ଯାଜପୁର ରୋଡ଼ (କେ ନ୍ୟୁଜ୍) : ଯାଜପୁର ରୋଡ୍ ସବଜେଲର ବିଚାରାଧୀନ କଏଦୀର ଡାକ୍ତରଖାନା ଆଣିବା ବାଟରେ ମୃତ୍ୟୁ ଘଟିଛି। ମୃତ କଏଦୀ ବଡଚଣା ଥାନା ପାଇକରାପୁର ଗାଁର ଗନ୍ଧର୍ବ ସ୍ବାଇଁ । ଗତ ଡିସେମ୍ବର ୪ ତାରିଖ ଦିନ ବିଳମ୍ବିତ ରାତିରେ ଡକାୟତି ଉଦ୍ୟମ ବେଳେ ସେ ଆହତ ହୋଇଥିଲା । ସୁକିନ୍ଦା ଥାନା ହରିପୁର କାଜୁ ଜଙ୍ଗଲରେ ତାର ହାତରେ ବୋମା ଫାଟି ଗନ୍ଧର୍ବ ଗୁରୁତର ହୋଇ ପଡିଥିଲେ। ତାଙ୍କୁ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ କଟକ ବଡ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଡାକ୍ତରଙ୍କୁ ତାଙ୍କର ଡାହାଣ ହାତଟି କାଟିବାକୁ ପଡ଼ିଥିଲା । ପରେ ସୁକିନ୍ଦା ପୋଲିସ୍ ଦ୍ବାରା ଚିକିତ୍ସାଧିୀନ ଅବସ୍ଥାରେ ତାଙ୍କୁ ଗିରଫ କରାଯାଇଥିଲା। ସେ ସୁସ୍ଥ ହେବା ପରେ ତାଙ୍କୁ ଯାଜପୁର ରୋଡ୍ ସବଜେଲରେ ବିଚାରାଧୀନ କଏଦୀ ଭାବେ ରଖା ଯାଇଥିଲା। ଆଜି ସେ ଗୁରୁତର ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଯାଜପୁର ରୋଡ୍ ଡାକ୍ତରଖାନାକୁ ଅଣାଯାଇଥିଲା। ତେବେ ବାଟରେ ଗନ୍ଧର୍ବଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ହସପିଟାଲରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…
ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…
କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…
ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…
ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…
କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…