ବାଲେଶ୍ବର: ମାଣିତ୍ରି ଛକ ନିକଟରେ ଠିଆ ହୋଇଥିବା ଟ୍ରକକୁ ପଛରୁ ଧକ୍କା ଦେଲା ଆଉ ଏକ ଟ୍ରକ୍, ଦୁଇ ଗୁରୁତର

ସୋର(କେନ୍ୟୁଜ୍): ଠିଆ ହୋଇଥିବା ଟ୍ରକକୁ ପଛରୁ ଧକ୍କା ଦେଲା ଆଉ ଗୋଟିଏ ଟ୍ରକ୍‌ । ଏଥିରେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଆଉ ଜଣେ ପଥର ବୋଝେଇ ଟ୍ରକ ତଳେ ଚାପି ହୋଇ ରହିଛନ୍ତି । ବାଲେଶ୍ୱର ଜିଲ୍ଲା ସୋର ଥାନା ମାଣିତ୍ରି ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଆହତଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ମାଟି ବୋଝେଇ ଟ୍ରକ ରାସ୍ତାରେ ଠିଆ ହୋଇଥିଲା । ଏତିକିବେଳେ ପଛରୁ ଆସି ଧକ୍କା ଦେଇଥିଲା ଅନ୍ୟ ଏକ ଟ୍ରକ । ଗୁରୁତର ହୋଇଛନ୍ତି ଧକ୍କା ଦେଇଥିବା ଟ୍ରକର ଡ୍ରାଇଭର ଓ ହେଲପର । ମାଟି ତଳେ ଚାପି ହୋଇ ରହିଥିବା ଅନ୍ୟ ଜଣଙ୍କୁ ଉଦ୍ଧାର ପାଇଁ ଅଭିଯାନ ଜାରି ରହିଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.