍ଦ ଦାସ ବାବାଜୀ, ରବିନାରାୟଣଙ୍କ କୃତି ଓ କୀର୍ତ୍ତିର ଆକଳନ କରିଥିଲେ । ଅନ୍ୟତମ ଅତିଥି ସ୍ବାମୀ ଶିବଚିଦାନନ୍ଦ ସରସ୍ୱତୀ, ସ୍ୱାମୀ ଶୁଦ୍ଧାନନ୍ଦ ଗିରି, ପ୍ରଫେସର ସନତ ଦାସପଟ୍ଟନାୟକ ପ୍ରମୁଖ ବାବାଜୀ ରବିନାରାୟଣଙ୍କ ଜୀବନୀ ସମ୍ପର୍କରେ ଆଲୋଚନା କରିଥିଲେ । ପରମହଂସ ପ୍ରଜ୍ଞାନାନନ୍ଦଙ୍କ ପ୍ରଣିତ ଶ୍ରୀ ରବିନାରାୟଣ ଦାସ ବାବାଜୀଙ୍କ ଜୀବନୀ ସଂକଳନ ‘ଅନିର୍ବାଣ ଦୀପଶିଖା’ ଲୋକାର୍ପିତ ହୋଇଥିଲା ।

ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ଶ୍ରୀରାମଚନ୍ଦ୍ର ଭବନରେ ତୈଳଚିତ୍ର ଉନ୍ମୋଚନ ଉତ୍ସବ ଆୟୋଜନ କରାଯାଇଥିଲା । ବାବାଜୀ ବିପିନ ବିହାରୀ ଦାସ ଉତ୍ସବକୁ ଉଦଘାଟନ କରିଥିଲେ । ସାହିତ୍ୟ ସମାଜର ସଭାପତି ଗୋବିନ୍ଦ ଚନ୍ଦ୍ର ଚାନ୍ଦ ଉତ୍ସବରେ ଅଧ୍ୟକ୍ଷତା କରିଥିବା ବେଳେ ସାଧାରଣ ସମ୍ପାଦକ ଆଦିତ୍ୟ ପ୍ରତାପ ଧଳ ପ୍ରାରମ୍ଭିକ ସୂଚନା ଦେଇଥିଲେ । ସଂଗଠନ ସମ୍ପାଦକ ସୁନାମଣି ରାଉତ ଅତିଥି ପରିଚୟ ପ୍ରଦାନ କରିଥିଲେ । ଉତ୍ସବରେ ବହୁ ସାଧୁସନ୍ଥ ଓ ସାରସ୍ୱତ ସାଧକ ଯୋଗ ଦେଇଥିଲେ ।

Sasmita

Recent Posts

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

19 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

26 mins ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

2 hours ago

ଯେକୌଣସି ବୟସରେ ଦାନ୍ତ ଉଠାଇ ପାରିବେ ଆପଣ, ଆସୁଛି ନୂଆ ମେଡିସିନ୍‌

ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…

2 hours ago

ଖୋର୍ଦ୍ଧା ଜେଲ୍ ପାଲଟିଛି ବ୍ରାଉନସୁଗର କାରବାରର ନୂଆ ଠିକଣା

ଖୋର୍ଦ୍ଧା(କେନ୍ୟୁଜ): ଖୋର୍ଦ୍ଧା ସହରକୁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ଯାଆସ । ଏତେ ଲୋକଙ୍କ ଭିଡ ଭିତରେ ଏଠି କେମିତି ଚାଲିଛି…

2 hours ago

୧୦୮ ସୁବାସିତ ଜଳରେ ସ୍ନାନ କରୁଛନ୍ତି ଦାରୁ ଦିଅଁ, ବର୍ଷାରେ ଭିଜି ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ପୁରୀ (କେନ୍ୟୁଜ) : ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଆଜି ସ୍ନାନ ବେଦୀରୁ ଗଜବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ…

3 hours ago