Below header

ପୂର୍ବରୁ ଆହତ ଥିଲେ ଏବେ ମରିଗଲେ, ଯାଜପୁର ରୋଡ୍ ସବଜେଲ୍‌ର ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ଯାଜପୁର ରୋଡ଼ (କେ ନ୍ୟୁଜ୍‌) : ଯାଜପୁର ରୋଡ୍ ସବଜେଲର ବିଚାରାଧୀନ କଏଦୀର ଡାକ୍ତରଖାନା ଆଣିବା ବାଟରେ ମୃତ୍ୟୁ ଘଟିଛି। ମୃତ କଏଦୀ ବଡଚଣା ଥାନା ପାଇକରାପୁର ଗାଁର ଗନ୍ଧର୍ବ ସ୍ବାଇଁ । ଗତ ଡିସେମ୍ବର ୪ ତାରିଖ ଦିନ ବିଳମ୍ବିତ ରାତିରେ ଡକାୟତି ଉଦ୍ୟମ ବେଳେ ସେ ଆହତ ହୋଇଥିଲା । ସୁକିନ୍ଦା ଥାନା ହରିପୁର କାଜୁ ଜଙ୍ଗଲରେ ତାର ହାତରେ ବୋମା ଫାଟି ଗନ୍ଧର୍ବ ଗୁରୁତର ହୋଇ ପଡିଥିଲେ। ତାଙ୍କୁ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ କଟକ ବଡ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଡାକ୍ତରଙ୍କୁ ତାଙ୍କର ଡାହାଣ ହାତଟି କାଟିବାକୁ ପଡ଼ିଥିଲା । ପରେ ସୁକିନ୍ଦା ପୋଲିସ୍ ଦ୍ବାରା ଚିକିତ୍ସାଧିୀନ ଅବସ୍ଥାରେ ତାଙ୍କୁ ଗିରଫ କରାଯାଇଥିଲା। ସେ ସୁସ୍ଥ ହେବା ପରେ ତାଙ୍କୁ ଯାଜପୁର ରୋଡ୍ ସବଜେଲରେ ବିଚାରାଧୀନ କଏଦୀ ଭାବେ ରଖା ଯାଇଥିଲା। ଆଜି ସେ ଗୁରୁତର ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଯାଜପୁର ରୋଡ୍ ଡାକ୍ତରଖାନାକୁ ଅଣାଯାଇଥିଲା। ତେବେ ବାଟରେ ଗନ୍ଧର୍ବଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ହସପିଟାଲରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.