ଦେଶ ବିଦେଶ

କୋର୍ଟରେ ଆଉ ବ୍ୟବହାର ହେବନାହିଁ ମହିଳାଙ୍କ ପ୍ରତି ଅପମାନସୂଚକ ଶବ୍ଦ, ସୁପ୍ରିମ୍‌କୋର୍ଟ ଜାରି କଲେ ହ୍ୟାଣ୍ଡ୍‌ବୁକ

ଭାରତର ନ୍ୟାୟପାଳିକାରେ ମହିଳାଙ୍କ ସମ୍ମାନ ପାଇଁ ସୁପ୍ରିମକୋର୍ଟ ଆଣିଛନ୍ତି ନୂଆ ଶବ୍ଦକୋଷ। ଅଦାଲତର ଶୁଣାଣି ଏବଂ କାର୍ଯ୍ୟରେ ମହିଳାଙ୍କ ପ୍ରତି ଅସମ୍ମାନସୂଚକ ଶବ୍ଦ ଆଉ ବ୍ୟବହାର କରାଯିବ ନାହିଁ। ଅଦାଲତ କାର୍ଯ୍ୟରେ ମାମଲାର ଶୁଣାଣି ସମୟରେ ବ୍ୟବହାର ହେଉଥିବା ଏ ସମସ୍ତ ଶବ୍ଦକୁ ନିଷେଧ କରିଛନ୍ତି ସୁପ୍ରିମକୋର୍ଟ।

ଗତ ମାର୍ଚ୍ଚରେ ସୁପ୍ରିମକୋର୍ଟ ପରିସରରେ ମହିଳା ଦିବସ ପାଳନ ଅବସରରେ ପ୍ରତ୍ୟେକ କୋର୍ଟରେ ମହିଳାଙ୍କ ପ୍ରତି ବ୍ୟବହୃତ ଅସମ୍ମାନସୂଚକ ଶବ୍ଦକୁ ବାଦ୍ ଦେବାକୁ ପ୍ରଧାନ ବିଚାରପତି ଜଷ୍ଟିସ ଡି. ୱାଇ. ଚନ୍ଦ୍ରଚୂଡ଼ ଗୁରୁତ୍ୱ ଦେଇଥିଲେ। ଏହାପରେ ପ୍ରଧାନ ବିଚାରପତି କଲିକତା ହାଇକୋର୍ଟ ଜଷ୍ଟିସ ମୌସୁମୀ ଭଟ୍ଟାଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ମହିଳା ବିଚାରପତିମାନଙ୍କୁ ନେଇ ଏକ କମିଟି ଗଠନ କରିଥିଲେ।

କମିଟିରେ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ପ୍ରଭା ଶ୍ରୀଦେବନ, ଜଷ୍ଟିସ ଗୀତା ମିତ୍ତଲ ଓ ପ୍ରଫେସର ଝୁମା ସେନ ସାମିଲ ଥିଲେ। ଏହି କମିଟି ମହିଳାଙ୍କ କ୍ଷେତ୍ରରେ କେଉଁ ପ୍ରକାରର ଶବ୍ଦ ବ୍ୟବହାର କରାଯିବ, ସେ ନେଇ ଏହି ହ୍ୟାଣ୍ଡବୁକ ପ୍ରସ୍ତୁତ କରିଛନ୍ତି।

ଏଣିକି ମହିଳାଙ୍କ ଉଦ୍ଦେଶ୍ୟରେ ଶବ୍ଦ ବ୍ୟବହାର ବେଳେ ଆଫେୟାର ବଦଳରେ ବିବାହ ବର୍ହିଭୁତ ସମ୍ପର୍କ, ବାରଙ୍ଗନା ବଦଳରେ ଯୌନକର୍ମୀ, ଅବିବାହିତ ମା’ ବଦଳରେ କେବଳ ମା’, ଗୁଡ୍‌ ୱାଇଫ୍ ବଦଳରେ କେବଳ ସ୍ତ୍ରୀ, ରକ୍ଷିତା ବଦଳରେ ବିବାହ ବାହାରେ ଅନ୍ୟ ପୁରୁଷ ସହ ସମ୍ପର୍କ ରଖିଥିବା ମହିଳା ବୋଲି ବ୍ୟବହାର କରିବାକୁ ହ୍ୟାଣ୍ଡବୁକରେ ଉଲ୍ଲେଖ କରାଯାଇଛି।

ସେହିପରି ଜବରଦସ୍ତ ଦୁଷ୍କର୍ମ ବଦଳରେ କେବଳ ଦୁଷ୍କର୍ମ, ହାଉସ୍‌ ୱାଇଫ୍ ବଦଳରେ ହୋମ୍‌ ମେକର ଶବ୍ଦ ବ୍ୟବହାର କରାଯିବ। ବେଶ୍ୟା ଶବ୍ଦରୁ ମଧ୍ୟ ଦୂରେଇ ରହିବାକୁ କୁହାଯାଇଛି। ଏହା ଜାଗାରେ କେବଳ ମହିଳା ଶବ୍ଦ ବ୍ୟବହାର କରିବାକୁ ହ୍ୟାଣ୍ଡ୍‌ବୁକରେ ଉଲ୍ଲେଖ କରାଯାଇଛି।

ଏହି ଶବ୍ଦକୋଷରେ ପ୍ରଦତ୍ତ ଶବ୍ଦ ଓ ବାକ୍ୟକୁ କୋର୍ଟଙ୍କ ଦସ୍ତାବିଜ, ଆଦେଶନାମା ଓ କୌଣସି କପି ତିଆରି ବେଳେ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାକୁ ଉଭୟ ଆଇନଜୀବୀ ଓ ବିଚାରପତି ବ୍ୟବହାର କରିବାକୁ ନିର୍ଦ୍ଦେଶ ରହିଛି।

Roshni

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ପାଇଁ କିପରି କଟିବ ଦିନ

ମେଷ: ଲାଭ ବଢ଼ିବ ଏବଂ ଆୟରେ ବୃଦ୍ଧି ଘଟିବ । କୌଣସି ନୂଆ ଆଇଡିଆ ଆପଣଙ୍କୁ ଆଗକୁ ନେବାରେ ସହାୟକ…

4 hours ago

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ, କ୍ଷତିପୁରଣ ଦାବିରେ କଟକ-ଚାନ୍ଦବାଲି ରାଜ୍ୟ ରାଜପଥ ଅବରୋଧ

ଆଳି : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଦିନ ମଜୁରିଆଙ୍କ ମୃତ୍ୟୁ ଘଟିଛି । କ୍ଷତିପୁରଣ ଦାବିରେ କଟକ-ଚାନ୍ଦବାଲି…

6 hours ago

ବ୍ୟାଟେରୀ ଗାଡିରୁ ସର୍ଟ ସର୍କିଟ ହୋଇ ଫାଟିଲା ଗ୍ୟାସ ଟାଙ୍କି, ଜଳିଗଲା ଘର

ବ୍ୟାଟେରୀ ଗାଡିରୁ ସର୍ଟ ସର୍କିଟ ହୋଇ ଫାଟିଗଲା ଗ୍ୟାସ ଟାଙ୍କି ଜଳିଗଲା ଘର । ବାରିପଦା ସଦର ଥାନା ଅନ୍ତର୍ଗତ…

7 hours ago

ଘୋଷଣା ହେଲା ମନ୍ତ୍ରୀଙ୍କ ବିଭାଗ ବଣ୍ଟନ, ମୁଖ୍ୟମନ୍ତ୍ରୀଙ୍କ ହାତରେ ଗୃହ, ସୂର୍ଯ୍ୟବଂଶୀଙ୍କୁ ଉଚ୍ଚଶିକ୍ଷା

କେନ୍ୟୁଜ (ବ୍ୟୁରୋ) : ଆଜି ମୋହନ ମାଝୀଙ୍କ ସରକାରରେ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି । ମୁଖ୍ୟମନ୍ତ୍ରୀ ନିଜ ପାଖରେ…

7 hours ago

ମୃତ ଝିଅର ନ୍ୟାୟ ପାଇଁ ଥାନା ବାରଣ୍ଡାରେ ନେହୁରା ହେଉଛି ମା

ସୋର: ଥାନା ସମ୍ମୁଖରେ ହୋହାଲ୍ଲା ପାଟିତୁଣ୍ଡ । କମ୍ପୁଛି ସ୍‌ଥାନୀୟ ଅଞ୍ଚଳ । ଆପଣ ଭାବୁଥିବେ ଥାନା ସମ୍ମୁଖରେ ଏତେ…

8 hours ago

ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଜେଟିପିଙ୍କୁ ଭକ୍ତଙ୍କ ଆକ୍ରମଣ ଅଭିଯୋଗ

ପୁରୀ : ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଜେଟିପିଙ୍କୁ ଭକ୍ତଙ୍କ ଆକ୍ରମଣ ଅଭିଯୋଗ । ଆହତ ଜେଟିପି ହେଉଛନ୍ତି ଲଷ୍ମୀଧର ଉପାଧ୍ୟାୟ…

9 hours ago